ଏଣିକି ଆଲେକ୍ସାରେ ଶୁଣିବାକୁ ମିଳିବ ବିଗ ବିଙ୍କ ସ୍ବର


ଆଲେକ୍ସାର ୟୁଜରମାନେ ଏଣିକି ବଲିଉଡ ଶେହନଶାହ ଅମିତାଭ ବଚ୍ଚନଙ୍କ ସ୍ବର ଶୁଣିବାର ସୁଯୋଗ ପାଇବେ। ମଜା କଥା, ଜଳବାୟୁ ସମାଚାର, ଉର୍ଦ୍ଦୁ ଶାୟରୀ, ମୋଟିଭେସନାଲ କୋଟସ ବ୍ୟତୀତ ଆହୁରି ଅନେକ କିଛି ଶୁଣିବାକୁ ପାଇବେ। ତେବେ ଏଥିପାଇଁ ଆଲେକ୍ସାକୁ କେବଳ ‘ଆଲେକ୍ସା ସେ ହ୍ୟାଲୋ ଟୁ ମିଷ୍ଟର ଅମିତାଭ ବଚ୍ଚନ’ ଏହି ନିର୍ଦେଶ ଦେବାକୁ ପଡ଼ିବ। ଆଲେକ୍ସାର ଏହି ସେବା ୨୦୨୧ରେ ଲଞ୍ଚ ହେବାକୁ ଯାଉଛି। ବିଗ ବିଙ୍କ ଆୱାଜର ଏହି ଏକ୍ସପିରିଏନ୍ସ ଏକ ପେଡ ସର୍ଭିସ ହେବ।

ବିଗ ବିଙ୍କ କହିବାନୁସାରେ ଟେକ୍ନୋଲୋଜି ତାଙ୍କୁ ସବୁବେଳେ ନୂଆ ରାସ୍ତା ଦେଖାଇଛି ଓ ସମୟ ସହିତ ବଦଳାଇଛି। ଫିଲ୍ମ, ଟିଭି ଶୋ’ କିମ୍ବା ବ୍ରଡ଼କାଷ୍ଟ ସବୁବେଳେ ସେ କିଛି ନା କିଛି ନୂଆ କଥା ସ୍ବୀକାର କରିଛନ୍ତି। ଏଥର ମଧ୍ୟ ସେ ଆମାଜନ ଓ ଆଲେକ୍ସା ସହିତ ଏହି ପାର୍ଟନରଶିପକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ଏହି ବାଉନ୍ସ ଟେକ୍ନୋଲୋଜି ଦ୍ବାରା ନିଜ ପ୍ରଶଂସକଙ୍କ ସହିତ ଯୋଡ଼ି ହେବାକୁ ଯାଉଥିବାରୁ ସେ ବହୁତ ଖୁସି ଥିବା ଅମିତାଭ କହିଛନ୍ତି।

ଆମାଜନ ଇଣ୍ଡିଆ ଆଲେକ୍ସାର ମୁଖ୍ୟ ପୁନିଷ କୁମାର କହିଛନ୍ତି ଯେ ବଚ୍ଚନ ସିନିଅରଙ୍କ ଆୱାଜ ଯେଉଁମାନେ ବଲିଉଡ ସହିତ ବଢ଼ିଛନ୍ତି, ସେମାନଙ୍କ ପାଇଁ ସ୍ମରଣୀୟ ରହିବ। ଆଲେକ୍ସା ଗ୍ରାହକଙ୍କୁ ଖୁସି କରିବା ପାଇଁ ଏହି ପାର୍ଟନରଶିପ ଏକ ଉତ୍ତମ ସୁଯୋଗ। ଆଲେକ୍ସା ୟୁଜର ବିଗ ବିଙ୍କ ଆୱାଜରେ କିଭଳି ପ୍ରତିକ୍ରିୟା ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ବୋଲି ପୁନିଷ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ