ଦିଶାଙ୍କ ମ୍‌ତ୍ୟୁ ନେଇ ନୀତେଶଙ୍କର ଚାଞ୍ଚଲ୍ୟକର ଖୁଲାସା


ଯୁବ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ବିଜେପି ଏମଏଲଏ ନୀତେଶ ରାଣେ ଜୁନ ୮ରେ ଘଟିଥିବା ଦିଶାଙ୍କ ମୃତ୍ୟୁକୁ ନେଇ ତାଙ୍କ ପ୍ରେମିକଙ୍କ ସମ୍ପ୍‌କ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସେ କହିଛନ୍ତି ଯେ ଯଦି ଏହି ମାମଲାରେ ଦିଶାଙ୍କ ପ୍ରେମିକ ରୋହନ ରାୟ ତୁରନ୍ତ ମୁହଁ ନ ଖୋଲନ୍ତି, ତେବେ ଏ ସମ୍ପର୍କରେ ତାଙ୍କ ପାଖରେ ଥିବା ତଥ୍ୟକୁ ସେ ସିବିଆଇକୁ ଦେବେ ବୋଲି ନୀତେଶ କହିଛନ୍ତି।

ନୀତେଶ ପ୍ରଶ୍ନ କରିଛନ୍ତି ଯେ ରୋହନ ରାୟ ଜୁନ ୮ରେ ଘଟିଥିବା ଘଟଣା ସମ୍ପର୍କରେ କାହିଁକି ଚୁପ ରହିଛନ୍ତି। ରିଆ ଚକ୍ରବର୍ତ୍ତୀ ଯେପରି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନିକଟତର, ଠିକ ସେମିତି ରୋହନ ରାୟ ମଧ୍ୟ ଦିଶାଙ୍କ ମୃତ୍ୟୁ ମାମଲାରେ ନିକଟତର। ଦିଶା ଓ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବଡ଼ ସଂଯୋଗ ରହିଛି। ରୋହନଙ୍କ ପାଖରେ ସବୁ ସୂଚନା ରହିଛି। କିନ୍ତୁ ସେ କାହିଁକି ଲୁଚିଛନ୍ତି ବୋଲି ନୀତେଶ ଅଭିଯୋଗ କରିଛନ୍ତି। ନୀତେଶ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ସିବିଆଇ ଠିକ ଦିଗରେ ତଦନ୍ତ ଚଳାଇଛି। ୮ ଜୁନରେ ହୋଇଥିବା ପାର୍ଟିରେ ନିଶ୍ଚିତ ଭାବେ କିଛି ହୋଇଥିଲା। ସେଠାରେ ନିଶ୍ଚୟ କେହି ଜଣେ ଉପସ୍ଥିତ ଥିଲେ। ଯେଉଁଥି ପାଇଁ ମୁମ୍ବାଇ ପୋଲିସ ଏହି ମାମଲାକୁ ଘଣ୍ଟ ଘୋଡ଼ାଇବାରେ ଲାଗିଛି। ଏବେ ପୂରା ବ୍ୟବସ୍ଥା ଜଣକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଯିଏ ଜୁନ ୮ ଓ ୧୨ରେ ଉପସ୍ଥିତ ଥିଲେ, ସିବିଆଇ ଏହି ଲୋକମାନଙ୍କୁ ଚିହ୍ନଟ କରିବା ଲାଗି ମୋବାଇଲ ଟାୱାର ଲୋକେସନ ମଧ୍ୟ ଟ୍ରାକ କରିପାରିବେ। ଏହା କୌଣସି ପରିସ୍ଥିତିରେ ରାଜନୈତିକ ମାମଲା ନୁହେଁ। ଦୁଇ ଜଣ ଯୁବବ୍ୟକ୍ତି ରହସ୍ୟମୟ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଜଣେ ଦାୟିତ୍ବବାନ ନାଗରିକ ଭାବେ ତାଙ୍କ ପାଖରେ ଯାହା କିଛି ସୂଚନା ରହିଛି, ତାହା ସିବିଆକୁ ଦେବେ ବୋଲି ନୀତେଶ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ