ନାତି ନାତୁଣୀଙ୍କ ସହ ସମୟ ବିତାଇଲେ ଖୁସି ରହିଥାନ୍ତି ଜେଜେ


ପିଲାମାନେ ସେମାନଙ୍କ ଜେଜେ ବାପା, ଜେଜେ ମା’ କିମ୍ବା ଅଜା ଆଈଙ୍କ ସହ ଭେଟିବାକୁ ବହୁତ ଖୁସି ହୋଇଥାନ୍ତି। ଏଥିରୁ ଜଣାପଡ଼ିଥାଏ ସେମାନଙ୍କ ଜୀବନରେ ଗ୍ରାଣ୍ଡ ପ୍ୟାରେଣ୍ଟସଙ୍କ କେତେ ମହତ୍ତ୍ବ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ଗ୍ରାଣ୍ଡ ପ୍ୟାରେଣ୍ଟସଙ୍କ ନିକଟତର ହେବା ଫଳରେ ସେମାନେ ଅଧିକ ଖୁସି ରହିବା ସହିତ ସେମାନଙ୍କ ଆୟୁଷ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରେ।

ସ୍ମରଣଶକ୍ତି ବଢ଼େ
୨୦୧୬ରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଥିଲା ଯେ ଯେଉଁ ଗ୍ରାଣ୍ଡପ୍ୟାରେଣ୍ଟମାନେ ସପ୍ତାହରେ ଅତିକମରେ ଥରେ ନିଜ ନାତି ନାତୁଣୀଙ୍କ ସହିତ ସମୟ ବିତାନ୍ତି। ଏହାଦ୍ବାରା ସେମାନଙ୍କଠାରେ ଅଲଝାଇମର ଆଶଙ୍କା କମ ହୋଇଥାଏ। ଏଥିସହିତ ସ୍ମରଣଶକ୍ତି ମଧ୍ୟ ଠିକ ରହିଥାଏ। ପିଲାଙ୍କ ସହିତ ଖେଳିବା ସମୟରେ ସେମାନେ ଯେଉଁଭଳି ଭାବେ ପ୍ରଶ୍ନ କରିଥାନ୍ତି, ଏହାଦ୍ବାରା ସେମାନଙ୍କ ସ୍ମରଣଶକ୍ତି ବଢ଼ିଥାଏ।

ମାନସିକ ଭାବେ ସୁସ୍ଥ ରଖେ
ପିଲାଙ୍କ ସହିତ ଖେଳିବା କିମ୍ବା ସେମାନଙ୍କୁ ଦେଖିବା ପରେ ଅଜା ଆଈ ଓ ଜେଜେ ବାପା ଜେଜେ ମା’ଙ୍କୁ ମାନସିକ ଭାବେ ସୁସ୍ଥ ରହିବାରେ ସାହାଯ୍ୟ କରିଥାଏ। ବୟସ ବଢ଼ିବା ସହିତ ଲୋକଙ୍କଠାରୁ ଦୂରେଇ ଯିବା ଓ ପିଲାଙ୍କ ବ୍ୟସ୍ତ ସିଡ୍ୟୁଲ କାରଣରୁ ମାତା ପିତା ଏକୁଟିଆ ଅନୁଭବ କରନ୍ତି। ଫଳରେ ସେମାନେ ଧିରେ ଧିରେ ଅବସାଦଗ୍ରସ୍ତ ହୋଇଯାଆନ୍ତି। ଏପରିସ୍ଥଳେ ନାତିନାତୁଣୀଙ୍କ ସହିତ ସମୟ ବିତାଇବା ଫଳରେ ସେମାନେ ଖୁସି ରହିଥାନ୍ତି।

ପିଲାଙ୍କ ପାଇଁ ମଧ୍ୟ ଫାଇଦା
ଗ୍ରାଣ୍ଡପ୍ୟାରେଣ୍ଟଙ୍କ ସହ ସମୟ ବିତାଇବା ପିଲାଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ବୋଷ୍ଟନ ୟୁନିଭସିର୍ଟି ଦ୍ବାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଗ୍ରାଣ୍ଡପ୍ୟାରେଣ୍ଟସଙ୍କ ସହ ସମୟ ବିତାଉଥିବା ପିଲାଙ୍କ ଭାବାବେଗ ବେଶ ଦ୍‌ଢ଼ ହୋଇଥାଏ। ଏଥିସହିତ ସେମାନେ ଅଧିକ ବୁଝାସୁଝା ଓ ଉତ୍ତମ ବକ୍ତା ହେବାରେ ସାହାଯ୍ୟ କରିଥାଏ। ଏଥିସହିତ ଏଭଳି ପିଲାମାନେ ଅବସାଦ ହେବାର ଆଶଙ୍କା ମଧ୍ୟ କମ ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ