ଷ୍ଟାଇଲିଶ ଲୁକ ପାଇଁ ଆପଣାନ୍ତୁ ବଜେଟ ଫ୍ରେଣ୍ଡଲି ଫ୍ୟାଶନ ଟିପ୍‌ସ


ଷ୍ଟାଇଲିଶ ଦେଖାଯିବା ଲାଗି ସମସ୍ତେ ନୂଆ ନୂଆ ଟିପ୍‌ସ ଆପଣାଇଥାନ୍ତି। ବିଶେଷକରି ବଜେଟ ଫ୍ରେଣ୍ଡଲି ଟିପ୍‌ସ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଆଜି ଏଠାରେ ଏଭଳି କେତେକ ଫ୍ୟାଶନ ଟିପ୍‌ସ ଦିଆଯାଉଛି, ଯାହାକୁ ଅନୁସରଣ କରି ଆପଣ ଫ୍ୟାଶନେବଲ ନଜର ଆସିବା ସହିତ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। କାରଣ ଆପଣଙ୍କ ୱାର୍ଡରୋବରେ ରଖାଯାଇଥିବା ଡ୍ରେସକୁ ଟିମ ଅପ କରି ନୂଆ ଷ୍ଟାଇଲ କରିପାରିବେ।

ଟାଇଅପ ଟ୍ରାଉଜର
ଟାଇଅପ ଟ୍ରାଉଜରର ଜବରଦସ୍ତ କ୍ରେଜ ରହିଛି। ଏପରିସ୍ଥଳେ ଆପଣ କଲରଫୁଲ ଟାଇଅପ ଟ୍ରାଉଜର ସହିତ ଷ୍ଟାଇଲିଶ ନଜର ଆସିପାରିବେ। ସବୁଠାରୁ ବଡ଼ କଥା ହେଉଛି ଏହି ଲୁକକୁ ଆପଣ ଅଫିସ ସହିତ କାଜୁଆଲି ମଧ୍ୟ ପିନ୍ଧି ପାରିବେ।

ପ୍ଲିଟେଡ ସ୍କର୍ଟ
ପ୍ଲିଟେଡ ସ୍କର୍ଟ ପିନ୍ଧିବା ବହୁତ ଆରାମଦାୟକ ହେବା ସହିତ ଆପଣଙ୍କୁ କ୍ଲାସିକ ଲୁକ ଦେଇଥାଏ। ଆପଣ ଶର୍ଟ ସହିତ ପ୍ଲିଟେଡ ସ୍କର୍ଟ ପିନ୍ଧି ପାରିବେ। ସେହିପରି ଟ୍ରିପରେ ଗଲାବେଳେ ଆପଣ ଟିଶାର୍ଟ ସହିତ ମଧ୍ୟ ପିନ୍ଧି ପାରିବେ।

ଷ୍ଟ୍ରିପ ଡ୍ରେସ
ଷ୍ଟ୍ରିପଯୁକ୍ତ ଡ୍ରେସ ପୂର୍ବରୁ ଅଫିସ ଲୁକ ପାଇଁ ସବୁଠାରୁ ଉତ୍ତମ ବୋଲି କୁହାଯାଉଥିଲା। କିନ୍ତୁ ସମୟ ବଦଳିବା ସହିତ ଷ୍ଟ୍ରିପ ଡ୍ରେସକୁ ଡେନିମ ଶର୍ଟ ସହିତ ମଧ୍ୟ ପିନ୍ଧାଯିବାର ଦେଖାଗଲା। ଏବେ ଏହି ଫ୍ୟାଶନ ଟ୍ରେଣ୍ଡ ଲୋକଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ରହିଛି।

ସିକ୍ବେନ ଶାଢ଼ି
ଆପଣ ସିକ୍ବେନ ଶାଢ଼ିକୁ ପାର୍ଟିରେ ଟ୍ରାଏ କରିପାରିବେ। ଏହା ବହୁତ ସୁନ୍ଦର ଦେଖାଯାଇଥାଏ।

ଋଫଲ
ଆଜିକାଲି ରଫଲ ଶାଢ଼ିର ମଧ୍ୟ ଟ୍ରେଣ୍ଡ ରହିଛି। ବଲିଉଡ ସେଲିବ୍ରିଟିମାନେ ରଫଲ ଶାଢ଼ି, ରଫଲ ଟପ, ରଫଲ ବ୍ଲାଉଜ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଆପଣ ଏହି ଷ୍ଟାଇଲ ମଧ୍ୟ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ