ବିଶ୍ବସୁନ୍ଦରୀ ମାନୁଷୀ ବଖାଣିବେ ତାଙ୍କ ଫିଟନେସ ରହସ୍ୟ


ପୂର୍ବତନ ବିଶ୍ବ ସୁନ୍ଦରୀ ତଥା ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ମାନୁଷୀ ଛିଲ୍ଲର ସୋସାଲ ମିଡିଆରେ ପୋଷଣକୁ ନେଇ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଉପଯୁକ୍ତ ଖାଦ୍ୟ ସେବନ କରିବାର ଉପକାରିତା ସମ୍ପର୍କରେ ସେ ଲୋକଙ୍କୁ ସଚେତନ କରାଇବାକୁ ଚାହୁଛନ୍ତି। ମାନୁଷୀ କହିଛନ୍ତି, ମୁଁ ବାରମ୍ବାର କହି ଆସୁଛି ଯେ ଆମେ ହେଉଛୁ ତାହା, ଯାହା ଖାଇଥାଉ। ଆମେ ଯାହା କିଛି ସେବନ କରୁଛୁ ତାହା ବିଷୟରେ ଉପଯୁକ୍ତ ଜ୍ଞାନ ରହିବା ଉଚିତ ବୋଲି ମଙ୍ଗଳବାରରୁ ଆରମ୍ଭ ହୋଇଥିବା ନ୍ୟାସନାଲ ନ୍ୟୁଟ୍ରିସନ ୱିକ ଅବସରରେ ମାନୁଷୀ କହିଛନ୍ତି।

ଉପଯୁକ୍ତ ପୋଷକତତ୍ତ୍ବ ଆମ ସ୍ବାସ୍ଥ୍ୟକୁ ଅନେକ ଲାଭ ପହଞ୍ଚାଇ ଥାଏ। ଏ ସମ୍ପର୍କରେ ସୋସାଲ ମିଡିଆରେ ଲୋକଙ୍କୁ ବୁଝାଇବାକୁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ମାନୁଷୀ କହିଛନ୍ତି। ମାନୁଷୀ ନିଜ ଡାକ୍ତର ପିତାମାତାଙ୍କୁ ଶ୍ରେୟ ଦେଇ କହିଛନ୍ତି ଯେ ଉପଯୁକ୍ତ ପୋଷକତତ୍ତ୍ବ କିପରି ଭାବେ ଗେମ ଚେଞ୍ଜର ହୋଇପାରେ, ଏହି ଜ୍ଞାନ ସେ ସେମାନଙ୍କ ଠାରୁ ପିଲାଦିନୁ ପାଇଛନ୍ତି। ମାନୁଷୀ କହିଛନ୍ତି ଯେ ମୋର ଡାକ୍ତର ପିତାମାତା ମତେ ସବୁବେଳେ କହିଥାନ୍ତି, ଖାଦ୍ୟାଭାସ ଆମ ମୋଟାମୋଟି ସ୍ବାସ୍ଥ୍ୟକୁ ପରିଭାଷିତ କରିଥାଏ। ଏହା ଶିଖିବା ସହିତ ମୁଁ ବହୁତ ସନ୍ତୁଳିତ ଜୀବନ ବଞ୍ଚି ପାରୁଛି। କାରଣ ପୋଷକତତ୍ତ୍ବ ସମ୍ପର୍କରେ ସଚେତନ ହେବା ଯେ କୌଣସି ବ୍ୟକ୍ତିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ସେ ନିଜ ଭୋଜନର ଯେଉଁ ଯୋଜନା ପ୍ରସ୍ତୁତି କରୁଛନ୍ତି, ତାହା ଠିକ କି ନୁହେଁ ସେ ଜାଣିପାରିବେ ବୋଲି ମାନୁଷୀ କହିଛନ୍ତି।

ମାନୁଷୀ ଆହୁରି ମଧ୍ୟ କହିଛନ୍ତି ଯେ କୁପୋଷଣ ବାସ୍ତବରେ ମଣିଷକୁ ଭିତରୁ ନଷ୍ଟ କରିଦେବ। ତେଣୁ ନ୍ୟାସନାଲ ନ୍ୟୁଟ୍ରିସନ ୱିକରେ ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ଲାଗି ନିଜ ସୋସାଲ ମିଡିଆକୁ ଯଥାସମ୍ଭବ ବ୍ୟବହାର କରିବେ ବୋଲି ମାନୁଷୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଜଣେ ବଡ଼ ଫିଟନେସ ଓ ନ୍ୟୁଟ୍ରିସନର ଉତ୍ସାହୀ ଅଟନ୍ତି। କିଛି ଜିନିଷ ପ୍ରତି ତାଙ୍କର ଗଭୀର ଦୁର୍ବଳତା ରହିଛି। ସେଥିମଧ୍ୟରୁ ସ୍ବାସ୍ଥ୍ୟ ଓ ନ୍ୟୁଟ୍ରିସନ ସେହି ଚାର୍ଟର ଉପରେ ରହିଛି। ସେ ଲୋକଙ୍କୁ ତାହା ଦେଖାଇବେ ଯେ ସେ କ’ଣ ଖାଉଛନ୍ତି ଓ ନିଜ ଡାଏଟକୁ କିପରି ବାଲାନ୍ସ କରୁଛନ୍ତି। ଏଥିସହିତ ପ୍ରତ୍ୟେକ ମିଲ ମଝିରେ ସେ କିପରି ଶରୀରକୁ ଉପଯୁକ୍ତ ବ୍ରେକ ଦେଉଛନ୍ତି। ସେ ସମ୍ପର୍କରେ ମଧ୍ୟ ସୂଚନା ଦେବେ ବୋଲି ମାନୁଷୀ କହିଛନ୍ତି। ଏହା ଏକ ମଜାଦାର ସୋସାଲ ମିଡିଆ ଅଭିଯାନ ଓ ଅଧିକରୁ ଅଧିକ ଲୋକଙ୍କ ସହିତ ଯୋଡ଼ି ହେବେ ବୋଲି ତାଙ୍କର ଆଶା ରହିଥିବା ମାନୁଷୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ