ଜାଣନ୍ତୁ ‘ଓଁ’ ଜପ କରିବାର ନିଆରା ଫାଇଦା ସମ୍ପର୍କରେ


ତିନୋଟି ଅକ୍ଷରର ମିଶ୍ରଣରୁ ସୃଷ୍ଟି ହୋଇଥିବା ଗୋଟିଏ ଶବ୍ଦ ହେଉଛି ‘ଓଁ’। ‘ଅ’, ‘ଉ’ ଓ ‘ମ’ ଆଦି ୩ଟି ଅକ୍ଷରର ସମାହାରରେ ଏହି ଶବ୍ଦର ସ୍‌ଷ୍ଟି। ତନ୍ମଧ୍ୟରୁ ଅର ଅର୍ଥ ଅନ୍ତର୍ନିହିତ ଶକ୍ତି, ‘ଉ’ର ଅର୍ଥ ହେଉଛି ଉଚ୍ଚତା ପ୍ରାପ୍ତ କରିବା, ‘ମ’ର ଅର୍ଥ ହେଉଛି ମୌନ ରହି ବ୍ରହ୍ମାଣ୍ଡ ସହିତ ଲୀନ ହୋଇଯିବା। ହିନ୍ଦୁଧର୍ମର ସବୁଠାରୁ ବଡ଼ ପ୍ରତୀକ ହେଉଛି ‘ଓଁ’।

‘ଓଁ’ ନାମ ଜପ ଅଧିକାଂଶ ଲୋକେ କରିଥାନ୍ତି। ଏପରିକି ଭଗବାନ, ରାକ୍ଷସ, ଋଷି, ସାଧୁସନ୍ଥ, ଜ୍ଞାନୀ ମଣିଷ ଏହାର ପ୍ରୟୋଗ କରୁଥିବା ବେଳେ କେତେକ ସ୍ଥାନରେ ନଦୀ, ପଥର, ପାହାଡ଼ ଓ ଜଳରୁ ମଧ୍ୟ ‘ଓଁ’ ଜପ ଶୁଣାଯାଇଥାଏ। ଏହି ଶବ୍ଦରେ ବହୁତ ଶକ୍ତି ରହିଛି। ଚାଲନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ।

‘ଓଁ’ ଜପର ଫାଇଦା

‘ଓଁ’ ଜପ କରିବା ଦ୍ବାରା ଗଳାରେ କମ୍ପନ ଓ ତରଙ୍ଗ ଉତ୍ପନ୍ନ ହୋଇଥାଏ। ଏହାଦ୍ବାରା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ଥାଇରଏଡ ଆଦି ସମସ୍ୟା ଉପରେ ନିୟନ୍ତ୍ରଣ ରଖିଥାଏ। ‘ଓଁ ‘ ଜପ କରିବା ଦ୍ବାରା ରକ୍ତର ପ୍ରବାହ ଶରୀରର ପ୍ରତ୍ୟେକ ଭାଗରେ ସନ୍ତୁଳିତ ଭାବେ ହୋଇଥାଏ। ଏହି ଶବ୍ଦ ଉଚ୍ଚାରଣ କରିବା ଦ୍ବାରା ପାଚନତନ୍ତ୍ର ମଜବୁତ ହୋଇଥାଏ ଓ ଏହା ଆମକୁ ସୁସ୍ଥ ଏବଂ ଏନର୍ଜେଟିକ ରଖିଥାଏ। ‘ଓଁ ‘ ଶରୀରକୁ ଥକାମୁକ୍ତ ରଖିବା ସହିତ ଫୂର୍ତ୍ତି ଭରିଥାଏ।

ମାନସିକ ଚାପ ଓ ଖରାପ ଚିନ୍ତାରୁ ମୁକ୍ତି ପାଇବା ଲାଗି ‘ଓଁ’ ଜପ କରାଯାଇଥାଏ। ‘ଓଁ’ର କମ୍ପନ ଓ ତରଙ୍ଗ ଫୁସଫୁସକୁ ସୁସ୍ଥ ଓ ମଜବୁତ କରିବା ସହିତ ରୋଗମୁକ୍ତ ରଖିଥାଏ। ଏହି ଶବ୍ଦ ଆମ କଳ୍ପନା ଶକ୍ତିକୁ ବାସ୍ତବିକ ରୂପ ଦେଇଥାଏ। ଏହାଦ୍ବାରା ମନୁଷ୍ୟକୁ ସମସ୍ତ ପ୍ରକାରର ଭୟରୁ ମୁକ୍ତି ମିଳିଥାଏ। ‘ଓଁ’ ଜପ କରିବା ଦ୍ବାରା ଶରୀରକୁ ମଜବୁତ ଓ ହାଲୁକା ହେବା ସହିତ ରୋଗମୁକ୍ତ ରହିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ