ସୁଦର୍ଶନ ଟିଭିର ବିବାଦୀୟ ଶୋ’ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ


ନୂଆଦିଲ୍ଲୀ: ସୁଦର୍ଶନ ଟିଭିରେ ପ୍ରସାରିତ ହେଉଥିବା ଶୋ’ ‘ବିନ୍ଦାସ୍ ବୋଲ୍’ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହି କାର୍ଯ୍ୟକ୍ରମରେ ମୁସଲିମ୍ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ ପ୍ରତିହତ କରୁଥିବାରୁ ଏହା ଉପରେ କଟକଣା ଲଗାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ହେବାକୁ ଥିବା ବେଳେ ଏହାର ବୁଧବାର ଓ ଗୁରୁବାର ପ୍ରସାରଣ ଉପରେ ମଧ୍ୟ ରୋକ ଲଗାଯାଇଛି। ଏହି କାର୍ଯ୍ୟକ୍ରମରେ ବିରୋଧରେ ଆଗତ ଏକ ମାମଲାର ଶୁଣାଣି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତ୍‌ତ୍ବାଧୀନ ଖଣ୍ଡପୀଠ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଜଣେ ମୁସଲିମ୍ ଧର୍ମାବଲମ୍ବୀ ସିଭିଲ୍ ସର୍ଭିସରେ ଯୋଗଦେବା ଘଟଣାକୁ ଅନୁପ୍ରବେଶ ଭାବେ ବର୍ଣ୍ଣନା କରାଯାଇଛି। ଫଳସ୍ବରୂପ ଏହି ପରୀକ୍ଷା ପରିଚାଳନା କରୁଥିବା ୟୁପିଏସସିର ଭୂମିକା ଉପରେ ମଧ୍ୟ ଅଙ୍ଗୁଳି ଉଠିଛି। ବିନା କୌଣସି ପ୍ରମାଣରେ ଏପରି ଅନାବଶ୍ୟକ ତଥ୍ୟ ଉପସ୍ଥାପନକୁ ଖଣ୍ଡପୀଠର ଅନ୍ୟତମ ସଦସ୍ୟ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ଓ କେଏମ୍ ଯୋଶେଫ୍ ନାପସନ୍ଦ କରିଛନ୍ତି।

ବିଚାରପତି ଡି ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି ବେଳେ କହିଥିଲେ ଯେ ବର୍ତ୍ତମାନ ଟିଭି ଚ୍ୟାନେଲଗୁଡ଼ିକ ଟିଆରପି ପଛରେ ଧାଇଁ ଗୋଟିଏ ଲେଖାଏଁ ପ୍ରସଙ୍ଗକୁ ଅଧିକ ସମ୍ବେଦନଶୀଳ କରୁଛନ୍ତି। କାରଣ ବର୍ତ୍ତମାନ ଛାପା ଗଣମାଧ୍ୟମ ଠାରୁ ବୈଦ୍ୟୁତିକ ଗଣମାଧ୍ୟମ ଅଧିକ ଶକ୍ତିଶାଳୀ ହୋଇଛି। ଆଜିକା ଦିନରେ ଲୋକେ ଖବର କାଗଜ ପଢ଼ିବା ବଦଳରେ ଟିଭି ଦେଖିବାକୁ ପସନ୍ଦ କରୁଛନ୍ତି। କାରଣ ଏହା ଖବର ପ୍ରସାରଣ କରିବା ସହ ପାଠକଙ୍କ ଛୁଇଁଲା ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ ମାନ କରୁଛି। ମାତ୍ର ଛାପା ଗଣମାଧ୍ୟମ ପାଖରେ ଏହି ସୁଯୋଗ ନାହିଁ।
ତେଣୁ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ନିଜସ୍ବ କଟକଣା ଦରକାର ବୋଲି ସେ ଅନୁଭବ କରୁଛନ୍ତି। ମାତ୍ର ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମ୍ବାଦିକତା ଉପରେ ଅଙ୍କୁଶ ଲଗାଯିବା ସମଗ୍ର ବ୍ୟବସ୍ଥା ପ୍ରତି ବିପଦ।

ଏଥିସହ ଜଷ୍ଟିସ ଚନ୍ଦ୍ରଚୁଡ଼ କହିଛନ୍ତି ଯେ ସେ କୌଣସି ସରକାରୀ ବ୍ୟବସ୍ଥାରେ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା କଥା କହୁ ନାହାନ୍ତି। ପରନ୍ତୁ ପ୍ରତି ଟେଲିଭିଜନ ସଂସ୍ଥା ନିଜ ତରଫରୁ ଏପରି ବ୍ୟବସ୍ଥା କରିବା ଦରକାର ବୋଲି ସେ ଅନୁଭବ କରୁଛନ୍ତି। ଅନ୍ୟପକ୍ଷରେ ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ ଯଦି ଏପରି ଅଙ୍କୁଶ ଲଗାଯିବ, ତାହେଲେ ବେଳେ ବେଳେ ଅନେକ ଅପରାଧିକ ଘଟଣାର ଖୁଲାସା କରୁଥିବା ଗଣମାଧ୍ୟମ କର୍ମଚାରୀ ଚାପର ବଶବର୍ତ୍ତୀ ହେବେ। ଏହା ଆମର ଗଣତାନ୍ତ୍ରିକ ବବସ୍ଥା ପ୍ରତି ବିପଦ ସୃଷ୍ଟି କରିବ।  

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ