ଘରେ ତିଆରି କରନ୍ତୁ କଫି ଫ୍ଲେବର ଆଇସକ୍ରିମ


ଆଇସକ୍ରିମ ଖାଇବା କାହାକୁ ବା ପସନ୍ଦ ନୁହେଁ! କିନ୍ତୁ ସବୁବେଳେ ବାହାରୁ କିଣି ଆଇସକ୍ରିମ ଖାଇବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଏଥିସହିତ ଏବେ କୋରୋନା ଭାଇରସ ମଧ୍ୟ ଆତଙ୍କିତ କରି ରଖିଛି। ତେଣୁ ଆଜି ଏଠାରେ ଘରେ କିପରି କଫି ଫ୍ଲେବର ଆଇସକ୍ରିମ ତିଆରି କରିବେ, ତାହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି।

କ’ଣ ଦରକାର

୨ ଟେବଲସ୍ପୁନ କଫି ପାଉଡର, ଅଧ କପ ଚିନି, ୧ କପ କ୍ଷୀର, ୨ କପ ହେଭୀ କ୍ରିମ, ୨ ଚାମଚ ଭାନିଲା ଏସେନ୍ସ।

ପ୍ରସ୍ତୁତି ପ୍ରଣାଳୀ
କଫି ଫ୍ଲେବରର ଆଇସକ୍ରିମ ତିଆରି କରିବା ଲାଗି ପ୍ରଥମେ ଏକ ଗିନାରେ ଚିନି ଓ କ୍ରିମ ମିଶାଇ ଫେଣ୍ଟନ୍ତୁ। ଚିନି ମିଳାଇବା ଯାଏ ଏଭଳି ଭାବେ ଫେଣ୍ଟନ୍ତୁ। ଏବେ ଏଥିରେ ଭାନିଲା ଏସେନ୍ସ, କ୍ଷୀର ଓ କଫି ପାଉଡର ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହାକୁ ଏକ ପାତ୍ରରେ ରଖି ଫ୍ରିଜରରେ ରଖନ୍ତୁ। ଆଇସକ୍ରିମ ଭଲ ଭାବେ ବସିଗଲା ପରେ ଏହାକୁ ଥଣ୍ଡା ଥଣ୍ଡା ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ