ମହାମାରୀ ବଦଳାଇ ଦେଇଛି ଲୋକଙ୍କ ଖାଦ୍ୟାଭ୍ୟାସ


କୋରୋନା ଭାଇରସ ମହାମାରୀ ଲୋକଙ୍କ ଜୀବନଶୈଳୀକୁ ବହୁତ ମାତ୍ରାରେ ପ୍ରଭାବିତ କରିଛି। ଦୈନନ୍ଦିନ ରୁଟିନ କାର୍ଯ୍ୟକଳାପକୁ ଝରକା ଦେଇ ବାହାରକୁ ଫିଙ୍ଗି ଦେଇଛି। ଏହି ମହାମାରୀ ପ୍ରତ୍ୟେକ ଦିନ ସକାଳୁ ଉଠିବା, ଅଫିସ ପାଇଁ ତରବର ହୋଇ ବାହାରିବା, ଟ୍ରାଫିକ ଜାମରେ ଫସିବା, ଜିମରେ ଝାଳ ବୁହାଇବା, ପରିବାର ଲୋକଙ୍କ ସହିତ କ୍ବାଲିଟି ସମୟ ବିତାଇବା ଆଦି ଯେମିତି ଅତୀତ ଭଳି ଅନୁଭବ ହେବାରେ ଲାଗିଛି। ଏବେ ଦୁଇଟି କାର୍ଯ୍ୟକଳାପ ମୁଖ୍ୟତଃ ଦେଖିବାକୁ ମିଳୁଛି। ଗୋଟିଏ ହେଲା ନିଜ ଲ୍ୟାପଟପ ସାମ୍ନାରେ ବସିବା ଓ ଯାହା ମିଳୁଛି ତାହା ସେବନ କରି କାମ ଚଳାଇବା। ସରଳ ଭାଷାରେ କହିବାକୁ କଲେ ଏହି ମହାମାରୀ ପରିବାରକୁ ପୃଥକ କରିଦେବା ସହିତ ସାଧାରଣ ଖାଦ୍ୟାଭାସକୁ ମଧ୍ୟ ପରିବର୍ତ୍ତନ କରିଦେଇଛି। ଚାଲନ୍ତୁ ଜାଣିବା ବର୍ତ୍ତମାନ ସମୟରେ ଆମ ଖାଦ୍ୟାଭାସ କିପରି ହୋଇଯାଇଛି। ଯାହା କିଛି ମାତ୍ରାରେ ଆମ ଓଜନ, ରୋଗ ଆଶଙ୍କା ଓ ସାମଗ୍ରିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ। ଟ୍ରୁଟର ସାଇଣ୍ଟିଫିକ ରିସର୍ଚ୍ଚ ଅଫିସର ଡ.ସୁନମୁଖ ପ୍ରିୟା ଏହି ମହାମାରୀ ସମୟରେ ଲୋକଙ୍କ ଖାଦ୍ୟାଭାସ କିପରି ରହିଛି ତାହା ବର୍ଣ୍ଣନା କରିଛନ୍ତି।

ଘରେ ରନ୍ଧା ଯାଇଥିବା ଖାଦ୍ୟ

ମହାମାରୀ ସମୟରେ ଲୋକେ ରେସ୍ତୋରାଁରୁ ଖାଦ୍ୟ ଅର୍ଡର କରି ଖାଇବା ବଦଳରେ ଘରେ ପ୍ରସ୍ତୁତ ତାଜା ଖାଦ୍ୟକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ସୁରକ୍ଷା ଦୃଷ୍ଟିରୁ ଲୋକେ ବାହାରୁ ଖାଦ୍ୟ ଅର୍ଡର କରିବାକୁ ଡରୁଥିବା ଜଣାପଡ଼ିଛି। ସେମାନଙ୍କ କହିବାନୁସାରେ କିଏ ଜାଣିଲା ଖାଦ୍ୟ ରାନ୍ଧି ଥିବା ସେଫ କିମ୍ବା ଡେଲିଭରି ବୟ ଆମେ ଯେମିତି ରୋଷେଇ ଘର ହାଇଜିନ ରଖୁଛୁ, ସେମିତି କରୁଥିବେ କି ନାହିଁ?

ଖାଦ୍ୟରେ ପୋଷକତତ୍ତ୍ବ
ମହାମାରୀ ସମୟରେ ଲୋକେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଅଧିକ ସଚେତନ ହୋଇଯାଇଛନ୍ତି। ଭାଇରସଠାରୁ ଦୂରେଇ ରହିବା ଲାଗି ଲୋକେ ଖାଦ୍ୟରେ ପୋଷକତତ୍ତ୍ବ ଯୋଗ କରୁଥିବା ଦେଖିବାକୁ ମିଳିଛି। ଏବେ ଖାଦ୍ୟଥାଳି ବାଦାମ, ବେରି, ଫଳ ଏବଂ ପନିପରିବାରେ ପରିପୂର୍ଣ୍ଣ ହେଉଥିବା ବେଳେ ଡାଏଟରେ ପ୍ରଚୁର ପୋଷକତତ୍ତ୍ବ ରଖାଯାଉଛି, ଯାହା ଆଗରୁ କେବେ ବି ଦେଖିବାକୁ ମିଳି ନ ଥିଲା।

କିଚେନ ଗାର୍ଡେନ ଓ ତାଜା ପନିପରିବା

ମହାମାରୀ ସମୟରେ ଲୋକେ ବାହାରେ ବୁଲାବୁଲି କରୁ ନ ଥିବାରୁ କିଛି ଅତିରିକ୍ତ ସମୟ ମିଳୁଛି। କେତେକ ଲୋକ ଏହି ସମୟକୁ କିଚେନ ଗାର୍ଡେନ କରିବାରେ ଉପଯୋଗ କରୁଛନ୍ତି। କିଚେନ ଗାର୍ଡେନରେ ଅନେକ ପ୍ରକାରର ସବୁଜ ପନିପରିବା ଚାଷ କରୁଛନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ।

ଖାଦ୍ୟ ମହଜୁଦ ରଖିବା

ଆଗକୁ କାଳେ ଖାଦ୍ୟ ଯୋଗାଣ ବାଧାପ୍ରାପ୍ତ ହେବ, ଏହି ଡରରେ ଲୋକେ ଖାଦ୍ୟ ମହଜୁଦ କରି ରଖୁଥିବା ମଧ୍ୟ ମହାମାରୀ ସମୟରେ ଦେଖିବାକୁ ମିଳିଛି। ଅନେକ ଲୋକ ଖାଦ୍ୟ ବଞ୍ଚାଇ ରଖିବା କିମ୍ବା ପୂର୍ବଦିନର ବଳକା ଖାଦ୍ୟ ଖାଇବାରେ ଲଜ୍ଜିତ ଅନୁଭବ କରୁ ନାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ