ଘରୁ ଝିଟିପିଟି ଘଉଡ଼ାଇବ ଏସବୁ ପଦାର୍ଥ


ଘରର କାନ୍ଥରେ ଝିଟିପିଟି ଥିବାର ଦେଖିବା ସମସ୍ତଙ୍କ ପାଇଁ ଏକ ସାଧାରଣ କଥା। ଏହାକୁ ତଡ଼ିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଏମାନେ ପୁଣିଥରେ ଘର ଭିତରକୁ ଚାଲି ଆସନ୍ତି। ଏଠାରେ କେତେକ ଘରୋଇ ଉପାୟ ସମ୍ପର୍କରେ ସୂଚନା ଦିଆଯାଇଛି ଯାହା ଘରୁ ଝିଟିପିଟି ତଡ଼ିବାରେ ବହୁତ ସାହାଯ୍ୟ କରିବ।

କଫି ପାଉଡର
କଫି ପାଉଡରରେ ତମାଖୁ ମିଶାଇ ଏଥିରେ ଛୋଟ ଛୋଟ ଗୁଳା ତିଆରି କରନ୍ତୁ। ଏହି ଗୁଳାକୁ ଝିଟିପିଟି ଅଧିକ ଆସୁଥିବା ସ୍ଥାନରେ ରଖନ୍ତୁ। ଏପରି କରିବା ଦ୍ବାରା କିଛି ଦିନ ଭିତରେ ଝିଟିପିଟି ଘରୁ ବାହାରିଯିବେ।

ମୟୂରପୁଛ

ଝିଟିପିଟି ତଡ଼ିବାକୁ ଅଧିକାଂଶ ଲୋକ ମୟୂର ପକ୍ଷୀ ବ୍ୟବହାର କରିଥାନ୍ତି। ବାସ୍ତବ କଥା ହେଲା ଝିଟିପିଟି ମୟୁର ପକ୍ଷୀକୁ ଡରିଥାନ୍ତି। ତେଣୁ ଯେଉଁଠି ମୟୂର ପକ୍ଷୀ ରଖାଯାଇଥାଏ, ସେଠାକୁ ଝିଟିପିଟି ଆସି ନ ଥାନ୍ତି।

ପିଆଜ
ପିଆଜରେ ଅଧିକ ମାତ୍ରାରେ ସଲଫର ରହିଛି। ଏଥିରୁ ବାହାରୁଥିବା ତୀବ୍ର ଗନ୍ଧ ଝିଟିପିଟିକୁ ଆଦୌ ପସନ୍ଦ ନୁହେଁ। ଏହି କାରଣରୁ ପିଆଜ ଚୋପା ବା ପିଆଜ ଝିଟିପିଟି ଯିବା ଆସିବା କରୁଥିବା ରାସ୍ତାରେ ରଖନ୍ତୁ।

ଗୋଲମରିଚ ଗୁଣ୍ଡ
ପାଣିରେ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏହି ପାଣିକୁ କାନ୍ଥ ଓ ଝିଟିପିଟି ଅଧିକ ହେଉଥିବା ସ୍ଥାନରେ ସିଞ୍ଚନ୍ତୁ। ଏହାର ତୀବ୍ର ଗନ୍ଧ ଝିଟିପିଟି ସହି ପାରିବେ ନାହିଁ। ଏହାଦ୍ବାରା ସେମାନେ ଘରୁ ଚାଲିଯିବେ।

ଅଣ୍ଡା ଖୋଳ
ଅଧିକ ଝିଟିପିଟି ରହୁଥିବା ସ୍ଥାନ କିମ୍ବା କୋଣରେ ୩ରୁ ୪ଟି ଅଣ୍ଡାର ଖୋଳ ଏକାଠି ରଖନ୍ତୁ। ଏହାକୁ ଦେଖି ଝିଟିପିଟି ଡରି ଯାଆନ୍ତି। ଏହି ଅଣ୍ଡା ଖୋଳ ୩ରୁ ୪ ସପ୍ତାହରେ ବଦଳାଇ ଦିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ