ଭ୍ରୁକୁଞ୍ଚନ କରିବ ଏହି ମନ୍ଦିର, ନିର୍ମାଣ ପାଇଁ ଲାଗିଥିଲା ୧୦୦ ବର୍ଷ


ହିନ୍ଦୁ ଧର୍ମରେ ଭଗବାନ ଓ ମନ୍ଦିରର ସବୁଠାରୁ ଅଧିକ ମହତ୍ତ୍ବ ରହିଛି। ଭଗବାନ ଏହି ସୃଷ୍ଟିକୁ ସଞ୍ଚାଳନ କରୁଛନ୍ତି ବୋଲି ବିଶ୍ବାସ କରାଯାଏ। ତାଙ୍କ ଇଚ୍ଛା ବିନା ପୃଥିବୀ ପୃଷ୍ଠରେ କିଛି ସମ୍ଭବ ହୋଇ ନ ଥାଏ। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଭଗବାନ ପ୍ରତ୍ୟେକ ସ୍ଥାନରେ ରହିଛନ୍ତି। କିନ୍ତୁ ଭାରତୀୟ ସଂସ୍କୃତି ଏପରି ଏକ ସଂସ୍କୃତି ଯେଉଁଠି ଭିନ୍ନ ଭିନ୍ନ ସ୍ଥାନରେ ଅଲଗା ଅଲଗା ଦେବଦେବୀଙ୍କ ମନ୍ଦିର ଦେଖିବାକୁ ମିଳିଥାଏ। ଏହା ବର୍ଷ ବର୍ଷ ଧରି ଚାଲି ଆସୁଛି। ଲୋକେ ସେମାନଙ୍କ ଶ୍ରଦ୍ଧାରେ ମନ୍ଦିର ନିର୍ମାଣ କରୁଛନ୍ତି। ଆଜି ଏଠାରେ ଏପରି ଏକ ମନ୍ଦିର ସମ୍ପର୍କରେ ସୂଚନା ଦିଆଯାଇଛି, ଯାହା କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନୁହେଁ। ଏହି ମନ୍ଦିର ନିର୍ମାଣ କରିବାକୁ ଶହେ ବର୍ଷରୁ ଅଧିକ ସମୟ ଲାଗି ଯାଇଥିଲା।

ଏହି ମନ୍ଦିର ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲା ଅନ୍ତର୍ଗତ ଏଲୋରେ ଗାଁରେ ରହିଛି। ଏହା କୈଳାସ ମନ୍ଦିର ଭାବେ ପ୍ରସିଦ୍ଧ। ୨୭୬ ଫୁଟ ଚଉଡ଼ା ଓ ୧୫୪ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରର ବିଶେଷତ୍ବ ହେଉଛି ଗୋଟିଏ ପଥରକୁ କାଟି ଏହି ମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିରର ଉଚ୍ଚତା ଗୋଟିଏ ଦୁଇ/ତିନି ମହଲା କୋଠାର ଉଚ୍ଚତା ସହ ପ୍ରାୟ ସମାନ। ମନ୍ଦିରର ବାସ୍ତୁକଳାରେ କନ୍ନାଡିଗା ରାଜାଙ୍କ ଦ୍ବାରା ନିମିର୍ତ ପଲ୍ଲଭା ଏବଂ ଚାଲୁକ୍ୟ ଶୈଳୀର ନିଦର୍ଶନ ଦେଖିବାକୁ ମିଳିଥାଏ। ଏହି ମନ୍ଦିର ନିର୍ମାଣ ଲାଗି ପାଖାପାଖି ୪୦,୦୦୦ ଟନର ୱେଜିଂ ଷ୍ଟୋନ କଟାଯାଇଥିଲା। ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ କରାଯାଇଛି। ଏହାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏହା ଦେଖିବାକୁ ହିମାଳୟରେ ଥିବା କୈଳାସ ପର୍ବତ ଭଳି। ମନ୍ଦିରର ନିର୍ମାଣ ଅଷ୍ଟମ ଶତାବ୍ଦୀର ରାଷ୍ଟ୍ରକୁଟ ରାଜା କୃଷ୍ଣଙ୍କ ଦ୍ବାରା ୭୫୬-୭୭୩ ଖ୍ରୀଷ୍ଟାବ୍ଦ ମଧ୍ୟରେ ଆରମ୍ଭ ହୋଇଥିବାବେଳେ ଏହା ସମୟକ୍ରମେ ଅନ୍ୟମାନଙ୍କ ଦ୍ବାରା ସମ୍ପୂର୍ଣ୍ଣ ହୋଇଥିଲା। ତେବେ କୁହାଯାଏ ଏହି କୈଳାସ ମନ୍ଦିର ନିର୍ମାଣର ଉଦ୍ଦେଶ୍ୟ ଥିଲା, ଯଦି କୌଣସି ଭକ୍ତ ହିମାଳୟରେ ପହଞ୍ଚି ନ ପାରନ୍ତି, ତେବେ ଏଠାକୁ ଆସି ଭଗବାନ ଶିବଙ୍କ ଦର୍ଶନ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ