ବିଏମସି ଠାରୁ ୨ କୋଟି କ୍ଷତିପୂରଣ ପାଇଁ କଙ୍ଗନାଙ୍କ ପିଟିସନ


ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାନାୱତ ଓ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ମଧ୍ୟରେ ଲାଗି ରହିଥିବା ବିବାଦ ବଢ଼ିବାରେ ଲାଗିଛି। ମଙ୍ଗଳବାର କଙ୍ଗନା ବମ୍ବେ ହାଇକୋର୍ଟରେ ଆଉ ଏକ ସଂଶୋଧିତ ପିଟିସନ ଦାଖଲ କରିଛନ୍ତି। ଏହି ସଂଶୋଧିତ ପିଟିସନରେ ସେ ତାଙ୍କ ଅଫିସ ଭଙ୍ଗା ଘଟଣାକୁ ବେଆଇନ ଦର୍ଶାଇବା ସହ ତାଙ୍କ ବଙ୍ଗଳାର ୪୦ ପ୍ରତିଶତ ନଷ୍ଟ ହୋଇଥିବା ଦର୍ଶାଇଛନ୍ତି। ଏଥିପାଇଁ ତାଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ବ୍ୟବସ୍ଥା କରନ୍ତୁ ବୋଲି ସେ ତାଙ୍କ ଓକିଲଙ୍କ ଜରିଆରେ ସଂଶୋଧିତ ପିଟିସନ କରିଛନ୍ତି।

ସେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଶାସନ କ୍ଷମତାରେ ଥିବା ଶିବସେନାର ନାଁ ନେବାରୁ ତାଙ୍କ ଉପରେ ବିଏମସି ପ୍ରତିଶୋଧ ପରାୟଣ ହୋଇ ତାଙ୍କ ବଙ୍ଗଳାର ଅଫିସକୁ ଭାଙ୍ଗି ଦେଇଛି। ବିଏମସି ଶିବସେନା ନିୟନ୍ତ୍ରଣରେ ରହିଥିବାରୁ ତାଙ୍କୁ ରାତି ଅଧିଆ ନୋଟିସ ପଠାଯାଇ ଉତ୍ତର ଦେବାକୁ ମଧ୍ୟ ସମୟ ଦେଇ ନ ଥିଲେ। ତେଣୁ ତାଙ୍କ ବଙ୍ଗଳାର ଯେଉଁ କ୍ଷତି ହୋଇଛି, ତାହା ବିଏମସି ଭରଣା କରୁ ବୋଲି କଙ୍ଗନା ତାଙ୍କ ସଂଶୋଧିତ ପିଟିସନରେ ଦର୍ଶାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ