ହଟ ଲୁକରେ ରଶ୍ମୀ: ଏବେ ବ୍ଲାକ ବଡିକନ ଡ୍ରେସରେ


‘ବିଗବସ ୧୩’ ଫାଇନାଲିଷ୍ଟଙ୍କ ମଧ୍ୟରେ ଅନ୍ୟତମ ରଶ୍ମୀ ଦେସାଇଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥାଏ। ଏବେ ନିଜ ଷ୍ଟାଇଲ ଦ୍ବାରା ମଧ୍ୟ ସେ ପ୍ରଶଂସକଙ୍କ ହୃଦୟ ଚୋରି କରିବାରେ ଲାଗିଛନ୍ତି। ଗୋଟିଏ ପରେ ଗୋଟିଏ ଗର୍ଜିଅସ ଲୁକରେ ନଜର ଆସୁଥିବା ରଶ୍ମୀଙ୍କ ଷ୍ଟାଇଲିଶ ଅନ୍ଦାଜକୁ ପ୍ରଶଂସକମାନେ ଖୁବ ପସନ୍ଦ କରୁଛନ୍ତି। କିଛି ଦିନ ତଳେ ଇନଷ୍ଟାଗ୍ରାମରେ ସେ ଏକ ବ୍ଲାକ ବଡିକନ ଡ୍ରେସ ପିନ୍ଧିଥିବା ଫଟୋ ଶେୟାର କରିଥିଲେ। ତାଙ୍କର ଏହି ସେକ୍ସି ଲୁକ ଦେଖି ଟିଭି ଇଣ୍ଡଷ୍ଟ୍ରୀର ସେଲିବ୍ରିଟି ମଧ୍ୟ କମେଣ୍ଟ କରିବାରେ ଲାଗିଛନ୍ତି।

ଅନଲକ ହେବା ପରେ ରଶ୍ମୀଙ୍କୁ ବ୍ଲାକ କଲରର ବଡିକନ ଶର୍ଟ ଡ୍ରେସରେ ଦେଖିବାକୁ ମିଳିଥିଲା। ଏହି ଖାସ ଲୁକରେ ହଲଟନ ଲୁକ ଓ ସ୍ଲିଭଲେସ ଷ୍ଟାଇଲ ତାଙ୍କ ଲୁକକୁ ଗ୍ଲାମରସ କରିବା ପାଇଁ ଯଥେଷ୍ଟ ଥିଲା। ଏହି ଡ୍ରେସର ନେକ ଡିଜାଇନରେ ସିଲଭର ରଙ୍ଗର ଏମ୍ବ୍ରୋଡୋରୀ କରାଯାଇଥିଲା। ଏହି ସେକ୍ସି ଡ୍ରେସ ସହିତ ରଶ୍ମୀ ହ୍ବାଇଟ ସ୍ନିକର୍ସରେ ଟାଟୁ କରିଥିବା ନଜର ଆସୁଥିଲେ। ଏଥିସହିତ ସେ ସିମ୍ପଲ ଆଇ ମେକଅପ ଓ କେଶ ପୋନିଟେଲ କରିଥିଲେ। ଏହି ଲୁକରେ ରଶ୍ମୀ ଖୁବ ସୁନ୍ଦର ଦେଖାଯାଉଥିଲେ। ସେହିପରି କୋରୋନାକୁ ଦୃଷ୍ଟିରେ ରଖି ସେ କଳା ରଙ୍ଗର ମାସ୍କ ପିନ୍ଧିଥିଲେ ଯାହା ନିଜ ପୋଷାକ ସହିତ ପୂରାପୂରି ମ୍ୟାଚ କରୁଥିଲା।

ଋଶ୍ମୀ ଆଜିକାଲି ନିଜ ଲୁକ ପାଇଁ ଖୁବ ଚର୍ଚ୍ଚାରେ। କିଛି ଦିନ ତଳେ ତାଙ୍କ ଫଟୋଶୁଟ ବେଶ ଭାଇରାଲ ହୋଇଥିଲା। ଏଥିରେ ରଶ୍ମୀ ବୋଲ୍ଡ ଲୁକରେ ନଜର ଆସୁଥିଲେ। ପିଙ୍କ ବ୍ଲେଜର ଓ ଶର୍ଟ ସ୍କର୍ଟ ସାଙ୍ଗକୁ ମେସି ହେଆର ସହିତ ରଶ୍ମୀ ସ୍ନେକ ଶେପ ଇଅର ରିଙ୍ଗସ ପିନ୍ଧି ପୋଜ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ