ନିଃସଙ୍ଗ ମହିଳା: ୧୬ ବର୍ଷ ଧରି ଗାଁରେ ଏକୁଟିଆ


ସାଧାରଣତଃ ଗୋଟିଏ ଛୋଟ ଗାଁରେ ୫୦ରୁ ୧୦୦ ଲୋକ ବସବାସ କରନ୍ତି। କିନ୍ତୁ ବିଶ୍ବରେ ଏପରି ଏକ ନିଆରା ଗାଁ ରହିଛି, ଯାହାର ଲୋକସଂଖ୍ୟା ଦେଖି ଆପଣ ଚକିତ ହୋଇଯିବେ। ଏହି ଗାଁରେ କେବଳ ଜଣେ ବୟସ୍କ ମହିଳା ରହୁଛନ୍ତି। ଏହି ମହିଳା ଜଣକ ଦୀର୍ଘ ବର୍ଷ ଧରି ଏହି ଗାଁରେ ଏକୁଟିଆ ରହିଆସୁଛନ୍ତି। ଚାଲନ୍ତୁ ଜାଣିବା ଏହି ମହିଳାଙ୍କ ସହିତ ଜଡ଼ିତ ରୋଚକ କଥା ସମ୍ପର୍କରେ।

ଆମେରିକାର ନେବ୍ରାସ୍କା ରାଜ୍ୟରେ ରହିଛି ମୋନି ନାମକ ଏକ ଗାଁ। ୨୦୧୦ରେ ହୋଇଥିବା ଜନଗଣନା ଅନୁସାରେ ଏଠାର ଲୋକସଂଖ୍ୟା ୧। ଏହି ଗାଁରେ ଏଲସି ଆଇଲର ନାମକ ଜଣେ ବୟସ୍କ ମହିଳା ରହୁଛନ୍ତି। ଏବେ ତାଙ୍କ ବୟସ ୮୬ ବର୍ଷ। ଏଠାରେ ବାରଟେଣ୍ଡର ଠାରୁ ଆରମ୍ଭ କରି ଲାଇବ୍ରେରିଆନ, ମେୟର ସବୁକିଛି ଏଲସି ଆଇଲର। ୨୦୦୪ରୁ ଏକୁଟିଆ ଏହି ଗାଁରେ ସେ ରହୁଛନ୍ତି। ୧୯୮୦ ପର୍ଯ୍ୟନ୍ତ ଏହି ଗାଁରେ କେବଳ ୧୮ ଜଣ ଲୋକ ରହୁଥିଲେ। ଏହାପରେ ୨୦୦୦ ମସିହା ବେଳକୁ ଏଠାରେ କେବଳ ଦୁଇ ଜଣ ଲୋକ ବଞ୍ଚିଥିଲେ। ସେ ଦୁଇ ଜଣ ଥିଲେ ଏଲସି ଆଇଲର ଓ ତାଙ୍କ ପତି। ୨୦୦୪ରେ ପତିଙ୍କ ମ୍‌ତ୍ୟୁ ପରେ ଏଲସି ସେବେଠାରୁ ଏକୁଟିଆ ରହୁଛନ୍ତି। ସୂଚନାଯୋଗ୍ୟ ଯେ ୮୬ ବର୍ଷିଆ ଏଲସି ଆଇଲର ଗାଁରେ ଏକ ବାର ମଧ୍ୟ ଚଳାଉଛନ୍ତି। ଏଠାକୁ ଆମେରିକାର ଅନ୍ୟାନ୍ୟ ପ୍ରଦେଶ ସମେତ ବାହାର ଦେଶରୁ ମଧ୍ୟ ଲୋକେ ଆସିଥାନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେବା ଲାଗି ବିଶେଷକରି ଗରମ ଦିନେ ଏହି ଗାଁକୁ ଆସି ଲୋକେ ରହିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ