ଶରୀରରେ ପାଣିର ଅଭାବ ଆଣିଦେବ ଏହି ସମସ୍ୟା


ଶରୀରରେ ପାଣିର ଅଭାବ ହେବା ମାତ୍ରେ ପ୍ରବଳ ଜୋରରେ ମୁଣ୍ଡବିନ୍ଧା ହୋଇଥାଏ। ଅନେକ ଲୋକ ସବୁବେଳେ ମୁଣ୍ଡବିନ୍ଧା ସମସ୍ୟା ସମ୍ପର୍କରେ ଅଭିଯୋଗ କରନ୍ତି। ଯାହାଫଳରେ ପେନକିଲର ଉପରେ ଭରସା କରିଥାନ୍ତି। ଯଦି ଆପଣ ମଧ୍ୟ ଏଭଳି ସମସ୍ୟା ଭୋଗୁଛନ୍ତି, ତେବେ ଜାଣି ରଖନ୍ତୁ ଏହାର କାରଣ ଆପଣଙ୍କ ଶରୀରରେ ମଧ୍ୟ ପାଣିର ଅଭାବ ହୋଇପାରେ।

ଯେତେବେଳେ ଆପଣଙ୍କର ପ୍ରବଳ ମୁଣ୍ଡବିନ୍ଧା ହେଉଛି, ଧିରେ ଧିରେ ଖୁବ ମାତ୍ରାରେ ପାଣି ପିଅନ୍ତୁ। ଆପଣଙ୍କ ଶରୀରରେ ଜଳାଭାବ ଦୂର ହେବା ପରେ ମୁଣ୍ଡବିନ୍ଧା ମଧ୍ୟ ଦୂର ହୋଇଯିବ। ଶରୀରରେ ଜଳାଭାବ ହେଲେ କିଡନୀ ମଧ୍ୟ ଠିକ ଭାବେ କାମ କରି ନ ଥାଏ। ଫଳରେ ପରିସ୍ରାର ରଙ୍ଗ ମଧ୍ୟ ହଳଦିଆ ହେବାରେ ଲାଗେ। ଏପରିକି ଶରୀରରେ ଜଳାଭାବ ହେଲେ ପାଟିରୁ ଦୁର୍ଗନ୍ଧ ମଧ୍ୟ ବାହାରିଥାଏ। ବ୍ରଶ କରିବା ପରେ ମଧ୍ୟ ଏହି ଦୁର୍ଗନ୍ଧ ଯାଇ ନ ଥାଏ। ଯଦି ଆପଣ ମଧ୍ୟ ଏମିତି ଅନୁଭବ କରୁଛନ୍ତି, ତେବେ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଶରୀରରେ ପାଣି ଅଭାବ ହେଲେ ତ୍ବଚା ମଧ୍ୟ ଶୁଷ୍କ ଓ ନିରସ ଦେଖାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ