ବଲିଉଡ ଦିଭାଙ୍କଠାରୁ ନିଅନ୍ତୁ ଚାନ୍ଦବାଲି ପିନ୍ଧିବାର ଟିପ୍‌ସ


ପର୍ବପର୍ବାଣୀ ସମୟରେ ମହିଳାମାନେ ଅଧିକ ସଜେଇ ହୋଇଥାନ୍ତି। ତେବେ ଅନ୍ୟମାନଙ୍କ ଭଳି ସଜେଇ ନ ହୋଇ ଯଦି ଆପଣ ଏପରି କିଛି କରିବେ, ତେବେ ସମସ୍ତଙ୍କ ନଜର ଆପଣଙ୍କ ଉପରେ ରହିବ। ଏଥିପାଇଁ କପଡ଼ାରୁ ଆରମ୍ଭ କରି ମେକଅପ ପର୍ଯ୍ୟନ୍ତ ନିଜ ହିସାବରେ ଚୟନ କରନ୍ତୁ। ଇଅରରିଙ୍ଗସ ଭାବେ ଚାନ୍ଦବାଲି ପିନ୍ଧି ନିଆରା ଲୁକ ପାଇପାରିବେ।

ଫ୍ଲୋରାଲ ଲେହେଙ୍ଗା ଓ ଚାନ୍ଦବାଲିରେ କ୍ୟାଟ୍ରିନା
ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ହୃତସ୍ପନ୍ଦନ ବଢ଼ାଉଥିବା ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିଜ ଫ୍ଲୋରାଲ ଲେହେଙ୍ଗା ସହିତ ଚାନ୍ଦବାଲି ଇଅରରିଙ୍ଗସ ମ୍ୟାଚ କରି ପିନ୍ଧିଥିଲେ। ଯଦି ଆପଣ ମଧ୍ୟ ଫ୍ଲୋରାଲ ପ୍ରିଣ୍ଟ ଚୟନ କରଛନ୍ତି, ତେବେ ଏଭଳି ଚାନ୍ଦବାଲି ଆପଣଙ୍କୁ ଖୁବ ମାନିବ।

ହ୍ବାଇଟ କୁର୍ତ୍ତି ସହିତ ଆଲିଆଙ୍କ ମୋତି ଚାନ୍ଦବାଲି
ଯଦି ଆପଣ ମଧ୍ୟ ଆଲିଆଙ୍କ ଭଳି କିଛି ଧଳା କିମ୍ବା କ୍ରିମ ରଙ୍ଗର ଆଉଟଫିଟ ଚୟନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ମୋତିଯୁକ୍ତ ଇଅରରିଙ୍ଗସ ଉତ୍ତମ ବିକଳ୍ପ। ଏହା ଆପଣଙ୍କୁ ସ୍ମାର୍ଟ ଲୁକ ଦେବା ସହିତ ଆକର୍ଷିତ କରିବ।

ଜାହ୍ନବୀଙ୍କ ଲଙ୍ଗ ଲେୟାର୍ଡ ଚାନ୍ଦବାଲି
ଫିଲ୍ମରେ ଆସିବା ପୂର୍ବରୁ ମଧ୍ୟ ଜାହ୍ନବୀ କପୁର ତାଙ୍କର ଷ୍ଟାଇଲିଶ ଆଉଟଫିଟ ଓ ମେକଅପ ପାଇଁ ଚର୍ଚ୍ଚାରେ ରହୁଥିଲେ। ଫିଲ୍ମକୁ ଆସିବା ପୂର୍ବରୁ ମଧ୍ୟ ଜାହ୍ନବୀଙ୍କୁ ଯୁବପିଢ଼ି ନିଜ ଫ୍ୟାଶନ ଆଇକନ ମାନୁଥିଲେ। ନିଜ ସିମ୍ପଲ ଲୁକକୁ ୟୁନିକ ଟଚ ଦେବା ଲାଗି ଆପଣ ଲଙ୍ଗ ଲେୟାର୍ଡ ଚାନ୍ଦବାଲି ଚୟନ କରିପାରିବେ।

ଅନୁଷ୍କାଙ୍କ ସିଲଭର ଚାନ୍ଦବାଲି
ଅନୁଷ୍କା ଶର୍ମା ନିଜ ସିମ୍ପଲ ଲୁକକୁ ଏକ ଅଲଗା ଅନ୍ଦାଜ ଲାଗି ସିଲଭର ଚାନ୍ଦବାଲି ଚୟନ କରିଥିଲେ। ଆପଣ ମଧ୍ୟ ବ୍ଲାକ ପ୍ଲେନ କିମ୍ବା ପ୍ରିଣ୍ଟ ଆଉଟଫିଟ ସହିତ ଏଭଳି ସିଲଭର ଚାନ୍ଦବାଲି ଇଅରରିଙ୍ଗସ ଚୟନ କରିପାରିବେ।

ସୋନମଙ୍କ ଚଙ୍କି ଚାନ୍ଦବାଲି
ସୋନମ କପୁର ଆହୁଜା ନିଜ ଲାଲ ରଙ୍ଗର କୁର୍ତ୍ତି ସହିତ କେବଳ ଚଙ୍କି ଚାନ୍ଦବାଲି ପିନ୍ଧି ନିଜ ଲୁକକୁ କମ୍ପ୍ଲିଟ କରିଥିଲେ। ଏହା ପିନ୍ଧିବା ପରେ ଆଉ କିଛି ପିନ୍ଧିବାର ଆବଶ୍ୟକତା ନାହିଁ। ତେଣୁ ଯଦି ଆପଣଙ୍କୁ ଅଧିକ ଗହଣା ପିନ୍ଧିବା ପସନ୍ଦ ନୁହେଁ, ତେବେ କେବଳ ଏହି ଇଅରରିଙ୍ଗସ ହିଁ ଆପଣଙ୍କୁ ନିଆରା ଲୁକ ଦେଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ