ଦେଶରେ ୩ଟି ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ଚାଲିଛି: ଆଇସିଏମଆର


ନୂଆଦିଲ୍ଲୀ: ମଙ୍ଗଳବାର ଆଇସିଏମଆର ନିର୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଦେଶରେ କୋରୋନା ନିୟନ୍ତ୍ରଣ ପାଇଁ ୩ଟି ଭ୍ୟାକ୍ସିନର ଟ୍ରାଏଲ ଚାଲିଛି। କାଡିଲା ହେଲଥ କେୟାର ଓ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଟିକାର ପ୍ରଥମ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ଚାଲିଛି। ସେହିପରି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ ଟିକାର ୩ୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ଚାଲିଛି। ସେରମ ପ୍ରସ୍ତୁତ ଟିକାର ୩ୟ ପର୍ଯ୍ୟୟ ପରୀକ୍ଷଣ ଦେଶର ୧୪ଟି ସ୍ଥାନରେ ୧୫୦୦ ସେଚ୍ଛାସେବୀକୁ ଦିଆଯିବାକୁ ସ୍ଥିର ହୋଇଛି ବୋଲି ଭାର୍ଗବ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଦିନକ ପୂର୍ବରୁ କହିଥିଲା ଯେ ୨୦୨୪ ପର୍ଯ୍ୟନ୍ତ ଆମ ପକ୍ଷେ ସମସ୍ତଙ୍କୁ ଟିକା ପ୍ରଦାନ କରିବା ସମ୍ଭବ ନୁହେଁ। ଆମକୁ ଅତି କମରେ ସମସ୍ତଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ ୪ରୁ ୫ ବର୍ଷ ସମୟ ଲାଗିବ ବୋଲି ସେରମ ସିଇଓ ଅଦାର ପୁନାୱାଲା କହିବା ପରେ ଆଜି ଆଇସିଏମଆର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ ଆମ ଦେଶରେ ଟିକା ପ୍ରସ୍ତୁତ ପ୍ରକ୍ରିୟା ଦ୍ବିତୀୟ ଷ୍ଟେଜରେ ରହିଛି। ଏଥିସହ ରୁଷିଆ ସହ ଭାଗିଦାରିତାରେ ମଧ୍ୟ କୋରୋନା ଭ୍ୟାକ୍ସିନ ପ୍ରସ୍ତୁତି ନେଇ କାର୍ଯ୍ୟ ଆଗେଇ ଚାଲିଛି ବୋଲି କହିଛନ୍ତି।  

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ