ଘରେ ସହଜରେ ତିଆରି କରନ୍ତୁ ଏଗଲେସ ଭାନିଲା କେକ


କେକ ଖାଇବାକୁ ପିଲାଠାରୁ ବୟସ୍କ ଯାଏ ସମସ୍ତେ ପସନ୍ଦ କରନ୍ତି। ଆପଣ ଏହି କେକ ଜନ୍ମଦିନ ପାର୍ଟିରେ ତିଆରି କରିପାରିବେ। ଏଗଲେସ ଭାନିଲା କେକ ଆପଣ ପ୍ରେସରକୁକରରେ ମଧ୍ୟ ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଏଗଲେସ ଭାନିଲା କେକର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ  ଦରକାର
ଅଧ କପ ସୁଗାର ପାଉଡର, ୨ କପ ମଇଦା, ୨ ଚିମୁଟା ଖାଇବା ସୋଡ଼ା, ୧ କପ ବଟର, ୧କପ ସୋଡ଼ା, ଅଧ ଚାମଚ ବେକିଂ ପାଉଡର, ୧ କପ ଦହି, ଅଧ କପ ତେଲ, ୧ ଚାମଚ ଭାନିଲା ଏକ୍ସଟ୍ରାକ୍ଟ କିମ୍ବା ଭାନିଲା ଏସେନ୍ସ।

ପ୍ରସ୍ତୁତି ପ୍ରଣାଳୀ
୧୮୦ ଡିଗ୍ରୀ ସେଣ୍ଟିଗ୍ରେଡରେ ଓଭାନକୁ ପ୍ରିହିଟ କରନ୍ତୁ। ଏବେ ଏକ ବେକିଂ ପ୍ୟାନର ଚାରିଆଡ଼େ ବ୍ରଶ ସାହାଯ୍ୟରେ ବଟର ବୋଳନ୍ତୁ ଏହା ଉପରେ କିଛି ମଇଦା ସିଞ୍ଚନ୍ତୁ। ଏହା ଉପରେ ଏକ ବଟର ପେପର ରଖନ୍ତୁ। ଏକ ପାତ୍ରରେ ମଇଦା ନିଅନ୍ତୁ। ଅନ୍ୟ ଏକ ପାତ୍ରରେ ଦହି ଓ ଚିନି ରଖି ଭଲ ଭାବେ ମିଶାନ୍ତୁ। ଏଥିରେ ଖାଇବା ସୋଡ଼ା ଓ ବେକିଂ ପାଉଡର ମିଶାଇ ବ୍ୟାଟରକୁ ୫ ମିନିଟ ଅଲଗା ରଖନ୍ତୁ। ଏବେ ଏଥିରେ ତେଲ ଓ ଭାନିଲା ଏକ୍ସଟ୍ରାକ୍ଟକୁ ଭଲ ଭାବେ ମିଶାନ୍ତୁ। ଏବେ ଏଥିରେ ମଇଦା ମିଶାନ୍ତୁ। ଏହି ବ୍ୟାଟରକୁ ଗ୍ରୀସ କରି ରଖାଯାଇଥିବା ପ୍ୟାନରେ ଢାଳନ୍ତୁ। ଏହାକୁ ପ୍ରିହିଟ କରାଯାଇଥିବା ଓଭାନରେ ରଖନ୍ତୁ। ମଝିରେ ଟୁଥ ପିକ ସାହାଯ୍ୟରେ କେକ ଭଲ ଭାବେ ସିଝିଛି କି ନାହିଁ ଚେକ କରନ୍ତୁ। ୧୫ରୁ ୨୦ ମିନିଟ ଯାଏ ଥଣ୍ଡା କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଭାନିଲା କେକ। କଫି କିମ୍ବା ଚକୋଲେଟ ସିରପରେ ସଜାଇ କାଟି ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ