ଏବେ ବି ଅବହେଳିତ ଆମ ରାଷ୍ଟ୍ରଭାଷା: ହିନ୍ଦୀ ଅଲୋଡ଼ା!


ହିନ୍ଦୀ ଭାଷୀ ଅଞ୍ଚଳରେ ସମ୍ପ୍ରତି ବଢ଼ିଛି ଇଂରାଜୀର ଆଦର। ହିନ୍ଦୀ ବଦଳରେ ଅଧିକ ଇଂରାଜୀ ଭାଷାର ବ୍ୟବହାର କରୁଛନ୍ତି ସରକାରୀ କର୍ମଚାରୀ ଓ ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ। ଇଂରାଜୀ ଭାଷାରେ ପଦେ କଥା ହୋଇଗଲେ ଅନେକ ଗର୍ବ ଅନୁଭବ କରୁଛନ୍ତି। ସାରା ଦେଶରେ ସବୁଠୁ ଅଧିକ ଲୋକ କହୁଥିବା ହିନ୍ଦୀ ଭାଷାର ବ୍ୟବହାର ଏବେ କ୍ରମଶଃ କମି କମି ଆସୁଥିବା ବେଳେ ସେପ୍ଟେମ୍ବର ୧୪ରେ ଦେଶବ୍ୟାପୀ ପାଳିତ ହିନ୍ଦୀ ଦିବସ ଆମକୁ ଏହି ଭାଷାର ପ୍ରସାର ଓ ସୁରକ୍ଷା ଦିଗରେ ସଚେତନ କରାଇ ଦେଉଛି।

ହିନ୍ଦୀ ଦିବସର ଇତିହାସ

ଇଂରାଜୀ ଭାଷାର ବ୍ୟାପକ ପ୍ରଚଳନ ଓ ହିନ୍ଦୀ ଭାଷାର ଅବହେଳାକୁ ଦ୍‌ଷ୍ଟିରେ ରଖି ପ୍ରତିବର୍ଷ ସେପ୍ଟେମ୍ବର ୧୪କୁ ଦେଶବ୍ୟାପୀ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ। ସ୍ବାଧୀନତା ପ୍ରାପ୍ତିର ଦୁଇବର୍ଷ ପରେ ୧୪ ସେପ୍ଟେମ୍ବର ୧୯୪୯ ମସିହାରେ ସମ୍ବିଧାନ ସଭା ସର୍ବସମ୍ମତି କ୍ରମେ ହିନ୍ଦୀକୁ ରାଜଭାଷା ଘୋଷଣା କରିଥିଲେ। ଏହାପରେ ପ୍ରତିବର୍ଷ ସେପ୍ଟେମ୍ବର ୧୪କୁ ହିନ୍ଦୀ ଦିବସ ଭାବେ ପାଳନ କରାଯିବାର ଅୟମାରମ୍ଭ ହୋଇଥିଲା। ହିନ୍ଦୀର ପୁରୋଧା ତଥା ହିନ୍ଦୀକୁ ଜାତୀୟ ଭାଷାର ମାନ୍ୟତା ପାଇଁ ଲମ୍ବା ଲଢ଼େଇ କରିଥିବା ରାଜେନ୍ଦ୍ର ସିଂଙ୍କ ୫୦ତମ ଜନ୍ମଦିନ ଥିଲା ୧୪ ସେପ୍ଟେମ୍ବର ୧୯୪୯। ସ୍ବାଧୀନତା ପରେ ହିନ୍ଦୀକୁ ରାଷ୍ଟ୍ରଭାଷା ଭାବେ ମାନ୍ୟତା ଦେବା ପାଇଁ କାକା କାଲେକର, ମୈଥିଳି ଚରଣ ଗୁପ୍ତା, ହଜାରି ପ୍ରସାଦ ଦ୍ବିବେଦୀ, ମହାଦେବୀ ବର୍ମା, ଗୋବିନ୍ଦ ଦାସ ଆଦି ସାହିତ୍ୟିକମାନେ ବ୍ୟାପକ ପ୍ରୟାସ କରିଛନ୍ତି। ଦକ୍ଷିଣ ଭାରତ ଗସ୍ତ କରି ସେ ଲୋକମାନଙ୍କୁ ମନାଇବାରେ ସଫଳ ହୋଇଥିଲେ।

ହିନ୍ଦୀ ଦିବସର ମହତ୍ତ୍ବ

ସ୍ବାଧୀନତାର କିଛିବର୍ଷ ପରେ ଭାରତର ନବ ନିର୍ବାଚିତ ସରକାର ଏହି ବିଶାଳ ଦେଶ, ତାର ବ୍ୟାପକ ଜନସଂଖ୍ୟା ତଥା ଭାଷା ବିବିଧତାର ପ୍ରାଚୁର୍ଯ୍ୟମୟ ପ୍ରଦେଶ, ଗରିମାମୟ ସଂସ୍କ୍‌ତି ଓ ବିଭିନ୍ନ ଧର୍ମ ତଥା ସମ୍ପ୍ରଦାୟ ମାନଙ୍କୁ ଏକାଠି ଯୋଡ଼ିବା ପାଇଁ ବ୍ୟାପକ ପ୍ରୟାସ ଚଳାଇଥିଲେ। ଦେଶ ନିକଟରେ କୌଣସି ରାଷ୍ଟ୍ରଭାଷା ନ ଥିଲା। ରାଷ୍ଟ୍ରଭାଷା ପାଇଁ ବ୍ୟାପକ ଚର୍ଚ୍ଚା, ଆଲୋଚନା, ବାର୍ତ୍ତା ବିନିମୟ, ଯୁକ୍ତି ପରେ ଶେଷରେ ହିନ୍ଦୀକୁ ରାଷ୍ଟ୍ରଭାଷା ଭାବେ ମନୋନୟନ କରାଗଲା। ଏହା ସେହି ସମୟରେ ଏକ ସରଳ ଏବଂ ଉନ୍ନତ ସମାଧାନର ରାସ୍ତା ଭାବେ ପ୍ରମାଣିତ ହୋଇଥିଲା। ସାରା ବିଶ୍ବରେ କୁହାଯାଉଥିବା ଭାଷାମାନଙ୍କ ମଧ୍ୟରେ ହିନ୍ଦୀ ଅନ୍ୟତମ ଭାଷା। ବିଶ୍ବର ପ୍ରାଚୀନ, ସମ୍‌ଦ୍ଧ ଏବଂ ସରଳ ଭାଷା ହେବା ସହିତ ହିନ୍ଦୀ ଆମକୁ ବିଶ୍ବରେ ଏକ ନୂଆ ପରିଚୟ ଦେଇଛି। ବିଶ୍ବର ସର୍ବାଧିକ ଲୋକ କହୁଥିବା ଭାଷା ମଧ୍ୟରେ ହିନ୍ଦୀ ଚତୁର୍ଥ ସ୍ଥାନରେ ରହିଛି।

କ’ଣ ରହିଛି ବିଶେଷତ୍ବ
ମାଣ୍ଡାରିନ, ସ୍ପାନିଶ, ଇଂଲିଶ ପରେ ସର୍ବାଧିକ ଲୋକ କହୁଥିବା ଭାଷା ହେଉଛି ହିନ୍ଦୀ। ଅକ୍ସଫୋର୍ଡ ଡିକ୍ସିନାରୀରେ ହିନ୍ଦୀ ଭାଷାର ୯୦୦ ଶବ୍ଦକୁ ଜାଗା ମିଳିଛି। ପ୍ରତିବର୍ଷ ଏହି ଶବ୍ଦକୋଷରେ ହିନ୍ଦୀର ନୂଆ ନୂଆ ଶବ୍ଦ ସ୍ଥାନ ପାଇବାରେ ଲାଗିଛି। ୨୦୧୭ରେ ଏହି ବିଖ୍ୟାତ ଶବ୍ଦକୋଷରେ ପ୍ରାୟ ୭୦ଟି ଭାରତୀୟ ଶବ୍ଦ ସ୍ଥାନିତ ହୋଇଥିବା ବେଳେ ଏଥିରୁ ୩୩ଟି ଶବ୍ଦ ଥିଲା ହିନ୍ଦୀର। ବିଶ୍ବର ୩୦ରୁ ଅଧିକ ଦେଶରେ ହିନ୍ଦୀରେ ପାଠପଢ଼ା ଯାଇଥାଏ। ଅନ୍ୟୁନ ୧୦୦ଟି ବିଶ୍ବବିଦ୍ୟାଳୟରେ ଏଥିପାଇଁ ଅଧ୍ୟୟନ କେନ୍ଦ୍ର ଖୋଲାଯାଇଛି। ଆମେରିକାରେ ୧୫୦ ଶିକ୍ଷାନୁଷ୍ଠାନରେ ହିନ୍ଦୀ ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା ରହିଛି। ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଫିଜି ନାମକ ଏକ ଦ୍ବୀପ ଦେଶ ରହିଛି, ଯେଉଁଠି ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ମିଳିଛି। ଭାରତ, ଫିଜି ବ୍ୟତୀତ ମରିସସ, ଫିଲିପାଇନ୍ସ, ନେପାଳ, ଗୟାନା, ତ୍ରିନିଦାଦ, ତିବ୍ବତ ଏବଂ ପାକିସ୍ତାନରେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହୋଇଥାଏ। ୧୯୭୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜାତିସଂଘକୁ ହିନ୍ଦୀରେ ସମ୍ବୋଧିତ କରିଥିଲେ। ହିନ୍ଦୀରେ ଉଚ୍ଚତମ ଗବେଷଣା ପାଇଁ ଭାରତ ସରକାର ୧୯୬୩ରେ କେନ୍ଦ୍ରୀୟ ହିନ୍ଦୀ ସଂଗଠନ ଗଠନ କରିଛନ୍ତି। ସାରା ଦେଶରେ ଏବେ ଏଭଳି ୮ଟି କେନ୍ଦ୍ର ରହିଛି। ଏବେ ଦେଶରେ ହିନ୍ଦୀ ପଢ଼ୁଥିବା ଲୋକଙ୍କ ସଂଖ୍ୟା ପାଖାପାଖି ୧୩ କୋଟି ହେବ। ୨୦୧୬ରେ ଏହି ସଂଖ୍ୟା ୫.୫ କୋଟି ଥିଲା।

ହିନ୍ଦୀ ହ୍‌ଦୟର ଭାଷା
ହ୍‌ଦୟର କୌଣସି ଭାଷା ନାହିଁ। ହ୍‌ଦୟ-ହ୍‌ଦୟ ସହିତ କଥାବାର୍ତ୍ତା କରିପାରିଥାଏ ଏବଂ ହିନ୍ଦୀ ହେଉଛି ହ୍‌ଦୟର ଭାଷା ବୋଲି ମହାତ୍ମା ଗାନ୍ଧି କହୁଥିଲେ। କିନ୍ତୁ ଏବେ ବି ଦକ୍ଷିଣ ଭାରତର କେତେକ ରାଜ୍ୟ ବିଦେଶୀ ଇଂରାଜୀ ଭାଷାକୁ ସହଜରେ ଆପଣାଇ ନେଉଥିବା ସ୍ଥଳେ ହିନ୍ଦୀ ଭାଷାର ପ୍ରଚଳନକୁ ବିରୋଧ କରିବା ଜାରି ରଖିଛନ୍ତି। ଦେଶର ମୋଟ ଜନସଂଖ୍ୟାର ୬୫ ପ୍ରତିଶତ ଲୋକ ବୁଝି ପାରୁଥିବା ଓ କହିପାରୁ ଥିବା ସ୍ଥଳେ ହିନ୍ଦୀକୁ ବିରୋଧ କରାଯାଉଛି। ସାଧାରଣ ଲୋକ ସହଜରେ ବୁଝି ପାରୁଥିବା, ବ୍ୟକ୍ତ କରିପାରୁଥିବା ଓ ଯାହା ବୋଧଗମ୍ୟ ସେଭଳି ଭାଷାରେ ଶାସନ ଚାଲିବା କଥା। କିନ୍ତୁ ବୁଝିବାରେ ବାଧକ ସାଜିଥିବା ଇଂରାଜୀ ଭାଷାରେ ପ୍ରାୟତଃ ସରକାରୀ କାମ ଦେଶରେ ଚାଲିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ