ସେପ୍ଟେମ୍ବର ୨୪କୁ ଘୁଞ୍ଚିଲା ୟୁଜିସି-ନେଟ୍ ପରୀକ୍ଷା


ନୂଆଦିଲ୍ଲୀ: ୟୁଜିସି-ନେଟ୍ ପରୀକ୍ଷାକୁ ସୋମବାର ସ୍ଥଗିତ ଘୋଷଣା କରାଯିବା ସହ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳୀରେ କୁହାଯାଇଛି ଯେ ଇଣ୍ଡିଆନ କାଉନସିଲ ଅଫ ରିସର୍ଚ୍ଚ (ଆଇସିଏଆର) ପରୀକ୍ଷା ପାଇଁ ୟୁଜିସି-ନେଟ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ୟୁଜିସି-ନେଟ ପରୀକ୍ଷାକୁ ସେପ୍ଟେମ୍ବର ୧୬ରୁ ୨୫ ଭିତରେ କରିବା ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା। ମାତ୍ର କେତେକ ପରୀକ୍ଷାର୍ଥୀ ଏହି ପରୀକ୍ଷା ସୂଚୀକୁ ନେଇ ନିରାଶ ପ୍ରକଟ କରି ଶିକ୍ଷା ମନ୍ତ୍ରାଳୟକୁ ଜଣାଇଥିଲେ। କାରଣ ସେମାନଙ୍କ ଭିତରୁ ଅନେକ ଆଇସିଏଆର ପରୀକ୍ଷା ଦେଉଥିବାରୁ ଗୋଟିଏ ସମୟରେ କିପରି ଦୁଇଟି ପରୀକ୍ଷା ଦେବେ ସେଥିନେଇ ପ୍ରଶ୍ନ କରିଥିଲେ।

ଫଳରେ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଛାତ୍ରଛାତ୍ରୀଙ୍କ ଅଭିଯୋଗର ଯଥାଥର୍ତା ଅନୁଭବ କରି ୟୁଜିସି-ନେଟ ପରୀକ୍ଷାକୁ ସେପ୍ଟେମ୍ବର ୨୪ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇସିଏଆର ପରୀକ୍ଷା ସେପ୍ଟେମ୍ବର ୧୬, ୧୭, ୨୨ ଓ ୨୩ରେ ଅନୁଷ୍ଠିତ ହେବା ପରେ ୨୪ରୁ ୟୁଜିସି-ନେଟ ପରୀକ୍ଷା ଆରମ୍ଭ ହେବ। ଏନେଇ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ପରୀକ୍ଷା ସୂଚୀ ପ୍ରକାଶ କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ