ଘରେ ତିଆରି କରନ୍ତୁ ଫ୍ରାଏଡ ଚିକେନ, ଭୁଲିଯିବେ କେଏଫସି


ଯଦି ଆପଣ ମାଂସାହାରୀ ଓ ସନ୍ଧ୍ୟା ପାର୍ଟିରେ ଅତିଥିଙ୍କୁ ସ୍ନାକସ ଭାବେ କ’ଣ ପରଷିବେ, ତାହାକୁ ନେଇ ସନ୍ଦେହରେ ଅଛନ୍ତି, ତେବେ ଚିନ୍ତା ଛାଡ଼ିଦିଅନ୍ତୁ ମାଂସାହାରୀ ଲୋକେ। ସ୍ନାକସରେ ଚିକେନ ୱୱିଙ୍ଗସ ଖାଇବାକୁ ବହୁତ ପସନ୍ଦ କରନ୍ତି। ସବୁଠାରୁ ବଡ଼ କଥା ଏହା ଖାଇବା ଲାଗି ଆପଣଙ୍କୁ ଏହି କୋରୋନା ସମୟରେ କେଏଫସି ମଧ୍ୟ ଯିବାକୁ ପଡ଼ିବ ନାହିଁ। ଆପଣ ଘରେ ବସି କେଏଫସି ଭଳି ସ୍ବାଦିଷ୍ଟ ଚିକେନ ୱିଙ୍ଗସ ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଚିକେନ ୱିଙ୍ଗସର ରେସିପି ସମ୍ପର୍କରେ।

କ’ଣ ଦରକାର

ଚିକେନ ୱିଙ୍ଗସ, ହଳଦୀ ଗୁଣ୍ଡ, ଅଦା ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ, ଚିକେନ ମସଲା, ଲେମ୍ବୁ, କୋଟିଂ କରିବା ପାଇଁ ମସଲା ଚିପ୍ସ, ଛାଣିବା ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ
ଚିକେନ ୱିଙ୍ଗସ ତିଆରି କରିବା ଲାଗି ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହାପରେ ସମସ୍ତ ମସଲା ପକାଇ ଚିକେନକୁ ମାରିନେଟ କରିବା ପାଇଁ ୩୦ ମିନିଟ ଯାଏ ଛାଡ଼ିଦିଅନ୍ତୁ। ଏବେ ମସଲା ଚିପ୍ସକୁ ହାଲୁକା ବ୍ରାଉନ ହେବା ଯାଏ ଭାଜନ୍ତୁ। ଏବେ ଏହି ଚିପ୍ସର ପାଉଡର ତିଆରି କରନ୍ତୁ। ଏବେ ମାରିନେଟ ଚିକେନକୁ ଏହି ଚିପ୍ସରେ କୋଟିଂ କରନ୍ତୁ। କଡ଼େଇରେ ତେଲ ଗରମ କରି ଚିକେନ ୱିଙ୍ଗସ କ୍ରିପସୀ ହେଲା ଯାଏ ଛାଣନ୍ତୁ। ଏବେ ଚିକେନ ୱିଙ୍ଗସ ଉପରେ ଲେମ୍ବୁ ରସ ପକାଇ ଅତିଥିଙ୍କୁ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ