କର୍ଣ୍ଣାଟକର ଲେଡି ସିଂଘମ: ୨୦ ବର୍ଷ କ୍ୟାରିଅରରେ ୪୧ ଥର ବଦଳି, ତଥାପି ବି ଡରନ୍ତି ବଡ଼ ନେତାଏ


ଭାରତୀୟ ସମାଜ ସବୁବେଳେ ମହିଳାଙ୍କୁ ଦୁର୍ବଳ ବୋଲି ମାନି ଆସୁଛି। ଯେତେବେଳେ ଜଣେ ମହିଳା ପୋଲିସ ଚାକିରି ପାଆନ୍ତି, ତାଙ୍କୁ ବଡ଼ ନେତା, ଗୁଣ୍ଡା ଶ୍ରେଣୀର ଲୋକଙ୍କ ସହିତ ନ ଲାଗିବାକୁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଏଠାରେ ଏମିତି ଜଣେ ଦବଙ୍ଗ ମହିଳା ପୋଲିସ ଅଫିସରଙ୍କ ବିଷୟରେ ସୂଚନା ଦିଆଯାଇଛି, ଯିଏ ବିନା କୌଣସି ଡରରେ କେବଳ ନିଜ ଡ୍ୟୁଟି କରି ଚାଲିଛନ୍ତି। ରୁପା ଦିଭାକର ମୌଦଗିଲ ଓରଫ ଡି ରୁପାଙ୍କୁ ତାଙ୍କ ୨୦ ବର୍ଷର କ୍ୟାରିଅରରେ ୪୦ ଥର ବଦଳି ମିଳିସାରିଛି। ତଥାପି ମଧ୍ୟ ସେ ତାଙ୍କ କର୍ତ୍ତବ୍ୟରେ ପଛକୁ ହଟି ନାହାନ୍ତି। କେବଳ ଗୁଣ୍ଡା ଶ୍ରେଣୀର ଲୋକ ନୁହନ୍ତି, ଦୁର୍ନୀତିଗ୍ରସ୍ତ ନେତାମାନେ ମଧ୍ୟ ଡି ରୁପାଙ୍କୁ ଡରିଥାନ୍ତି।

ସୂଚନା ମୁତାବକ କର୍ଣ୍ଣାଟକର ପ୍ରଥମ ମହିଳା ଆପିଏସ ଅଧିକାରୀ ଡି ରୁପା ଏବେ ଗୃହ ସଚିବ ପଦରେ ନିଯୁକ୍ତି ପାଇସାରିଛନ୍ତି। ଏହି ପଦ ସମ୍ଭାଳିବାରେ ସେ ପ୍ରଥମ ମହିଳା। ୨୦୦୦ ବ୍ୟାଚର ଅଧିକାରୀ ରୁପା ଏହା ପୂର୍ବରୁ ରେଲୱେ ବେଙ୍ଗାଳୁରୁ ଆଇଜିପି ଓ ପିସିଏଏସ ଭାବେ ନିଜ ପଦ ସମ୍ଭାଳି ଥିଲେ। ଏକ ସାଧାରଣ ପରିବାରରେ ଜନ୍ମିତ ରୁପାଙ୍କ ପିତା ସବୁବେଳ ଚାହୁଥିଲେ ତାଙ୍କ ଝିଅ ଦେଶ ସେବାରେ ନିଜକୁ ନିୟୋଜିତ କରୁ। ତେଣୁ ତାଙ୍କ ପାଠପଢ଼ାରେ ସେ କୌଣସି ଅଭାବ ରଖି ନ ଥିଲେ। ମାତ୍ର ୮ ବର୍ଷ ବୟସରେ ସେ ରୁପାଙ୍କୁ ଦେଶ ସେବା ସମ୍ପର୍କରେ ଶିକ୍ଷା ଦେବା ଆରମ୍ଭ କରିଥିଲେ। ରୁପାଙ୍କ ପିତା ଜି ଏସ ଦିବାକର ଦୂରସଞ୍ଚାର ବିଭାଗରେ ଇଞ୍ଜିନିୟର ଓ ମା’ ହେମାବତୀ ଡାକ ବିଭାଗରେ କାମ କରୁଥିଲେ। ସେହିପରି ରୁପାଙ୍କ ସାନ ଭଉଣୀ ରୋହିଣୀ ମଧ୍ୟ ଆଇଆରଏସ ପୋଷ୍ଟରେ କାମ କରୁଛନ୍ତି।

ପିଲାଦିନୁ ପାଠପଢ଼ା ପ୍ରତି ଆଗ୍ରହ ଥିବା ରୁପା ପୂରା ଦେଶରେ ୪୩ ତମ ରାଙ୍କରେ ଆଇପିଏସ ଅଫିସର ପରୀକ୍ଷା ପାସ କରିଥିଲେ। ସେ ଜଣେ ତାଲିମପ୍ରାପ୍ତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର କଣ୍ଠଶିଳ୍ପୀ, ଭାରତନାଟ୍ୟମ ଡ୍ୟାନ୍ସର ଓ ଶାର୍ପ ଶୁଟର ମଧ୍ୟ। କେବଳ ସେତିକି ନୁହେଁ, ସେ ତାଙ୍କର ଆଇପିଏସ ଟ୍ରେନିଂ ସମୟରେ ଅନେକଗୁଡ଼ିଏ ଆୱାର୍ଡ ମଧ୍ୟ ପାଇଛନ୍ତି। ରୁପାଙ୍କ ପତି ମୁନିଶ ମଧ୍ୟ ମୌଦଗିଲ ମୁମ୍ବାଇ ଆଇଆଇଟିରୁ ସଫଳତାର ସହ ବିଟେକ ଡିଗ୍ରୀ ହାସଲ ପରେ ଜଣେ ଆଇଏଏସ ଅଫିସର ଭାବେ ଅବସ୍ଥାପିତ। ରୁପାଙ୍କ କହିବାନୁସାରେ ବଦଳିକୁ ନେଇ ସେ କେବେ ବି ଚିନ୍ତା କରନ୍ତି ନାହିଁ। ବରଂ ଏଥିପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି। ସ୍ବପ୍ନ ପୂରଣ କରିବା ପାଇଁ ସବୁବେଳେ ତାହା ପଛରେ ଗୋଡ଼ାଇବା ଉଚିତ। ବୋଲି ସେ କହନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ