ଛାଇଗଲା ‘ହରାମୀ’ର ଫାଷ୍ଟ ଲୁକ, ଖାସ ଅନ୍ଦାଜରେ ଇମ୍ରାନ


ବଲିଉଡ ଅଭିନେତା ଇମ୍ରାନ ହାଶମୀ ତାଙ୍କର ଆଗାମୀ ସିନେମା ‘ହରାମୀ’ର ଫାଷ୍ଟ ଲୁକ ଶେୟାର କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ଏହି ଫିଲ୍ମର ଫାଷ୍ଟ ଲୁକ ଶେୟାର କରିଛନ୍ତି। ଏଥିରେ ସେ ପୂରାପୂରି ଅଲଗା ଅବତାରରେ ନଜର ଆସୁଛନ୍ତି। ଫଟୋରେ ଇମ୍ରାନ ଲମ୍ବା କେଶ, ଦାଢ଼ୀ, ଆଖିରେ ଚଷମା ଓ ଗଳାରେ ମୋଟା ସୁନା ଚେନ ପିନ୍ଧିଥିବା ନଜର ଆସୁଛନ୍ତି।

ଏହି ଫାଷ୍ଟ ଲୁକ ଶେୟାର କରି ଇମ୍ରାନ କ୍ୟାପସନ ଦେଇଛନ୍ତି ଯେ ‘ହରାମୀ’ର ଫାଷ୍ଟ ଲୁକ। ଇମ୍ରାନଙ୍କ ଏହି ଅବତାର ଦେଖି ତାଙ୍କ ପ୍ରଶଂସକ ଓ ବନ୍ଧୁମାନେ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଇମ୍ରାନଙ୍କ ଏହି ଲୁକକୁ ସମସ୍ତେ ପସନ୍ଦ କରୁଥିବା ଓ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ‘ହରାମୀ’ ସିନେମା ଶ୍ୟାମ ମଦିରାଜୁଙ୍କ ଦ୍ବାରା ଲିଖିତ ଓ ନିର୍ଦେଶିତ। ଇଣ୍ଡୋ-ଆମେରିକାନ ପ୍ରଡକ୍ସନର ଏହି ସିନେମାକୁ ବୁସାନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୦ରେ ପ୍ରତିଯୋଗିତାର ଅଂଶବିଶେଷ ହେବାକୁ ମଧ୍ୟ ଚୟନ କରାଯାଇଛି। ଏ ସମ୍ପର୍କରେ ଶ୍ୟାମ କହିଛନ୍ତି ଯେ ଏହି ପ୍ରୋଜେକ୍ଟ ପାଇଁ ତାଙ୍କୁ ଶ୍ୟାମଙ୍କ ସ୍କ୍ରିପ୍ଟ ବହୁତ ପସନ୍ଦ ଆସିଥିଲା। ବୁସାନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୦ ପାଇଁ ଚୟନ କରାଯାଇଥିବାରୁ ଶ୍ୟାମ ଓ ‘ହରାମୀ’ ଟିମକୁ ବହୁତ ବହୁତ ଅଭିନନ୍ଦନ ବୋଲି ଇମ୍ରାନ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ