ମୁନମୁନଙ୍କ ମହାନତା: କୋରୋନା ରୋଗୀଙ୍କ ପାଇଁ ଆରମ୍ଭ କଲେ ମାଗଣା ରିକ୍ସା ସର୍ଭିସ


କୋରୋନା ମହାମାରୀ ସମୟରେ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। କିନ୍ତୁ ଏହି ସମୟରେ ଏମିତି ଅନେକ ଲୋକଙ୍କୁ ଦେଖିବାକୁ ମିଳିଛି, ଯିଏ ମାନବିକତା ଧର୍ମକୁ ଖୁବ ଭଲ ଭାବେ ପାଳନ କରିଛନ୍ତି। ଏପରି ଏକ ଉଦାହରଣ ହେଉଛନ୍ତି ସିଲିଗୁଡ଼ିର ଜଣେ ୫୮ ବର୍ଷୀୟା ମହିଳା ମୁନମୁନ ସରକାର। ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ମୁନମୁନ ସିଲିଗୁଡ଼ିର ପ୍ରଥମ ମହିଳା ଟୋଟୋ(ଇ-ରିକ୍ସା) ଡ୍ରାଇଭର। ସେ ଏହି ବିପଦ ସମୟରେ କୋରୋନା ରୋଗୀଙ୍କୁ ମାଗଣାରେ ହସ୍ପିଟାଲରେ ପହଞ୍ଚାଉଛନ୍ତି।

ପହଞ୍ଚାଉଛନ୍ତି ଆବଶ୍ୟକୀୟ ଜିନିଷ
କେବଳ ସେତିକି ନୁହେଁ ମୁନମୁନ ରୋଗୀଙ୍କୁ ହସ୍ପିଟାଲ ନେବା ସହିତ ଘରକୁ ଆଣି ଛାଡ଼ୁଛନ୍ତି। ଏଥିସହିତ ସେ ରୋଗୀଙ୍କ ଘରେ ରାସନ, ଔଷଧ ଭଳି ଆବଶ୍ୟକୀୟ ଜିନିଷ ମଧ୍ୟ ପହଞ୍ଚାଉଛନ୍ତି।

ଏମିତି ଆସିଲା ସାହାଯ୍ୟର ବିଚାର
ଦିନେ ସେ ଦେଖିଲେ ସଡ଼କରେ ଡ୍ରାଇଭର ଉପସ୍ଥିତ ଥିଲେ ମଧ୍ୟ ସେମାନେ କୋରୋନା ରୋଗୀଙ୍କୁ ଅଟୋରେ ବସାଉ ନାହାନ୍ତି। ଯଦି କେହି ରାଜି ହେଉଛନ୍ତି, ତେବେ ମୋଟା ଅର୍ଥ ମଧ୍ୟ ଦାବି କରୁଛନ୍ତି। ଏହି ରୋଗୀମାନଙ୍କୁ ଅନେକ ମୁସ୍କିଲର ସାମ୍ନା କରିବାକୁ ପଡ଼ୁଥିବା ମୁନମୁନ ଦେଖିବାକୁ ପାଇଥିଲେ। ତେଣୁ ଏହି ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ମୁନମୁନ ଚିନ୍ତା କରିଥିଲେ।

ମାଗଣାରେ କରୁଛନ୍ତି ସାହାଯ୍ୟ
ମୁନମୁନଙ୍କ କହିବାନୁସାରେ ଏଭଳି ଅନେକ ଲୋକ ଥିଲେ, ଯେଉଁମାନଙ୍କ ପାଖରେ ଭଡ଼ା ଦେବାକୁ ଟଙ୍କା ନ ଥିଲା। ତେଣୁ ମୁନମୁନ ମାଗଣାରେ ସେମାନଙ୍କୁ ସେବା ଦେବାକୁ ଚିନ୍ତା କରିଥିଲେ।

ରଖୁଛନ୍ତି ସୁରକ୍ଷା ଧ୍ୟାନ
କୋରୋନା ରୋଗୀଙ୍କୁ ସାହାଯ୍ୟ କରିବାବେଳେ ମୁନମୁନ ସୁରକ୍ଷାର ପୂରା ଧ୍ୟାନ ରଖିଥାନ୍ତି। ଯାହାଫଳରେ ଏହି ଭାଇରସରେ କାହାରି କିଛି କ୍ଷତି ନ ହେବ। ରୋଗୀଙ୍କୁ ନେବା ଆଣିବା କରିବାବେଳେ ସେ ପିପିଇ କିଟ ମଧ୍ୟ ପିନ୍ଧିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ