ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କୁ ଶୁଣିବାକୁ ପଡ଼ିଥାଏ ସମାଜର ଏହି ଗଞ୍ଜଣା


ବର୍ତ୍ତମାନ ସମୟରେ ନାରୀ ପୁରୁଷର ବରାବର ହୋଇଗଲାଣି। ତେଣୁ କେତେକ ପତ୍ନୀ ଘରେ ଗୃହଣୀ ହୋଇ ରହିବା ବଦଳରେ ପତିଙ୍କ ଭଳି ଚାକିରି କରିବାକୁ ପସନ୍ଦ କରୁଛନ୍ତି। ଏହି ମହିଳାମାନେ ଦିନରାତି ଚାକିରି ଓ ଘର ଭିତରେ ବାଲାନ୍ସ ରଖି ଚାଲିଥାନ୍ତି। ତଥାପି ସେମାନଙ୍କୁ ପ୍ରଶଂସା କରିବା ବଦଳରେ ସମାଜରୁ କେତେକ କମେଣ୍ଟ ଶୁଣିବାକୁ ମିଳିଥାଏ।

ପତି ଏତେ ରୋଜଗାର କରୁଛି, ତୁମର ଆଉ ଚାକିରି କ’ଣ ଦରକାର
ଯେଉଁଭଳି ଭାବେ ଜଣେ ପୁଅ ନିଜ କ୍ୟାରିଅର ତିଆରି କରିବା ଲାଗି ପରିଶ୍ରମ କରିଥାଏ, ଠିକ ସେହିପରି ଜଣେ ଝିଅ ମଧ୍ୟ ପରିଶ୍ରମ କରିଥାଏ। ତଥାପି ବାହାଘର ପରେ ଝିଅ ଉପରେ ହିଁ ଚାକିରି ଛାଡ଼ିବାକୁ ଚାପ ଦିଆଯାଏ। ବିଶେଷକରି ଯଦି ତାଙ୍କ ପତି ଭଲ ରୋଜଗାର କରୁଥାନ୍ତି, ତେବେ ଗଞ୍ଜଣା ନିହାତି ଶୁଣିବାକୁ ପଡ଼ିଥାଏ। ସାଧାରରତଃ ଲୋକେ କମେଣ୍ଟ କରି କହିଥାନ୍ତି ତୁମ ପତି ଏତେ ଟଙ୍କା ରୋଜଗାର କରୁଛନ୍ତି, ତୁମକୁ ଚାକିରି କରିବା କ’ଣ ଦରକାର? କିନ୍ତୁ ଲୋକେ ଭୁଲି ଯାଆନ୍ତି ମହିଳାଙ୍କ ପାଇଁ ଚାକିରି କେବଳ ଟଙ୍କା ରୋଜଗାରର ମାଧ୍ୟମ ନୁହେଁ, ବରଂ ସେମାନଙ୍କ ଆତ୍ମସମ୍ମାନ, ସ୍ବାଧୀନ ଭାବେ ଚଳିବା ଓ ନିଜର ଅଲଗା ଏକ ପରିଚୟ ସୃଷ୍ଟି କରିବା।

ପିଲାଙ୍କଠାରୁ କେମିତି ଦୂରେଇ ରହିପାରୁଛ?
ଯେତେବେଳେ କୌଣସି ମହିଳା ଚାକିରି କରିବାକୁ ଯାଆନ୍ତି, ତେବେ ପିଲା ସମ୍ଭାଳିବା ଲାଗି ଘରର କୌଣସି ସଦସ୍ୟ ବା ଆୟାଙ୍କ ସହାୟତା ନେଇଥାନ୍ତି। ଚାକିରି କରୁଥିବା କାରଣରୁ ସେ ପିଲାଙ୍କଠାରୁ ଅନେକ ଘଣ୍ଟା ଦୂରେଇ ରହିଥାନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ, ସେ ତାଙ୍କ ପିଲାକୁ ପ୍ରେମ କରୁ ନାହାନ୍ତି ତଥାପି ତାଙ୍କୁ ଏହି କମେଣ୍ଟ ଶୁଣିବାକୁ ପଡ଼ିଥାଏ। ଅନେକ ଲୋକେ କହିଥାନ୍ତି କେମିତି କଠୋର ମା’ ତୁମେ? ପିଲାକୁ ସାରାଦିନ ଏକୁଟିଆ ଛାଡ଼ିଦେଉଛ? କେହି ନିଜ ପିଲାଠାରୁ ଏତେ ସମୟ କିପରି ଦୂରେଇ  ରହିପାରୁଛନ୍ତି? ଯଦିଓ ପିଲାଙ୍କ ପିତାଙ୍କୁ ଏହି ପ୍ରଶ୍ନ କେହି କେବେ ପଚାରି ନ ଥାନ୍ତି।

ଘର ସମ୍ଭାଳିବା ମହିଳାଙ୍କ ଦାୟିତ୍ବ
ଘର ସମ୍ଭାଳିବା ଦାୟିତ୍ବ କେବଳ ମହିଳାଙ୍କ ହୋଇଥାଏ ଏହା ଭୁଲ କଥା। ପୁରୁଷ ଓ ମହିଳା ଉଭୟ ମିଶି ଘର ସମ୍ଭାଳିବା ଉଚିତ। ଆଜିକାଲି ମହିଳାମାନେ ଏମିତିରେ ବି ବହୁତ ସ୍ମାର୍ଟ। ସେମାନେ ଘର ଓ ଅଫିସ କାମ ସହଜରେ ସମ୍ଭାଳି ନିଅନ୍ତି। ଏପରିସ୍ଥଳେ ପତି ସାହାଯ୍ୟ କଲେ, ଏଥିରେ ଖରାପ ବି କିଛି ନାହିଁ।

ୱାର୍କ ଫ୍ରମ ହୋମ ଚାକିରି ଖୋଜ
ଚାକିରି କରିବାକୁ ଚାହୁଥିବା ମହିଳାଙ୍କୁ ଅନେକ ପରାମର୍ଶ ଦେଇଥାନ୍ତି ଯେ ଏମିତି କିଛି କାମ ଖୋଜ, ଯାହା ଘରେ ବସି କରି ହେବ। ଅର୍ଥାତ ୱାର୍କ ଫର୍ମ ହୋମ ସୁବିଧା ଥିବା ଚାକିରି ଖୋଜନ୍ତୁ। କିନ୍ତୁ ମହିଳାମାନେ ଏହି ନିଷ୍ପତ୍ତି ନେବା ଉଚିତ। ନିଜ କ୍ୟାରିଅର ଓ ଚାକିରି ସହିତ କୌଣସି ବୁଝାମଣା ନ କରି ମହିଳାମାନେ ନିଜ ନିଷ୍ପତ୍ତି ନିଜେ ନେବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ