ଅକ୍ଷୟଙ୍କ ଭଳି ପିଲାଙ୍କ ସହ କରନ୍ତୁ ସମ୍ପର୍କ ମଜବୁତ


ଏବେ ସମୟ ସହିତ ଜୀବନଶୈଳୀ ବି ବଦଳିବାରେ ଲାଗିଛି। ଏପରିସ୍ଥଳେ ନିଜ ପିଲାଙ୍କ ଲାଳନପାଳନ କିପରି କରିବେ, ଏହା ମା’ ବାପାଙ୍କ ପାଇଁ ବଡ଼ ପ୍ରଶ୍ନ ପାଲଟିଛି। ସେମାନଙ୍କୁ ଏମିତି କ’ଣ କରିବା ଦରକାର, ଯାହାଫଳରେ ପିଲାଙ୍କ ସହିତ ତାଙ୍କ ସମ୍ପର୍କ ମଜବୁତ ହୋଇପାରିବ। ଯଦି ଆପଣଙ୍କ ମନରେ ଏଭଳି ପ୍ରଶ୍ନ ଆସୁଛି, ତେବେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କଠାରୁ ପ୍ୟାରେଣ୍ଟିଂ ଟିପ୍‌ସ ନେଇପାରିବେ। ଅକ୍ଷୟ କେବଳ ଜଣେ ଭଲ ଅଭିନେତା କିମ୍ବା ପତି ନୁହନ୍ତି, ବରଂ ଜଣେ ଭଲ ପିତା ମଧ୍ୟ। ଅକ୍ଷୟ ଦୁଇଟି ସନ୍ତାନର ପିତା। ତାଙ୍କ ପୁଅର ନାମ ଆରଭ ଓ ଝିଅର ନାମ ନିତାରା। ଚାଲନ୍ତୁ ଜାଣିବା ଅକ୍ଷୟ ନିଜ ପିଲାଙ୍କ ସହିତ କେମିତି କରିଛନ୍ତି ମଜବୁତ ସମ୍ପର୍କ।

ପିଲାଙ୍କ ସହ ବିତାନ୍ତୁ ସମୟ
ପିଲାଙ୍କ ପାଇଁ ସମୟ ବାହାର କରିବା ନିହାତି ଦରକାର। ଏବେ ଲୋକଙ୍କ ଜୀବନଶୈଳୀ ବଦଳି ଯାଇଛି। ତେଣୁ ଲୋକେ ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହିଯାଉଛନ୍ତି। ଫଳରେ ପରିବାର ଓ ପିଲାଙ୍କୁ ସମୟ ଦେଇପାରୁ ନାହାନ୍ତି। କିନ୍ତୁ ଅକ୍ଷୟ ଅଧିକାଂଶ ସମୟ ନିଜ ପରିବାର ସହିତ ବିତାଉଥିବା ଦେଖିବାକୁ ମିଳିଥାଏ।

ପିଲାଙ୍କ ସହିତ କରନ୍ତୁ ତାଙ୍କ ପସନ୍ଦର କାମ
ପିଲାଙ୍କୁ ଯେଉଁ କାମ କରିବାକୁ ପସନ୍ଦ, ଅକ୍ଷୟ ତାଙ୍କ ପିଲାଙ୍କ ସହିତ ସେହି କାମ କରନ୍ତି। ଏପରି କରିବା ଦ୍ବାରା ପିଲା ଆପଣଙ୍କ ନିକଟତର ଅନୁଭବ କରିବେ ଓ ଆପଣଙ୍କ ସମ୍ପର୍କ ଦୃଢ଼ ହେବ।

ଲଞ୍ଚ ଓ ମୁଭି ଦେଖିବା

ଯେତେବେଳେ ବି ଅକ୍ଷୟଙ୍କୁ ସମୟ ମିଳେ, ସେ ପରିବାର ଓ ପିଲାଙ୍କ ସହିତ ଲଞ୍ଚ କରିବାକୁ ବାହାରକୁ ଯାଆନ୍ତି କିମ୍ବା ସିନେମା ଦେଖନ୍ତି। ଏପରି କରିବା ଦ୍ବାରା ଆପଣ ପିଲାଙ୍କ ସହିତ କିଛି ସମୟ ବିତାଇପାରିବେ ଓ ବାହାରକୁ ଯାଇ କିଛି ମାତ୍ରାରେ ମଜା ବି କରିପାରିବେ।

ବୁଝାନ୍ତୁ ଟଙ୍କାର ଗୁରୁତ୍ବ
ବଲିଉଡର ସବୁଠାରୁ ସଫଳ ଅଭିନେତାଙ୍କ ମଧ୍ୟରେ ଅକ୍ଷୟ ଅନ୍ୟତମ। ତାଙ୍କ ପାଖରେ ଟଙ୍କାର କୌଣସି ଅଭାବ ନାହିଁ। କିନ୍ତୁ ପିଲାଙ୍କୁ ଟଙ୍କାର ଗୁରୁତ୍ବ ବୁଝାଇବା ଦରକାର ବୋଲି ସେ ଜାଣିଛନ୍ତି। ଅକ୍ଷୟ ଥରେ କହିଥିଲେ, ତାଙ୍କ ପୁଅ ଆରଭ ସବୁବେଳେ ଇକୋନୋମି କ୍ଲାସରେ ଯାତ୍ରା କରନ୍ତି। କାରଣ ସେ ବିଜନେସ କ୍ଲାସ ପାଇଁ ଟଙ୍କା ଦେଇପାରିବେ ନାହିଁ। ଯେତେବେଳେ ଆରଭ କିଛି ସ୍ପେସାଲ କରନ୍ତି, ଯେମିତି ସେ ବ୍ଲାକବେଲ୍ଟ ହାସଲ କଲେ, ସେତେବେଳେ ତାଙ୍କୁ ବିଜନେସ କ୍ଲାସରେ ଯାତ୍ରା କରିବାକୁ ସୁଯୋଗ ମିଳିଲା। ସେ ସବୁବେଳେ ନିଜ ପିଲାଙ୍କ ସହିତ ଏପରି କରନ୍ତି। କାରଣ ପିଲାଙ୍କୁ ଟଙ୍କାର ଗୁରୁତ୍ବ ବୁଝାଇବାକୁ ସେ ଚାହାନ୍ତି ବୋଲି ଅକ୍ଷୟ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ