ଆପଣାନ୍ତୁ ଏସବୁ ଅଭ୍ୟାସ: ଦୀର୍ଘଦିନ ରହିବେ ଫିଟ


ଆମ ଦୈନନ୍ଦିନ ଜୀବନଶୈଳୀ ସହ ଜଡ଼ିତ କେତେକ ନିୟମ ରହିଛି, ଯାହାକୁ ଅନୁସରଣ କରି ଆପଣ ସବୁବେଳେ ଫିଟ ରହିପାରିବେ। ଟଙ୍କା ଥିଲେ ଚିକିତ୍ସା ତ ଆପଣ କରିପାରିବେ। କିନ୍ତୁ ଆପଣ ରୋଗରେ ନ ପଡ଼ିବା କେବଳ ଆପଣଙ୍କ ଉତ୍ତମ ଅଭ୍ୟାସ ଉପରେ ନିର୍ଭର କରେ। ଏହି ଭଲ ଅଭ୍ୟାସ ଆପଣଙ୍କୁ ସୁସ୍ଥ ରଖିପାରିବ। ଚାଲନ୍ତୁ ଜାଣିବା ଏପରି କେତେକ ଭଲ ଅଭ୍ୟାସ ସମ୍ପର୍କରେ, ଯାହା ସାହାଯ୍ୟରେ ଆପଣ ଫିଟ ମଧ୍ୟ ଅନୁଭବ କରିବେ।

ଏକ ଗ୍ଲାସ ଉଷୁମ ପାଣି
ଶରୀରରେ ଏନର୍ଜି ସ୍ତର ଠିକ ରଖିବା ଲାଗି ଆପଣ ଦିନର ଆରମ୍ଭ ଉଷୁମ ପାଣିରୁ କରନ୍ତୁ। ଏହା ପିଇବା ଦ୍ବାରା ଶରୀରର ମେଟାବଲିଜମ ରେଟ ବଢ଼ିଥାଏ। ଫଳରେ ଶରୀରରେ ପୂରା ଦିନ ଏନର୍ଜି ରହିଥାଏ।

ଚାଲିବା ଉପରେ ଗୁରୁତ୍ବ ଦିଅନ୍ତୁ
ଏହା ଜରୁରୀ ନୁହେଁ ଯେ ଆପଣ କେବଳ ସକାଳେ ୱାକ କରିବେ। ଚାଲିବା ଏପରି ଏକ ବ୍ୟାୟାମ, ଯାହାକୁ ଦିନର ଯେ କୌଣସି ସମୟରେ କରିପାରିବେ। ଯଦି ଆପଣଙ୍କ ଅଫିସ ଘର ପାଖରେ ଅବସ୍ଥିତ, ତେବେ ଆପଣ ପ୍ରତ୍ୟେକ ଦିନ ଚାଲି ଚାଲି ଯିବା ଆସିବା କରିପାରିବେ। ଲିଫ୍ଟ ବଦଳରେ ଶିଡ଼ି ବ୍ୟବହାର କରନ୍ତୁ। ଘରେ କେବଳ ଆରାମ ନ କରି ମଧ୍ୟ ଚଲାବୁଲା କରନ୍ତୁ।

ଦୈନିକ ପିଅନ୍ତୁ ୩ ଲିଟର ପାଣି
ପାଣି କେବଳ ଶୋଷ ମେଣ୍ଟାଇ ନ ଥାଏ, ଏହା ଅନେକ ରୋଗ ପାଇଁ ରାମବାଣ ଚିକିତ୍ସା ମଧ୍ୟ। ଯେଉଁ ଲୋକମାନେ ପ୍ରତ୍ୟେକ ଦିନ ଦୁଇରୁ ଅଢ଼େଇ ଲିଟର ପାଣି ସେବନ କରୁଛନ୍ତି, ସେମାନେ କମ ରୋଗରେ ପଡ଼ନ୍ତି। ଏଭଳି ଲୋକଙ୍କ ପେଟ ସମସ୍ୟା ବେଶୀ ହୋଇ ନ ଥାଏ। ସେମାନଙ୍କ ତ୍ବଚା ଚମକଦାର ରହିବା ସହିତ ସେମାନଙ୍କର ବ୍ରଣ ସମସ୍ୟା ମଧ୍ୟ ହୋଇ ନ ଥାଏ। ତେଣୁ ସୁସ୍ଥ ରହିବା ଲାଗି ପ୍ରତ୍ୟେକ ଦିନ ୩ ଲିଟର ପାଣି ନିହାତି ଭାବେ ପିଅନ୍ତୁ। କେତେକ ଲୋକଙ୍କ ଅଧିକ ପାଣି ପିଇବା ଦ୍ବାରା ହଜମ ସମସ୍ୟା ହୋଇଥାଏ। ଏପରିସ୍ଥଳେ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ।

ସବୁଜ ପନିପରିବା ଓ ଫଳ
ଫଳ ଓ ପନିପରିବା ସେବନ ଦ୍ବାରା ଗୋଟିଏ ପଟେ କ୍ୟାନସରରୁ ରକ୍ଷା ମିଳୁଥିବାବେଳେ ଅନ୍ୟପଟେ ହୃଦରୋଗ ଜନିତ ରୋଗ ଆଶଙ୍କା ମଧ୍ୟ କମ ହୋଇଥାଏ। ଏହା ପେଟକୁ ସଫା ରଖିଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ଫଳ ଓ ପନିପରିବା ଖାଉଥିବା ଲୋକେ ଫଳ ଓ ପନିପରିବା ଖାଉ ନ ଥିବା ଲୋକଙ୍କଠାରୁ ଅଧିକ ଖୁସିରେ ରହିଥାନ୍ତି।

ଦିନକୁ ନିଅନ୍ତୁ ୭ରୁ ୮ ଘଣ୍ଟାର ନିଦ
ଅନେକ ଗବେଷଣାର ଫଳାଫଳ ଅନୁସାରେ ଯେଉଁ ଲୋକମାନେ ୭ ଘଣ୍ଟାରୁ କମ ସମୟ ଶୋଇଥାନ୍ତି ସେମାନେ ଅନେକ ରୋଗର ଶିକାର ହୋଇଯାଆନ୍ତି। ଉତ୍ତମ ସ୍ବାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ନିଦ ଜରୁରୀ। ଯେଉଁ ଲୋକମାନେ ରାତି ୧୦ଟାରେ ଶୋଇ ଯାଆନ୍ତି ଓ ୬ଟାରେ ଉଠନ୍ତି, ସେମାନେ ପୂରା ଦିନ ତାଜା ଅନୁଭବ କରନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ