କର୍ଣ୍ଣାଟକରେ ୩ ମନ୍ଦିର ପୂଜକଙ୍କୁ ନିର୍ମମ ହତ୍ୟା


କର୍ଣ୍ଣାଟକା ମାଣ୍ଡ୍ୟା ସହରରେ ଥିବା ଶ୍ରୀ ଅର୍କେଶ୍ବର ମନ୍ଦିରର ୩ ଜଣ ପୂଜକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ୩ ପୂଜକଙ୍କ ରକ୍ତାକ୍ତ ଶରୀର ମନ୍ଦିର ପରିସରରୁ ମିଳିଛି। ମନ୍ଦିରର ୩ଟି ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଟଙ୍କା ମଧ୍ୟ ଲୁଟି ନେଇଥିବା ଜଣାପଡ଼ିଛି। ତଦନ୍ତରୁ ଲୁଟ କରିବା ଉଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଦୁର୍ବୃତ୍ତମାନେ ହତ୍ୟାକାଣ୍ଡ ପାଇଁ ପଥର ଓ ଛୁରୀ ବ୍ୟବହାର କରିଛନ୍ତି। ପ୍ରାଣ ହରାଇଥିବା ୩ ପୂଜକ ସମ୍ପର୍କୀୟ। ସେମାନେ ପୂଜା କରିବା ସହ ରାତିରେ ମନ୍ଦିର ସମ୍ପତ୍ତି ଜଗିବା ପାଇଁ ସେଠାରେ ଶୋଇଥାନ୍ତି।

ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କିମ୍ବା ଅଟକ କରି ନାହିଁ। ମାତ୍ର ଲୁଟ ପାଇଁ ହତ୍ୟା ଏକପ୍ରକାର ସ୍ପଷ୍ଟ ହୋଇଛି। ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ସେଥିରୁ ନୋଟ ସବୁ ନେଇ ଯାଇ ମୁଦ୍ରା ଟଙ୍କାକୁ ଛାଡ଼ି ଚାଲି ଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ସମଗ୍ର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ