ଘରେ ତିଆରି କରନ୍ତୁ ଏଗ ବୋନ୍ଦା ରେସିପି


ଅଣ୍ଡାରେ ଅନେକ ପ୍ରକାରର ଡିଶ ଆପଣ ଟ୍ରାଏ କରିଥିବେ। ଆଜି ଏଠାରେ ଅଣ୍ଡାର ତିଆରି ଏଗ ବୋନ୍ଦା ରେସିପି ଦିଆଯାଇଛି। ଏହି ସ୍ବାଦିଷ୍ଟ ଖାଦ୍ୟ ଆପଣଙ୍କୁ ନିହାତି ପସନ୍ଦ ଆସିବ। ଚାଲନ୍ତୁ ଜାଣିବା ଏହି ଏଗ ବୋନ୍ଦାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୩ଟି ସିଝା ଅଣ୍ଡା, ୧ କପ ଭେଜିଟେବଲ ଅଏଲ, ୨ଟି କଞ୍ଚା ଲଙ୍କା, ୧ କପ ବେସନ, ସ୍ବାଦାନୁସାରେ ଲୁଣ, ଅଧ ଚାମଚ ଲଙ୍କା ଗୁଣ୍ଡ, ଅଧ କପ ଚାଉଳ ଗୁଣ୍ଡ, ୨ ଚିମୁଟା ଗୋଲମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଅଣ୍ଡାକୁ ସିଝାନ୍ତୁ। ଏହାକୁ ମଝିରୁ ଦୁଇ ଫାଳ କରି କାଟି ଦିଅନ୍ତୁ ।ଏହା ପରେ ଏହା ଉପରେ ଲଙ୍କା ଗୁଣ୍ଡ, ଲୁଣ ଓ ଗୋଲମରିଚ ଗୁଣ୍ଡ ସିଞ୍ଚନ୍ତୁ। କଡ଼େଇରେ ତେଲ ଗରମ କରି ଏଥିରେ ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଗୋଲମରିଚ ଓ ଅଳ୍ପ ଲୁଣ ଓ ପାଣି ମିଶାଇ ବ୍ୟାଟର ପ୍ରସ୍ତୁତ କରନ୍ତୁ। ଧ୍ୟାନରେ ରଖନ୍ତୁ ଏହି ବ୍ୟାଟର ଯେଉଁ ଭଳି ବହଳିଆ ହେବା ଦରକାର। ଏହାପରେ କଡ଼େଇରେ ତେଲ ଗରମ କରି ଖଣ୍ଡେ ଅଣ୍ଡା ପକାନ୍ତୁ। ଏହା ଉପରେ ବ୍ୟାଟର ପକାନ୍ତୁ। ଏହାପରେ ଅଣ୍ଡାକୁ ଡିପ ଫ୍ରାଏ କରନ୍ତୁ। ଏହାର ରଙ୍ଗ ସୁନେଲି ହେବା ଯାଏ ଛାଣନ୍ତୁ। ଏହାପରେ ଏହାକୁ ପ୍ଲେଟକୁ ବାହାର କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଏଗ ବୋନ୍ଦା। ଏହାକୁ ଚଟଣୀ କିମ୍ବା ସସ ସହିତ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ