କେବଳ କୋରୋନା ସୁସ୍ଥ ବୁଲିପାରିବେ ଏହି ଆଇଲ୍ୟାଣ୍ଡ


କୋରୋନା ମହାମାରୀ ସମୟରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ଆଇଲ୍ୟାଣ୍ଡ ଅଜବ ସର୍ତ୍ତ ରଖିଛି। ଏଠାକୁ ଆସିବାକୁ ଚାହୁଥବା ପର୍ଯ୍ୟଟକଙ୍କୁ କୋରୋନାରୁ ରିକଭରି ହୋଇଥିବା ଜରୁରୀ ବୋଲି ସର୍ତ୍ତ ରଖାଯାଇଛି। ଅର୍ଥାତ ଏହି ଆଇଲ୍ୟାଣ୍ଡ ବୁଲିବାକୁ ଆସିବାକୁ ଚାହୁଥିବା ପର୍ଯ୍ୟଟକଙ୍କୁ କୋରୋନା ହେବା ପରେ ଠିକ ହୋଇଥିବା ଜରୁରୀ ବୋଲି କୁହାଯାଇଛି।

ବ୍ରାଜିଲର ଫର୍ଣ୍ଣାଣ୍ଡୋ ଡି ନୋରୋହ୍ନା ନାମକ ଆଇଲ୍ୟାଣ୍ଡ ପର୍ଯ୍ୟଟକଙ୍କ ପାଇଁ ଦୀର୍ଘ ୫ ମାସ ଧରି ବନ୍ଦ ଥିଲା। କିନ୍ତୁ ଏବେ ନୂଆ ସର୍ତ୍ତ ସହିତ ଏହା ଖୋଲିବାକୁ ଯାଉଛି। ଏହି ଆଇଲ୍ୟାଣ୍ଡରେ ବୁଲିବା ପାଇଁ ସୀମିତି ସଂଖ୍ୟକ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇଥାଏ। ସ୍ଥାନୀୟ ଅଧିକାରୀ କହନ୍ତି, କେବଳ ସର୍ତ୍ତ ପୂରଣ କରିପାରୁଥିବା ପର୍ଯ୍ୟଟକଙ୍କୁ ୧ ସେପ୍ଟମ୍ବରରୁ ଏଠାକୁ ଆସିବାକୁ ଅନୁମତି ମିଳିବ। ସର୍ତ୍ତ ରଖାଯିବାର କାରଣ ସମ୍ପର୍କରେ ଅଧିକାରୀ ଜଣକ କହିଛନ୍ତି ଯେ ଆଇଲ୍ୟାଣ୍ଡରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏପରି ନିୟମ କରାଯାଇଛି। ପର୍ଯ୍ୟଟକଙ୍କୁ ତାଙ୍କ ସହିତ କୋରୋନା ଭାଇରସ ପଜିଟିଭ ରିପୋର୍ଟ ସାଙ୍ଗରେ ନେଇ ଆସିବାକୁ ପଡ଼ିବ। ରିପୋର୍ଟ ଅତିକମରେ ୨୦ ଦିନ ପୁରୁଣା ହୋଇଥିବା ଦରକାର। ଏଥିସହିତ ଆଇଲ୍ୟାଣ୍ଡ ବୁଲିବାକୁ ଯିବା ପାଇଁ ପରିବେଶ ସମ୍ବନ୍ଧୀୟ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିବ। ସୁନ୍ଦର ବେଳାଭୂମି, ସବୁଜିମା ଭରା ପରିବେଶ ଓ ଜାତୀୟ ମେରାଇନ ରିଜର୍ଭ ପାଇଁ ଏହି ଆଇଲ୍ୟାଣ୍ଡ ଖୁବ ଲୋକପ୍ରିୟ। ସାରା ବିଶ୍ବରୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି। ଏହି ଫର୍ଣ୍ଣାଣ୍ଡୋ ଡି ନୋରୋହ୍ନା ୟୁନେସ୍କୋର ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ