ଦେଶର ୪ ଦାମୀ ଚିତ୍ରଶିଳ୍ପୀ: ଏମମାନଙ୍କ ପେଣ୍ଟିଂର ଦାମ ୧୮ରୁ ୨୫ କୋଟି


ପେଣ୍ଟି ସହ ଗାଏତୋଣ୍ଡେ (ବାମରୁ), ଅମ୍‌ତା ଶେରଗିଲ, ଏଫଏନ ସୁଜା ଓ ପେଣ୍ଟିଂ ସହ ସୈୟଦ ହାଇଦର ରାଜା
ଆମ ଦେଶର କେଉଁ ଚିତ୍ରଶିଳ୍ପୀଙ୍କ ଗୋଟିଏ ଗୋଟିଏ ପେଣ୍ଟିଂର ଦାମ ୧୮ରୁ ୨୫ କୋଟି ଟଙ୍କା ଦାମରେ ବିକ୍ରି ହୁଏ, ପ୍ରଶ୍ନର ଉତ୍ତରରେ ହୁଏତ ଅନେକ ଲୋକ ଏମଏଫ ହୁସୈନଙ୍କ ନାଁ ନେଇ ପାରନ୍ତି। କିନ୍ତୁ ଏହା ସତ ନୁହେଁ। ହୁସୈନଙ୍କ ଭଳି ଅନେକ ବଡ଼ ବଡ଼ ଚିତ୍ରଶିଳ୍ପୀ ଆମ ଦେଶରେ ଅଛନ୍ତି, ଯେଉଁମାନଙ୍କର ଚିତ୍ର ବିରଳ ରେକର୍ଡର ଅଧିକାରୀ ହେବାର ସୁଯୋଗ ଆଣିଦେଇଛି। ଆସନ୍ତୁ ଜାଣିବା ଦେଶର ସବୁଠୁ ଦାମୀ ଚିତ୍ରଶିଳ୍ପୀ ଗାଏତୋଣ୍ଡେ ଭାଉ ଓ ସମସାମୟିକ ଅନ୍ୟ ଚର୍ଚ୍ଚିତ ଶିଳ୍ପୀମାନଙ୍କ ସମ୍ପର୍କରେ। ଯାହାଙ୍କ ପେଣ୍ଟିଂର ଦାମ ରେକର୍ଡ ରଚିଛି।

ଦେଶର ସବୁଠୁ ଦାମୀ ଚିତ୍ରକର
ନିକଟରେ ମୁମ୍ବାଇରେ ଏକ ପେଣ୍ଟିଂକୁ ଜଣେ ବିଦେଶୀ ପ୍ରଶଂସକ ୩୨ କୋଟି ଟଙ୍କାରେ କିଣିଥିବା ଜଣାଯାଇଛି। ଏହା ହେଉଛି କୌଣସି ଜଣେ ଭାରତୀୟଙ୍କ ବର୍ତ୍ତମାନ ସୁଦ୍ଧା ବିକ୍ରି ହୋଇଥିବା ସବୁଠୁ ମହଙ୍ଗା ପେଣ୍ଟିଂ। ଭାରତର ସବୁଠୁ ବଡ଼ ଆର୍ଟିଷ୍ଟ ବିଏସ ଗାଏତୋଣ୍ଡେଙ୍କ ୧୯୭୪ରେ ପ୍ରସ୍ତୁତ କରାଯାଇଥିବା ଏହି ଚିତ୍ରକଳା ମୁମ୍ବାଇରେ ଗତ ଗୁରୁବାର ନିଲାମିରେ ୩୨ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ପେଣ୍ଟିଂର କୌଣସି ନାମ ନାହିଁ। କୌଣସି ଶିରୋନାମା ବା ଶୀର୍ଷକ ଦିଆଯାଇ ନ ଥିବା ଏହି ଚିତ୍ରକୁ ବିକ୍ରି ପାଇଁ ମ୍ୟୁଜିଅମ ଅକ୍ସନ ହାଉସ ପୁଣ୍ଡଲେ ଠାରେ ବିକ୍ରି ଲକ୍ଷ୍ୟରେ ରଖାଯାଇଥିଲା। ବିଏସ ଗାଏତୋଣ୍ଡେଙ୍କ ବ୍ୟତୀତ ଭାରତୀୟ ଚିତ୍ରକର ଜଗଦୀଶ ସ୍ବାମୀନାଥନଙ୍କ ପେଣ୍ଟିଂର ଅକ୍ସନ ୯.୫ କୋଟିରେ ହୋଇଥିଲା। ୨୦୧୫ରେ ଗାଏତୋଣ୍ଡେଙ୍କ ଆଉ ଏକ ପେଣ୍ଟିଂ ୨୯.୩ କୋଟିରେ ବିକ୍ରି ହୋଇଥିଲା।

ବାସୁଦେବ ଏସ ଗାୟତୋଡେଙ୍କ ଜନ୍ମ ମହାରାଷ୍ଟ୍ରର ନାଗପୁର ଠାରେ ୧୯୨୪ରେ ହୋଇଥିଲା। ସେ ଜେଜେ ସ୍କୁଲ ଅଫ ଆର୍ଟରୁ ନିଜର ଆର୍ଟ ଶିକ୍ଷା ସମାପ୍ତ କରି ମୁମ୍ବାଇ ପ୍ରୋଗ୍ରେସିଭ ଆର୍ଟିଷ୍ଟ ଗ୍ରୁପରେ ସାମିଲ ହୋଇଥିଲେ। ଚିତ୍ରକଳାର ବଡ଼ ବଡ଼ ପୁରୋଧା ସେ ସମୟରେ ସେହି ଦଳରେ ଥିଲେ। ଏହି ଦଳରେ ଏମଏଫ ହୁସୈନ, ଫ୍ରାନ୍ସିସ ନ୍ୟୁଟନ ସୁଜା, ଏଚଏସ ରାଜା ଭଳି ପ୍ରଖ୍ୟାତ ଶିଳ୍ପୀମାନେ ମୁମ୍ବାଇ ପ୍ରୋଗ୍ରେସିଭ ଆର୍ଟିଷ୍ଟ ଗ୍ରୁପରେ ଥିଲେ ଓ ବିଏସ ଗାଏତୋଡ଼େଙ୍କ ଚିତ୍ରର ଦ୍‌ଢ଼ ପ୍ରଶଂସକ ମଧ୍ୟ ଥିଲେ। ୧୯୫୬ରେ ସେ ୟୁରୋପ ଯାଇ ନିଜର ପେଣ୍ଟିଂ ପ୍ରଦର୍ଶନୀ କରିବାର ସୁଯୋଗ ପାଇଥିଲେ। ୧୯୭୧ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳର ନିଜ ଘରେ ସେ ଚିତ୍ରକଳା ତିଆରିରେ ଅଧିକାଂଶ ସମୟ ବିତାଉଥିଲେ। ୨୦୦୧ରେ ତାଙ୍କର ପରଲୋକ ଘଟିଲା। ୨୦୦୩ରେ ଏକ ପ୍ରଦର୍ଶନୀରେ ତାଙ୍କର ଗୋଟିଏ ଚିତ୍ର ୯୦ ଲକ୍ଷ ଟଙ୍କାରେ ବିକ୍ରି ହେବା ପରେ ଷ୍ଟୋରରୁମରେ ଧୂଳି ଚାଟୁଥିବା ତାଙ୍କର ଅନ୍ୟସବୁ ଚିତ୍ର ଗୁଡ଼ିକ ଝଡ଼ାଝଡ଼ି କରାଯାଇ ନିଲାମି ଓ ପ୍ରଦର୍ଶନୀରେ ପ୍ରବେଶ କରାଗଲା। ୨୦୧୩ରେ ତାଙ୍କର ଆଉ ଏକ ଚିତ୍ରକଳା ୨୯ କୋଟି ଦାମରେ ବିକ୍ରି ହେଲା। ନିଜ ଜୀବନ କାଳରେ ସଫଳତା ଦେଖି ପାରି ନ ଥିବା ଗାଏତୋଡଙ୍କ କଳା ପରବର୍ତ୍ତୀ ସମୟରେ ଦେଶର ସବୁଠୁ ମହଙ୍ଗା କ୍‌ତି ଭାବେ ବିବେଚିତ ହୋଇଛି।

ଅନ୍ୟତମ ଦାମୀ ଶିଳ୍ପୀ
ସେହିଭଳି ପ୍ରଖ୍ୟାତ ଶିଳ୍ପୀ ଏସଏଚ ରାଜାଙ୍କ ସୌରାଷ୍ଟ୍ର ଶୀର୍ଷକ ପେଣ୍ଟିଂ ୨୫ କୋଟି ଟଙ୍କା ଦାମରେ ବିକ୍ରି ହୋଇଥିବା ବେଳେ ଅମ୍‌ତା ଶେରଗିଲଙ୍କ ସେଲସ ପୋଟ୍ରେଟ ୨୧ କୋଟି ଦାମରେ ଯାଇଛି। ଏଫଏନ ସୁଜାଙ୍କ ‘ବର୍ଥ’ ପେଣ୍ଟିଂର ଦାମ ୧୮.୧ କୋଟି ଟଙ୍କା ଦାମରେ ବିକ୍ରି ହୋଇଥିବାର ବିରଳ ରେକର୍ଡ ରହିଛି।

ରଙ୍ଗ ଦୁନିଆର ନାଁ କରା ସ୍‌ଜନ ଶିଳ୍ପୀ
ସୈୟଦ ହାଇଦର ରାଜା (ଏସଏଚ ରାଜା)ଙ୍କୁ ଭାରତୀୟ ଚିତ୍ରକଳା ସଂସାରରେ ଅନେକ କାରଣରୁ ଜଣାଯାଏ। ତାଙ୍କର ହାବଭାବ, ସ୍ବଭାବ, ଦ୍‌ଷ୍ଟିଭଙ୍ଗୀ, ଯାତ୍ରା, ବିଶ୍ରାମ, ଅନୁଭବ ଆଦି ତାଙ୍କୁ ଜଣେ ସଫଳ ଚିତ୍ରକରର ଭୂଷଣମାନ ଦେଇଥିଲା। ପ୍ରାକ୍‌ତିକ ରଙ୍ଗକୁ ଉପଯୋଗ କରିବାରେ ସେ ଥିଲେ ମାହିର। ପିତା ଥିଲେ ଜଙ୍ଗଲ ଅଧିକାରୀ, ପିତାଙ୍କ ସହ ଘଞ୍ଚ ଜଙ୍ଗଲରେ ବୁଲି ବୁଲି ସେ ପ୍ରକ୍‌ତିର ପ୍ରେମରେ ପଡ଼ିଯାଇଥିଲେ। ପ୍ରାକ୍‌ତିକ ଦ୍‌ଶ୍ୟରାଜି ପ୍ରକ୍‌ତିର ରଙ୍ଗରେ ସ୍‌ଷ୍ଟି କରି ସେ ଅନେକଙ୍କ ଦ୍‌ଷ୍ଟି ଆକର୍ଷଣ କରିଥିଲେ। ଫ୍ରାନ୍ସ ଭାଷାକୁ ଆୟତ୍ତ କରି ସେ ଚିତ୍ରକଳାରେ ଦୁଇ ବର୍ଷିଆ ଛାତ୍ରବ୍‌ତ୍ତି ହାସଲ କରି ସାରା ଭାରତରେ ବୁଲି ବୁଲି ଚିତ୍ର ତିଆରି କରିବା ସହିତ ବିଭିନ୍ନ ଜାଗାରେ ପ୍ରଦର୍ଶନୀମାନ ଆୟୋଜନ କରି ଚର୍ଚ୍ଚିତ ହୋଇଥିଲେ। ସେ ଆମ ପାଖରେ ନାହାନ୍ତି। କିନ୍ତୁ ତାଙ୍କର କ୍‌ତି ରହିଛି।

ଭାରତର ଅନ୍ୟ ଜଣେ ପ୍ରସିଦ୍ଧ ଚିତ୍ରକର ଅମ୍ରିତା
ଅମ୍ରିତାଙ୍କ ଜନ୍ମ ହଙ୍ଗେରୀର ବୁଦାପେଷ୍ଟ ଠାରେ ୩୦ ଜାନୁଆରୀ ୧୯୧୩ରେ ହୋଇଥିଲା। ପାକିସ୍ତାନର ଲାହୋର ଠାରେ ୧୯୩୧ରେ ସେ ପରଲୋକ ଗମନ କରିଥିଲେ। ଭାରତର ରାଜସ୍ଥାନ ମୂଳବାସିନ୍ଦା ଅମ୍ରିତା କଳା, ସଙ୍ଗୀତ ଓ ଅଭିଳାଷ ନେଇ ଆଗକୁ ବଢ଼ିଥିଲେ। ପ୍ୟାରିସର ଏକ ପ୍ରସିଦ୍ଧ ଆର୍ଟ ସ୍କୁଲରେ ତାଙ୍କର କଳା ଶିକ୍ଷାର ବୀଜ ବପନ ହୋଇଥିଲା। ୧୯୩୨ରେ ସେ ୟଙ୍ଗ ଗାର୍ଲର କ୍‌ତି କରି ପ୍ୟାରିସର ସବୁଠୁ ବଡ଼ ସମ୍ମାନର ଅଧିକାରିଣୀ ହୋଇଥିଲେ।

୪୦ ଲକ୍ଷ ଡଲାରର ଚିତ୍ରକର ଏଫଏନ ସୁଜା
ଇଣ୍ଡିଆନ ପ୍ରୋଗ୍ରେସିଭ ଆର୍ଟିଷ୍ଟ ଗ୍ରୁପର ପ୍ରତିଷ୍ଠାତା ଏଫଏନ ସୁଜାଙ୍କ କଳାକ୍‌ତି ‘ବର୍ଥ’ ନ୍ୟୁୟର୍କର କ୍ରିଷ୍ଟିଜ ନିଲାମିରେ ୪୦ ଲକ୍ଷ ଡଲାର ମୂଲ୍ୟରେ ବିକ୍ରି ହୋଇ ରେକର୍ଡ କରିଛି। ସୁଜାଙ୍କ ଏହି ଚିତ୍ର ୧୯୫୫ରେ ପ୍ରସ୍ତୁତ ହୋଇଥିଲା। ରକ ଫେଲର ପ୍ଲାଜାରେ ୧୭ ସେପ୍ଟେମ୍ବର ୨୦୧୯ରେ ଏହି ନିଲାମି ସୁଜାଙ୍କ ପ୍ରତିଭାର ମୂଲ୍ୟାଙ୍କନ କରାଇଥିଲା। ତାଙ୍କର ଆଉ ଏକ କଳାକ୍‌ତି ‘ମ୍ୟାନ ଆଣ୍ଡ ୱିମେନ ଲାଫିଙ୍ଗ’ ୨୫ ଲକ୍ଷ ଡଲାରରେ ବିକ୍ରି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ