ୟୁଏସ୍ ଓପନ୍: ଜ୍ବେରେଭଙ୍କୁ ହରାଇ ପ୍ରଥମ ଟାଇଟଲ୍ ଜିତିଲେ ଥିମ୍


ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସରେ ଚାମ୍ପିଅନ୍ ହୋଇଛନ୍ତି ଅଷ୍ଟ୍ରିଆର ଡୋମିନିକ୍ ଥିମ୍। ଭାରତୀୟ ସମୟ ରବିବାର ମଧ୍ୟରାତ୍ରରେ ଖେଳାଯାଇଥିବା ଫାଇନାଲରେ ବିଶ୍ବର ୩ ନମ୍ବର ଖେଳାଳି ଜ୍ବେରେଭ୍ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଜର୍ମାନୀର ଆଲେକଜାଣ୍ଡର୍ ଜ୍ବେରେଭଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨-୬, ୪-୬, ୬-୪, ୬-୩, ୭-୬(୬) ସେଟରେ ହରାଇ କ୍ୟାରିଅରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ତିନି ଥର ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଥିବା ଥିମ୍ ରବିବାର ମ୍ୟାଚରେ ପ୍ରଥମ ଦୁଇଟି ସେଟରେ ପରାସ୍ତ ହେବା ଫଳରେ ପୁନର୍ବାର ଏହି ଧାରା ବଜାୟ ରଖିବେ ବୋଲି ପ୍ରଶଂସକମାନେ ଆଶଙ୍କା କରିଥିଲେ। କିନ୍ତୁ ପରବର୍ତ୍ତୀ ତିନିଟି ସେଟରେ ଜବରଦସ୍ତ ପ୍ରଦର୍ଶନ ପୂର୍ବକ ୨୭ ବର୍ଷୀୟ ଥିମ୍ ବିଜୟ ଲାଭ କରିବା ସହ ଟାଇଟଲ୍ ହାସଲ କରିଛନ୍ତି। ଫାଇନାଲରେ ପହଞ୍ଚିବା ପୂର୍ବରୁ ମାତ୍ର ଗୋଟିଏ ସେଟରେ ହାରିଥିବା ଥିମ୍ ଟାଇଟଲ୍ ମୁକାବିଲା ପ୍ରାରମ୍ଭରେ ସାମାନ୍ୟ ଫର୍ମହୀନ ଜଣାପଡ଼ିଥିଲେ। କିନ୍ତୁ ପରେ ସେ ସମସ୍ତ ପ୍ରକାର ଘାତପ୍ରତିଘାତକୁ ପଛରେ ପକାଇପାରିଥିଲେ।

ଦ୍ବିତୀୟ ଅଷ୍ଟ୍ରିଆ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଥିବା ଥିମ୍ ୨୫ ବର୍ଷ ପରେ ଦେଶ ପାଇଁ ପ୍ରଥମ ଖେଳାଳି ଭାବେ ଏପରି ସଫଳତା ପାଇଛନ୍ତି। ଗତ ୧୯୯୫ରେ ଅଷ୍ଟ୍ରିଆର ଥୋମାସ୍ ମଷ୍ଟର୍ ଫ୍ରେଞ୍ଚ୍ ଓପନରେ ଟାଇଟଲ୍ ଜିତି ଦେଶ ପାଇଁ ପ୍ରଥମ ଥର ପାଇଁ ଏପରି ଗୌରବ ଆଣିଥିଲେ। ଫାଇନାଲରେ ବିଜୟୀ ହେବା ପରେ ନିଜର ସଫଳତାରେ ସନ୍ତୋଷ ପ୍ରକାଶ କରିବା ସହ ପ୍ରତିପକ୍ଷ ୨୩ ବର୍ଷୀୟ ଜ୍ବେରେଭଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି। ରବିବାରର ଫାଇନାଲରେ ଉଭୟ ଖେଳାଳି ଟାଇଟଲ୍ ପାଇଁ ହକଦାର ବୋଲି ଥିମ୍ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଫ୍ରେଞ୍ଚ୍ ଓପନରେ ଦୁଇ ଥର ଫାଇନାଲରେ ପହଞ୍ଚିଥିବା ଥିମଙ୍କୁ ସ୍ପେନର ରାଫେଲ୍ ନାଡାଲଙ୍କଠାରୁ ପରାସ୍ତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସେହିପରି ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନରେ ସେ ସର୍ବିୟାର ଟପ୍ ସିଡ୍ ନୋଭାକ୍ ଜୋକୋଭିଚଙ୍କଠାରୁ ହାରିଯାଇଥିଲେ। ସେହିପରି ୧୬ ବର୍ଷ ପରେ ଥିମ୍ ଫାଇନାଲରେ ପ୍ରଥମ ଦୁଇଟି ସେଟରେ ପରାସ୍ତ ହେବା ସତ୍ତ୍ବେ ବିଜୟୀ ହେବାରେ ପ୍ରଥମ ଖେଳାଳି ହୋଇପାରିଛନ୍ତି। ଗତ ୨୦୦୪ରେ ଫ୍ରେଞ୍ଚ୍ ଓପନରେ ଗାଷ୍ଟନ୍ ଗାଉଡିଓ ସମାନ ସଫଳତା ପାଇଥିଲେ। ସେହିପରି ଥିମ୍ ୧୯୯୦ ପରେ ଜନ୍ମଗ୍ରହଣ କରିଥିବା ପ୍ରଥମ ଖେଳାପୁରୁଷ ଳି ଭାବେ କୌଣସି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ