ଗାଏବ ହେଉଛି ଆଦିବାସୀଙ୍କ ପୁଷ୍ଟିକର ଭୋଜନ ଥାଳି


ଦିନ ଥିଲା ଆମ ରାଜ୍ୟର ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ବ୍ୟାପକ ଜମିରେ ଚାଷ ହେଉ ନ ଥିବା ଓ ପ୍ରାକ୍‌ତିକ ବନାଞ୍ଚଳ ଓ ଆଖପାଖ କ୍ଷେତ ଗୁଡ଼ିକରେ ଆପେ ଆପେ ଅନେକ ପ୍ରକାରର ଖାଦ୍ୟଶସ୍ୟ ବଢ଼ୁଥିଲା ଓ ଅମଳ ହେଉଥିଲା। କୋଦୋ, କୁଇରି, ଗୁରଦୀ, କାଙ୍ଗୁ, କୋଶଲା, ସମେତ ଅନେକ ପ୍ରକାର ଶାଗ, ଛତୁ, କନ୍ଦା, ମୂଳ, ଫୁଲ, ଫଳ ଲୋକଙ୍କ କେବଳ ପେଟ ପୂରାଉ ନ ଥିଲା, ବରଂ ପୁଷ୍ଟିର ଆବଶ୍ୟକତା ପୂରଣ କରିବା ସହିତ ସ୍ବାସ୍ଥ୍ୟ ପାଇଁ ଉପଚାର ପ୍ରମାଣିତ ହେଉଥିଲା। ବିନା ଯତ୍ନ, ସାର, କୀଟନାଶକ ଔଷଧର ବିନା ପ୍ରୟୋଗରେ ବର୍ଷାଜଳରେ ଅନୁର୍ବର ମାଟିରେ ଏସବୁ ଅଣଚାଷ ଫସଲ ଲକ୍ଷ ଲକ୍ଷ ବନବାସୀଙ୍କ ସ୍ବାସ୍ଥ୍ୟ, ଖାଦ୍ୟ ଓ ପରିବେଶୀୟ ଉନ୍ନତିରେ ସହାୟକ ହେଉଥିଲା। କିନ୍ତୁ ଏସବୁ ଫସଲ ଗୁଡ଼ିକର ତଥ୍ୟାୟନ, ଔଷଧୀୟ ଓ ପୁଷ୍ଟିକର ମୂଲ୍ୟ ଆକଳନ କରା ନ ଯିବାରୁ ଏବଂ ସ୍ଥାନୀୟ ପରିବେଶ ସହ ଏସବୁର ସମ୍ବନ୍ଧ ସମ୍ପର୍କରେ ତର୍ଜମା ନ ହେବାରୁ ଏବେ ଆଉ ଏଥିରୁ ଅନେକ ପ୍ରଜାତିର ଶସ୍ୟକୁ ଆଖପାଖ ପରିବେଶରୁ ଦେଖିବାକୁ ମିଳୁନି।

କନ୍ଧମାଳ ଜିଲା ବେଲଘର ପାର୍ବତ୍ୟମାଳାର ବେଲଘର, ଲଙ୍କାଗଡ଼, ଝିରିପାଣି ପଞ୍ଚାୟତରେ ଏକଦା ଲୋକଙ୍କ ମୁଖ୍ୟ ଖାଦ୍ୟ ଥିଲା କୁଇରି, ଜହ୍ନା, ମାଣ୍ଡିଆ, କୋଶଳା, ଡଙ୍ଗର ରାଣୀ, କାଲକା, କଟିଂ ଓ ଜାତି ଜାତିକା ଶାଗ। ଜଙ୍ଗଲ ପରିବେଶରେ ସହଜରେ ମିଳୁଥିବା ଛତୁ, କନ୍ଦା, ଶାଗକୁ କେହି ଚାଷ କରୁ ନ ଥିଲେ। କିନ୍ତୁ ୪ ମାସ ଯାଏ ଖାଦ୍ୟ ପାଇଁ ସୁବିଧାରେ ସଂଗ୍ରହ କରିପାରୁ ଥିଲେ। ଜଙ୍ଗଲରେ କିସମ କିସମର ବାୟାଁ ଆଳୁ, ପିତା ଆଳୁ, ଚେରଙ୍ଗା ଆଳୁ ଆଦି ଖୋଳି ଅଣାଯାଇ ଖାଦ୍ୟରେ ବ୍ୟବହାର କରାଯାଉଥିଲା। କାଙ୍ଗୁ ଓ ସୁଆଁରେ ଧାନ ଠାରୁ ଅଧିକ ଲୌହସାର ଥିବା କ୍‌ଷିବିଜ୍ଞାନୀମାନେ ଜାଣିବାର ବହୁ ପୂର୍ବରୁ ବନବାସୀମାନେ ଏହାର ବ୍ୟବହାର କରୁଥିଲେ। କେବଳ କନ୍ଧମାଳ ନୁହେଁ ମୟୁରଭଞ୍ଜ ଜିଲା ଶିମିଳିପାଳ ପର୍ବତମାଳାର ଗୁଡୁଗୁଡ଼ିଆ, ଅସ୍ତକୁଅଁର, ବରେହିପାଣି ପଞ୍ଚାୟତରେ ବାସକରୁଥିବା ହିଲଖଡ଼ିଆ, ମାଙ୍କଡ଼ିଆ ଓ ଅନ୍ୟ ଜନଜାତିର ଲୋକେ ଜଙ୍ଗଲ ଭିତରୁ ଚାଷ ହେଉ ନ ଥିବା ଅନେକ କିସମର ଶାଗ, ଛତୁ, କନ୍ଦା, ଫଳ, ମୂଳକୁ ବର୍ଷ ବର୍ଷ ଧରି ଖାଦ୍ୟାଭ୍ୟାସରେ ପରିଣତ କରିଛନ୍ତି। ୨୦ ବର୍ଷ ତଳେ ଏସବୁ ଶାଗ, ଫଳ, ମୂଳ ଆଖପାଖରେ ଯେତିକି ମିଳୁଥିଲା ଏବେ ତାର ଅଧା ଆଉ ଦେଖିବାକୁ ମିଳୁନି। ଏଗୁଡ଼ିକର ଚାଷ ପଦ୍ଧତି ବିହନ ଓ ଅନ୍ୟାନ୍ୟ କୌଶଳ ବାବଦରେ ଏବେ ବି ସମସ୍ତେ ଅନ୍ଧାରରେ। ଦେଶ ତଥା ରାଜ୍ୟରେ କ୍‌ଷି ଗବେଷଣା ଓ ଗବେଷକଙ୍କ ସଂଖ୍ୟା ବଢ଼ିଛି କିନ୍ତୁ ଲକ୍ଷାଧିକଙ୍କ ପେଟ ଭରୁଥିବା ଏହି ଖାଦ୍ୟଶସ୍ୟ ଉପରେ ଆବଶ୍ୟକୀୟ ଗବେଷଣା କରାଯାଇ ନାହିଁ।

ଏବେ ବଜାରରେ ଦେଶୀ ଆଳୁ କିଗ୍ରା ପ୍ରତି ୧୫୦ ଟଙ୍କା ଦରରେ ବିକ୍ରି ହେଉଛି। ଦେଶୀ ଆଳୁର ବିକାଶ ପାଇଁ ଭୁବନେଶ୍ବରରେ ଟ୍ୟୁବର କ୍ରପ ରିସର୍ଚ୍ଚ ଷ୍ଟେସନ ରହିଛି। କିନ୍ତୁ ଶିମିଳିପାଳ, ବେଲଘର ସମେତ ରାଜ୍ୟର ଜଙ୍ଗଲ ଗୁଡ଼ିକରେ ଅନୁରୂପ ସ୍ବାଦ, ରଙ୍ଗ ଓ ସମାନ ଦେଖିବାକୁ ମିଳୁଥିବା ବାୟାଁ ଆଳୁ, ଚେରଙ୍ଗା ଆଳୁ, ପିତା ଆଳୁ, ହାତୀ ଖୋଜ ଆଳୁ ପ୍ରଜାତି ଗୁଡ଼ିକୁ ନେଇ ଚାଷର ପ୍ରସାରଣ କରାଯାଉ ନାହିଁ।

ଦରକାର ନାହିଁ ସାର
ଆଦିବାସୀ ଅଞ୍ଚଳ ଗୁଡ଼ିକରେ ଚାଷ ହେଉ ନ ଥିବା ଖାଦ୍ୟ ଫସଲ ଗୁଡ଼ିକରେ କ୍‌ତ୍ରିମ ରାସାୟନିକ ସାର ପ୍ରୟୋଗ କରିବାକୁ ପଡ଼େ ନାହିଁ। ସ୍ଥାନୀୟ ଜୈବ ପରିବେଶ ଏହି ଶସ୍ୟ ଗୁଡ଼ିକୁ ସୁହାଇଥାଏ। ଏ ଫସଲ ଗୁଡ଼ିକର ଚିହ୍ନଟ କରି ଚାଷ କଲେ ଏହାର ନିୟନ୍ତ୍ରଣ ବଜାର ଉପରେ ନ ରହି ଚାଷୀ ହାତରେ ରହିପାରନ୍ତା ବୋଲି କହନ୍ତି ନିର୍ମାଣ ନାମକ ଏକ ସାମାଜିକ ସଂଗଠନର ମୁଖ୍ୟ ପ୍ରଶାନ୍ତ ମହାନ୍ତି।

ରୋଗପୋକର ସମସ୍ୟା ନ ଥାଏ
ସ୍ଥାନୀୟ ପାଣିପାଗ ଓ ପରିବେଶରେ ଏସବୁ ଫସଲ ହୁଏ। କାଙ୍ଗୁ ପରି ଫସଲରେ ରୋଗପୋକ ଆଦୌ ଲାଗେ ନାହିଁ। ତେଣୁ ଏଥିରେ କୀଟନାଶକ ପ୍ରୟୋଗ ହୁଏ ନାହିଁ। ଅମଳ ପରେ ସାଇତି ରଖିବା ବେଳେ ବି ଏଥିରେ କୀଟ ଲାଗେ ନାହିଁ।

ଆମ ରାଜ୍ୟର ଶିମିଳିପାଳ, ବେଲଘର, ନିୟମଗିରି ପର୍ବତମାଳାରେ ତଥା ଗଜପତିର ବିଭିନ୍ନ ଜନଜାତି ବସବାସ କରୁଥିବା ଅଞ୍ଚଳରେ କ୍‌ଷି ବ୍ୟବସ୍ଥା ଓ ଖାଦ୍ୟାଭ୍ୟାସ ଉପରେ ଗବେଷଣା କରି ଲୋକେ ବ୍ୟବହାର କରୁଥିବା ଖାଦ୍ୟଶସ୍ୟକୁ ସୂଚୀବଦ୍ଧ କରାଯିବାର ଆବଶ୍ୟକତା ରହିଛି। ଏସବୁ ଫସଲର ବିହନ ଗୁଡ଼ିକୁ ସଂଗ୍ରହ କରାଯାଇ ନମୁନା ଚାଷ ଆରମ୍ଭ କରାଯାଇପାରେ। ଏହି ଫସଲ ଗୁଡ଼ିକର ବିକାଶ ସହିତ ଖାଦ୍ୟ ପ୍ରସ୍ତୁତିର ବିବିଧତା ଉପରେ ମଧ୍ୟ ଗବେଷଣା କରାଯାଇ ଏହି ଫସଲ ଗୁଡ଼ିକ ଚାଷ କ୍ଷେତକୁ କିଭଳି ଆସିପାରିବ ସେ ଦିଗରେ ବ୍ୟବସ୍ଥା କରାଯିବା କଥା। ଏଭଳି କରାଗଲେ ଚାଷୀ କମ ଖର୍ଚ୍ଚରେ ଅଧିକ ଅମଳକ୍ଷମ ସ୍ବଦେଶୀ ପାରମ୍ପରିକ ଚାଷରେ ନିୟୋଜିତ ରହି ନିଜର ଆୟକୁ ଦୁଇଗୁଣା କରିବାରେ ସକ୍ଷମ ହୋଇପାରିବ।

ପୁଷ୍ଟି ସୁରକ୍ଷା ଦିଗରେ ଏଗୁଡ଼ିକ ଉପଯୁକ୍ତ ଫସଲ। ଏହି ଶସ୍ୟଗୁଡ଼ିକ ମରୁଡ଼ି ପରିସ୍ଥିତିରେ ମଧ୍ୟ ହୋଇପାରିଥାଏ। ଉତ୍ତାପ ବ୍‌ଦ୍ଧି ହେଲେ ମଧ୍ୟ ଏହି ଚାଷ ହୋଇପାରିବ। ଜଳାଭାବ ଜନିତ ପରିସ୍ଥିତିରେ ଏହି ଚାଷ କରାଯାଇପାରିବ। ଏହାକୁ ଜଳବାୟୁ ପରିବର୍ତ୍ତନ ସହନଶୀଳ ଶସ୍ୟ କୁହାଯାଇ ପାରିବ। ସବୁଜ ବିପ୍ଳବ ଆରମ୍ଭ ହେବା ଦିନ ଠାରୁ ଏସବୁ ଅଣଚାଷ ଶସ୍ୟ ଉପରୁ ଚାଷୀଙ୍କ ନଜର ହଟିଛି। ଦେଶରେ ଧାନ, ଗହମ, ମକା ଓ ଆଳୁ ଉତ୍ପାଦନ ବଢ଼ିବା ସହ ଜଙ୍ଗଲ ପରିବେଶରେ ଆପେ ଆପେ ହେଉଥିବା ଶସ୍ୟ ଗୁଡ଼ିକ ଦ୍‌ଷ୍ଟି ଆଢ଼ୁଆଳକୁ ଚାଲିଯାଇଛି। ସାରା ବିଶ୍ବରେ ପ୍ରାକ୍‌ତିକ ଜଙ୍ଗଲ ଜମିର ଦ୍ରୁତ ଅବକ୍ଷୟ ଘଟୁଥିବାରୁ ଏଭଳି ଶସ୍ୟଗୁଡ଼ିକ ନିଶ୍ଚିହ୍ନ ହେବାରେ ଲାଗିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ