ପାର୍ଟନରଙ୍କ ବନ୍ଧୁ ପସନ୍ଦ ନ ଥିଲେ କ’ଣ କରିବେ


ଅନେକ ସମୟରେ ଦେଖାଯାଏ ମହିଳାଙ୍କୁ ସେମାନଙ୍କର ପାର୍ଟନରଙ୍କ ବନ୍ଧୁ ପସନ୍ଦ ଆସି ନ ଥାନ୍ତି। ପାର୍ଟନରଙ୍କ ବନ୍ଧୁ ଆପଣଙ୍କ ସମ୍ପର୍କରେ କ’ଣ ଚିନ୍ତା କରୁଛନ୍ତି, ତାହା ଫରକ ନ ପଡ଼ିଲେ ବି ଆପଣଙ୍କ ପାର୍ଟନର ସହ ବୁଲିବା, କଥା ହେବା ହୁଏତ ଆପଣଙ୍କୁ ପସନ୍ଦ ଆସି ନ ପାରେ। ତେବେ ଏତେ ଛୋଟ କଥା ପାଇଁ ଆପଣ ତାଙ୍କୁ ଛାଡ଼ି ବି ହେବନି। ତେବେ ଏପରିସ୍ଥଳେ କ’ଣ କରିବେ ନ କରିବେ ତାହା ଚିନ୍ତା ନ କରି ଏହି ଟିପସ ଅନୁସରଣ କରନ୍ତୁ।

ନିଜ ପାର୍ଟନରଙ୍କ ସହ କଥା ହୁଅନ୍ତୁ
ଏ ସମ୍ପର୍କରେ ନିଜ ପାର୍ଟନରଙ୍କ ସହିତ ଖୋଲାଖୋଲି ଆଲୋଚନା କରନ୍ତୁ। ପାର୍ଟନରଙ୍କ ବନ୍ଧୁଙ୍କୁ ସିଧାସଳଖ ଦୋଷ ନ ଦେଇ କଥାବାର୍ତ୍ତା ଜରିଆରେ ଆପଣଙ୍କ ସାଥୀଙ୍କୁ ବୁଝାନ୍ତୁ। ହୋଇପାରେ ଆପଣ ସାଥୀଙ୍କ ବନ୍ଧୁଙ୍କଠାରୁ ଦୂରେଇ ରହିବା ଲାଗି ତାଙ୍କୁ ଅଣଦେଖା କରିପାରନ୍ତି। କିନ୍ତୁ ଏହା ଠିକ ନୁହେଁ। ଏପରି କରିବା ଦ୍ବାରା ଆପଣଙ୍କ ସାଥୀ ଆପଣଙ୍କ ଉପରେ ରାଗି ପାରନ୍ତି। ଏହା ବଦଳରେ ଏପରି କିଛି ଉପାୟ ବାହାର କରନ୍ତୁ, ଯାହା ଆପଣମାନେ ସମସ୍ତେ ଏକାଠି ମିଶି କରିପାରିବେ। ଏପରି କରିବା ଦ୍ବାରା ଆପଣଙ୍କ ସାଥୀଙ୍କ ମନରେ ଆପଣଙ୍କ ପାଇଁ ପ୍ରେମ ଓ ଇଜ୍ଜତ ଆହୁରି ବଢ଼ିଯିବ।

ବନ୍ଧୁତାର ହାତ ବଢ଼ାନ୍ତୁ
ହୁଏତ ସାଥୀଙ୍କ ବନ୍ଧୁଙ୍କ ସହିତ ଆପଣଙ୍କର ଅନୁଭବ ଭଲ ନ ଥାଇପାରେ। ଏହାର ଅର୍ଥ ନୁହେଁ ଆପଣ ସବୁବେଳେ ଉଦାସ ରହିବେ ଓ ଏହାକୁ ବଦଳାଇବାକୁ ଚେଷ୍ଟା କରିବେ ନାହିଁ। ତେଣୁ ପାର୍ଟନରଙ୍କ ବନ୍ଧୁଙ୍କ ସହ ବନ୍ଧୁତ୍ବର ହାତ ବଢ଼ାନ୍ତୁ।

ଈର୍ଷା କରନ୍ତୁ ନାହିଁ

ଯଦି ଆପଣଙ୍କ ପାର୍ଟନର ନିଜ ବନ୍ଧୁଙ୍କ ସହିତ ଅଧିକ ସମୟ ବିତାଉଛନ୍ତି, ତେବେ ଏଥିପାଇଁ ଈର୍ଷା ପରାୟଣ ହୁଅନ୍ତୁ ନାହିଁ। ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ସାଥୀ ସେମାନଙ୍କ ସାଙ୍ଗରେ ଅଧିକ ଖୁସିରେ କାହିଁକି ଅଛନ୍ତି।

ଅଧିକ ଜଟିଳ ହୁଅନ୍ତୁନି
ସାଥୀଙ୍କ ବନ୍ଧୁ ଆପଣଙ୍କୁ ପସନ୍ଦ ଆସି ନ ପାରନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ସବୁବେଳେ ତାଙ୍କର ଚୁଗୁଲି କରିବେ। ଏପରି କରିବା ଦ୍ବାରା ଆପଣଙ୍କ ସମ୍ପର୍କ ପ୍ରଭାବିତ ହୋଇପାରେ।

ସୀମିତ କରନ୍ତୁ ସମ୍ପର୍କ
ଅନେକ ଚେଷ୍ଟା ସତ୍ତ୍ବେ ନିଜ ସାଥୀଙ୍କ ସହିତ ଠିକ ଅନୁଭବ କରୁ ନାହାନ୍ତି, ତେବେ ସେମାନଙ୍କ ସହିତ ସମ୍ପର୍କକୁ ସୀମିତ କରନ୍ତୁ। ଅର୍ଥାତ ସେମାନଙ୍କ ସହିତ କେବଳ କାମ ବିଷୟରେ କଥା ହୁଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ସାଥୀଙ୍କ ବନ୍ଧୁଙ୍କ ସହିତ ମତାନ୍ତର ହେବା ସ୍ଥିତି ଉପୁଜିବ ନାହିଁ। କେବେ ବି ନିଜ ସାଥୀଙ୍କୁ ବନ୍ଧୁ ଓ ଆପଣଙ୍କ ମଧ୍ୟରେ ଜଣଙ୍କୁ ଚୟନ କରିବାକୁ ବିକଳ୍ପ ଦିଅନ୍ତୁନି। ନିଜ ସାଥୀଙ୍କ ନଜରରେ ଖରାପ ହୁଅନ୍ତୁ ନାହିଁ। ହୋଇପାରେ ଆପଣଙ୍କ ଉପରେ ବିଶ୍ବାସ ବି ହରାଇ ପାରନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ