ସାହସୀ ମା’: ଝିଅ ପାଇଁ ପୁରୁଷ ପାଲଟିଛନ୍ତି ଫରହୀନ


ମା’ କେବଳ ଗୋଟିଏ ଶବ୍ଦ ନୁହେଁ, ବରଂ ଏହା ମମତାରେ ପରିପୂର୍ଣ୍ଣ ସେହି ପଣତକାନି, ଯିଏ ନିଜ ପିଲାର ସମସ୍ତ ଦୁଃଖକୁ ନିଜ ଉପରେ ନେଇଥାନ୍ତି। ଜଣେ ମା’ ନିଜ ପିଲାର ଭୋକ ମେଣ୍ଟାଇବା ଲାଗି ନିଜେ ଭୋକିଲା ରହିଯାଆନ୍ତି। କିନ୍ତୁ ଏଠାରେ ଏପରି ଜଣେ ମା’ଙ୍କ ବିଷୟରେ କୁହାଯାଇଛି, ଯିଏ ନିଜ ଝିଅର ଭବିଷ୍ୟତ ପାଇଁ ବର୍ଷ ବର୍ଷ ଧରି ପୁରୁଷ ପାଲଟିଯାଇଛନ୍ତି।

୯ ବର୍ଷର ଝିଅ ପାଇଁ ପାଲଟିଲେ ପୁରୁଷ

ହୁଏତ ଏହା ଶୁଣିବାକୁ ଆପଣଙ୍କୁ ଅଜବ ଲାଗିପାରେ। କିନ୍ତୁ ପାକିସ୍ତାନର ଲାହୋରରେ ରହୁଥିବା ଫରହୀନ ନିଜ ୯ ବର୍ଷର ଝିଅ ପାଇଁ ପୁରୁଷ ପାଲଟି କାମ କରୁଛନ୍ତି। ପ୍ରଥମେ ଦେଖିଲେ କେହି ବି ଜାଣିପାରିବେ ନାହିଁ ଯେ ସେ ପୁରୁଷ ନୁହନ୍ତି ମହିଳା ବୋଲି।

ସିଙ୍ଗଲ ମଦର
ଫରହୀନ ଜଣେ ସିଙ୍ଗଲ ମଦର। ନିଜ ପିଲାର ପାଳନ ପୋଷଣ ଏକୁଟିଆ ହିଁ କରିଥାନ୍ତି। ଲାହୋରର ଅନାରକଲି ବଜାରରେ ତାଙ୍କର ଏକ ଦୋକାନ ରହିଛି। ଏଥିରୁ ଯାହା ରୋଜଗାର ହେଉଛି, ସେଥିରେ ସେ ଝିଅର ଲାଳନପାଳନ କରୁଛନ୍ତି। ପାକିସ୍ତାନରେ ପିତୃକୈନ୍ଦ୍ରିକ ସମାଜର ଦବଦବା ରହିଥିବା କାରଣରୁ ତାଙ୍କୁ କାମ ମିଳିବା କଷ୍ଟ ହେଉଥିଲା। ପୁରୁଷପ୍ରଧାନ ସମାଜରେ କାମ କରିବାରେ ପ୍ରଥମେ ପ୍ରଥମେ ମହିଳାଙ୍କ ପାଇଁ ଖୁବ ଆହ୍ବାନପୂର୍ଣ୍ଣ। ଏପରିସ୍ଥଳେ ଝିଅ ପାଇଁ ସେ ପୁରୁଷ ହୋଇ କାମ କରିବା ଆରମ୍ଭ କରିଥିଲେ ବୋଲି ଫରହୀନ କହନ୍ତି।

କ୍ୟାବ ଚଲାଉଛନ୍ତି

ଫରହୀନ କହିଛନ୍ତି ଯେ ଲାହୋରର ଲୋକେ ମହିଳାଙ୍କୁ ଦୋକାନ ଚଳାଇବା ଦେଖିବାର ଅଭ୍ୟାସ ନାହିଁ। ସେଥିପାଇଁ ସେ ବେଶ ବଦଳାଇ କାମ କରିବା ଆରମ୍ଭ କରିଥିଲେ। ପେଟ ଭରିବା ଲାଗି ଫରହୀନ ଦୋକାନ କରିବା ସହିତ କ୍ୟାବ ଡ୍ରାଇଭର ମଧ୍ୟ। ସେ ତାଙ୍କ ଝିଅଙ୍କ ସହିତ ଏକ ହଷ୍ଟେଲରେ ରହୁଛନ୍ତି। ତାଙ୍କ କାହାଣୀ ଦୁନିଆ ସମ୍ମୁଖକୁ ଆସିବା ପରେ ଲୋକେ ସହାୟତାର ହାତ ବଢ଼ାଇବାରେ ଲାଗିଛନ୍ତି। ଏବେ ତାଙ୍କ ପାଖରେ ପାଖାପାଖି ୨ ଲକ୍ଷ ଟଙ୍କା ଜମା ହୋଇସାରିଛି ବୋଲି ଫରହୀନ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ