ଲକଡାଉନରେ ଲୋକଙ୍କୁ ମନେପଡ଼ିଲା ୧୦ ଡେଷ୍ଟିନେସନ


କୋରୋନା ଭାଇରସ କାରଣରୁ ଲକଡାଉନ ଚାଲିଥିବାରୁ ସାରା ବିଶ୍ବରେ ଲୋକଙ୍କ ବୁଲାବୁଲି ଉପରେ କଟକଣା ଲାଗିଥିଲା। ଯଦିଓ ଏବେ କେତେକ ସ୍ଥାନରେ ଏହି କଟକଣା କିଛି ମାତ୍ରାରେ ହଟାଇ ଦିଆଯାଇଛି, ଅନେକ ସ୍ଥାନରେ ଏବେ ବି କଟକଣା ରହିଛି। ପର୍ଯ୍ୟଟନ ସେବା ବନ୍ଦ କରାଯାଇଥିବା କାରଣରୁ ଟୁରିଜିମ ଓ ଏୟାରଲାଇନ୍ସକୁ ସବୁଠାରୁ ଅଧିକ କ୍ଷତି ପହଞ୍ଚିଛି। ଏଭଳି ଅଡ଼ୁଆ ପରିସ୍ଥିତିରେ ଲୋକେ ନିଜ ଡ୍ରିମ ଡେଷ୍ଟିନେସକୁ କେବଳ ଇଣ୍ଟରନେଟରେ ଅନୁଭବ କରିପାରୁଛନ୍ତି।

ଏମରାଲ୍ଡ ୱାଟରେଜ ନାମକ ଏକ କମ୍ପାନୀ ନିକଟରେ ୟୁରୋପୀୟ ଦେଶର ପର୍ଯ୍ୟଟନସ୍ଥଳୀକୁ ନେଇ ଏକ ରୋଚକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଲକଡାଉନରେ ସବୁଠାରୁ ଅଧିକ ଥର ଇଣ୍ଟରନେଟରେ ଖୋଜାଯାଇଥିବା ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଉଲ୍ଲେଖ ରହିଛି। ଏହି ତାଲିକାର ସବୁଠାରୁ ଉପରେ ପ୍ୟାରିସର ଏଫିଲ ଟାୱାରର ନାମ ରହିଛି।

ଏହି ରିପୋର୍ଟ ମୁତାବକ ଲକଡାଉନ ସମୟରେ ଗତ କିଛି ମାସ ହେଲାଣି ଲୋକେ କେତେକ ପର୍ଯ୍ୟଟନସ୍ଥଳୀ ସବୁଠାରୁ ଅଧିକ ଥର ସର୍ଚ୍ଚ କରିଛନ୍ତି। ପ୍ୟାରିସର ଏଫିଲ ଟାୱାରକୁ ଗୋଟିଏ ମାସରେ ସବୁଠାରୁ ଅଧିକ ୧,୩୫,୦୦୦ଥର ସର୍ଚ୍ଚ କରାଯାଇଥିଲା। ଏହି ତାଲିକାର ଦ୍ବିତୀୟ ସ୍ଥାନରେ ପ୍ୟାରିସର ନୋଟର ଡେମ ରହିଛି। ଏହାକୁ ଗୋଟିଏ ମାସରେ ପାଖାପାଖି ୪୯,୫୦୦ ଥର ସର୍ଚ୍ଚ କରାଯାଇଥିଲା। ଏହାବ୍ୟତୀତ ରୋମର କୋଲୋଜିୟମ, ଇଟାଲୀର ଲିନିଂ ଟାୱାର ଅଫ ପିସା, ଭାଟିକାନ ସିଟିର ସିଷ୍ଟାୱିନ ଚାପେଲ, ପ୍ୟାରିସର ଆର୍କ ଡି ଟ୍ରି, ରୋମର ପେନ୍ଥିଓନ, ଏଥେନ୍ସର ଆକ୍ରୋପୋଲିସ ଭଳି ପର୍ଯ୍ୟଟନସ୍ଥଳୀକୁ ଲକଡାଉନ ସମୟରେ ସବୁଠାରୁ ଅଧିକ ଥର ଇଣ୍ଟରନେଟରେ ସର୍ଚ୍ଚ କରାଯାଇଥିବା ଏମରାଲ୍ଡ ୱାଟରେଜର ରିପୋର୍ଟରୁ ଜଣାପଡ଼ିଛି। ଏସବୁ ସ୍ଥାନରେ ପ୍ରତ୍ୟେକ ବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ