କମ ଆୟକାରୀ ବର୍ଗରେ ବଢ଼ୁଛି ଆତ୍ମହତ୍ୟା, ସର୍ବାଧିକ ଦିନ ମଜୁରିଆ


ସାମ୍ପ୍ରତିକ ସମୟରେ ଋଣଭାରରେ ବୁଡ଼ିଥିବା ଚାଷୀ, ଅବସାଦଗ୍ରସ୍ତ ବ୍ୟକ୍ତି ଓ ଚାପରେ ଥିବା ଛାତ୍ରଛାତ୍ରୀ ଅଧିକ ଆତ୍ମହତ୍ୟା କରୁଥିବାର ଏକ ଧାରଣା ସ୍‌ଷ୍ଟି ହୋଇଥିବା ବେଳେ ଏବେ ଏକ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି। ବିଗତବର୍ଷ ତୁଳନାରେ ଆତ୍ମହତ୍ୟା ମାମଲା ବଢ଼ିଥିବା ବେଳେ କମ ଆୟକାରୀ ବର୍ଗରେ ଏହା ଅଧିକ ବଢ଼ିଛି। ଏଥିରେ ସର୍ବାଧିକ ହେଉଛନ୍ତି ଦିନ ମଜୁରିଆ। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟ ରିପୋର୍ଟ ଅନୁଯାୟୀ ୨୦୧୯ରେ ଆତ୍ମହତ୍ୟାକାରୀ ମଧ୍ୟରୁ ୬୬ ପ୍ରତିଶତ ଏଭଳି ବର୍ଗର ଥିଲେ, ଯେଉଁମାନଙ୍କର ଦୈନିକ ରୋଜଗାର ୨୭୮ ଟଙ୍କାରୁ ବି କମ ଥିଲା।

କେନ୍ଦ୍ର ଗ୍‌ହ ମନ୍ତ୍ରାଳୟ ଅଧୀନ ଏନସିଆରବି ୨୦୧୯ରେ ହୋଇଥିବା ଆତ୍ମହତ୍ୟାର ପରିସଂଖ୍ୟାନ ପ୍ରକାଶ କରିଛନ୍ତି। ରିପୋର୍ଟରେ ପ୍ରଦତ୍ତ ହିସାବରେ ବର୍ଗୀକରଣ କରାଯାଇଛି। ସେଥିରେ ସ୍ପଷ୍ଟ ଦର୍ଶାଯାଇଛି ଯେ ଦୈନିକ ମଜୁରିରେ ଖଟୁଥିବା ମେହନତି ବର୍ଗଙ୍କ ମଧ୍ୟରୁ ବେଶୀ ସଂଖ୍ୟାକ ଲୋକ ଆତ୍ମହତ୍ୟାର ରାସ୍ତା ଆପଣାଉଛନ୍ତି। ଏନସିଆରବିର ଏହି ରିପୋର୍ଟରେ ୨୦୧୯ରେ ଦେଶରେ ୧,୩୯,୧୨୩ଟି ଆତ୍ମହତ୍ୟା ଦର୍ଶାଯାଇଛି। ୨୦୧୮ ତୁଳନାରେ ଏହା ୩.୪ ପ୍ରତିଶତ ଅଧିକ। ମୋଟ ଆତ୍ମହତ୍ୟାକାରୀଙ୍କ ମଧ୍ୟରୁ ୨୩.୪ ପ୍ରତିଶତ ଦିନ ମଜୁରିଆ ଥିବା ଏହି ରିପୋର୍ଟ କହିଛି।

ଆତ୍ମହତ୍ୟାକାରୀଙ୍କୁ ୯ ଭାଗରେ ବର୍ଗିକ୍‌ତ କରାଯାଇଛି। ୨୦୧୯ରେ ମୋଟ ୯୭,୬୧୩ ପୁରୁଷ ଆତ୍ମହତ୍ୟା କରିଛନ୍ତି। ଏଥିରୁ ୨୯,୦୯୨ ହେଉଛନ୍ତି ଦିନ ମଜୁରିଆ। ଏହି ସଂଖ୍ୟା ମଧ୍ୟରୁ ୧୪,୩୧୯ ଲୋକ ନିଜର କାମ କରୁଥିବା ସହ ୧୧,୫୯୯ ଲୋକ ବେରୋଜଗାର ଥିଲେ। ୨୦୧୯ରେ ୪୧,୪୯୩ ମହିଳା ଆତ୍ମହତ୍ୟା କରିଛନ୍ତି। ଏଥିରୁ ସର୍ବାଧିକ ୨୧,୩୫୯ ଗ୍‌ହିଣୀ ଥିଲେ। ଏବଂ ଆତ୍ମହତ୍ୟା କରିଥିବା ମହିଳାଙ୍କ ମଧ୍ୟରୁ ଦ୍ବିତୀୟ ସର୍ବାଧିକ ବର୍ଗର ଥିଲେ ଛାତ୍ରୀ। ତ୍‌ତୀୟ ସର୍ବବ୍‌ହତ ଆତ୍ମହତ୍ୟାକାରୀ ମହିଳାଙ୍କ ମଧ୍ୟରୁ ଦିନ ମଜୁରିଆ ମହିଳାଙ୍କ ସଂଖ୍ୟା ଥିଲା ୩,୪୬୭। ଦିନ ମଜୁରିଆଙ୍କ ଆୟ ସବୁଠୁ କମ। ଚାଷୀଙ୍କ ଆୟ ଦିନ ମଜୁରିଆଙ୍କ ଠାରୁ ଅଧିକ। କ୍‌ଷି ଶ୍ରମିକମାନେ ମଧ୍ୟ ଦିନ ମଜୁରିଆଙ୍କ ଠାରୁ ଅଧିକ ଆୟ ପାଇଥାନ୍ତି। ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୧୯ରେ ଦେଶରେ ୫,୯୫୭ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୪,୩୨୪ କ୍‌ଷି ଶ୍ରମିକ ଆତ୍ମହତ୍ୟାର ପଥ ବାଛି ନେଇଥିଲେ।

ସାଧାରଣତଃ କେତେକ ରାଜ୍ୟ ଚାଷୀ ଆତ୍ମହତ୍ୟାକୁ ନେଇ କୁଖ୍ୟାତି ଅର୍ଜନ କରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୩୮.୨ ପ୍ରତିଶତ କ୍‌ଷକ ଆତ୍ମହତ୍ୟା କରିଥାନ୍ତି। କର୍ଣ୍ଣାଟକ ଦ୍ବିତୀୟ ସ୍ଥାନରେ। ଏଠାରେ ସର୍ବାଧିକ ୧୯.୪ ପ୍ରତିଶତ ଚାଷୀ ଆତ୍ମହତ୍ୟା କରିଥିବା ରିପୋର୍ଟ ଦର୍ଶାଇଛି। ଆନ୍ଧ୍ର ପ୍ରଦେଶରେ ୧୦ ପ୍ରତିଶତ ଏବଂ ମଧ୍ୟ ପ୍ରଦେଶରେ ୫.୩ ପ୍ରତିଶତ ଚାଷୀ ଆତ୍ମହତ୍ୟା କରିଥିବା ଜଣାଯାଏ। ଏହି ରିପୋର୍ଟରୁ ଗୋଟିଏ କଥା ସ୍ପଷ୍ଟ ଯେ କମ ଆୟକାରୀ ବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ଘଟଣା ବଢ଼ୁଛି। ୨୦୧୯ରେ ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ଦୁଇ ତ୍‌ତୀୟାଂଶଙ୍କ ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ କମ। ଏହି ଲୋକେ ମାସକୁ ୮,୩୩୩ ଟଙ୍କା ଓ ଦିନକୁ ୨୭୮ ଟଙ୍କାରୁ କମ ଆୟ କରୁଥିଲେ। ଯାହା ବେଳେ ବେଳେ ମନନରେଗାରୁ ମିଳୁଥିବା ମଜୁରୀରୁ ବି କମ ହୋଇଥାଏ।

ଆତ୍ମହତ୍ୟାକାରୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଏଭଳି ଯେଉଁମାନଙ୍କର ବାର୍ଷିକ ଆୟ ୧ ଲକ୍ଷରୁ ୫ ଲକ୍ଷ ମଧ୍ୟରେ। ପରିସଂଖ୍ୟାନରୁ ସ୍ପଷ୍ଟ ଯେ ୨୦୧୯ରେ ବାର୍ଷିକ ୧ ଲକ୍ଷ ଟଙ୍କାରୁ କମ ରୋଜଗାର କରୁଥିବା ୯୨,୦୮୫ ଲୋକ ଆତ୍ମହତ୍ୟା କରିଛନ୍ତି। ଏଥିରେ ୨୯,୮୩୨ ମହିଳା ଓ ୬୨,୨୩୬ ପୁରୁଷ ଅଛନ୍ତି। ଏଭଳି ୧ ଲକ୍ଷରୁ ୫ ଲକ୍ଷ ଟଙ୍କାଯାଏ ବାର୍ଷିକ ଆୟ କରୁଥିବା ମୋଟ ୪୧,୧୯୭ ଲୋକ ଆତ୍ମହତ୍ୟା କରିଛନ୍ତି। ୫ରୁ ୧୦ ଲକ୍ଷ ଯାଏ ବାର୍ଷିକ ଆୟ କରୁଥିବା ୪,୮୨୪ ଓ ବାର୍ଷିକ ୧୦ ଲକ୍ଷରୁ ଅଧିକ ଆୟ କରୁଥିବା ୧୦୧୯ ଲୋକ ଆତ୍ମହତ୍ୟା କରିଛନ୍ତି। ଜୀବିକାର ଅନିଶ୍ଚିତତା, ରୋଗ, ଋଣ ଓ ଭବିଷ୍ୟତ ଆଶଙ୍କାକୁ ସଠିକ ଢଙ୍ଗରେ ମୁକାବିଲା କରିପାରୁ ନ ଥିବା ଏହି ଅସହାୟ ମଣିଷମାନେ ଆତ୍ମହତ୍ୟାର ରାସ୍ତା ବାଛି ନେଇଥାନ୍ତି। ଆୟପ୍ରାପ୍ତିରେ ସହାୟତା, ସଠିକ ପରାମର୍ଶ ଓ ସକ୍ଷତା ବିକାଶ ସାଙ୍ଗକୁ ସାମାଜିକ ନିରାପତ୍ତା ଯୋଜନାକୁ ସୁଦଢ଼ କରିବା ଦିଗରେ ପଦକ୍ଷେପ ନିଆଗଲେ ଆତ୍ମହତ୍ୟାର ଫାଶରୁ କମ ଆୟକାରୀବର୍ଗଙ୍କୁ ସୁରକ୍ଷା ଦେଇହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ