ଏବେ ମା’ କ୍ଷୀରରେ ହେବ କୋରୋନା ଚିକିତ୍ସା, ତିଆରି ହେଉଛି ଆଇସ କ୍ୟୁବ


କୋରୋନା ମହାମାରୀରୁ ମୁକୁଳିବା ଲାଗି ଟିକା ତିଆରି କରିବା ଦିଗରେ ଲଗାତର କାମ ଚାଲିଛି। ଇତିମଧ୍ୟରେ ଦେଶରେ ନୂଆ ନୂଆ ଗବେଷଣା ଓ ଔଷଧ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ କୋରୋନାର ଚିକିତ୍ସା ପାଇଁ ଏକ ନୂଆ ଗବେଷଣା ସାମ୍ନାକୁ ଆସିଛି। ଏହି ଗବେଷଣା ମୁତାବକ ଏକେ କୋରୋନା ଚିକତ୍ସା ପାଇଁ କୌଣସି ଔଷଧ ନୁହେଁ, ବରଂ ମା’ କ୍ଷୀର ବା ମା’ କ୍ଷୀରର ବ୍ୟବହାର କରାଯିବ। ରିପୋର୍ଟ ମୁତାବକ ବୈଜ୍ଞାନିକମାନେ କୋରୋନା ରୋଗୀଙ୍କ ଚିକିତ୍ସା କରିବା ଲାଗି ମା’ କ୍ଷୀରର ସାହାରା ନେବାକୁ ଚିନ୍ତା କରୁଛନ୍ତି। ସୂଚନାଯୋଗ୍ୟ ଯେ କୋରୋନାରୁ ଆରୋଗ୍ୟ ହୋଇସାରିଥିବା ୩୦ ଜଣ ମହିଳାଙ୍କ କ୍ଷୀରରେ ଏଭଳି ଆଣ୍ଟିବଡି ମିଳିଛି, ଯାହା ଭାଇରସ ସହିତ ଲଢ଼ିବା ପାଇଁ ବହୁତ ପ୍ରଭାବୀ ଅଟେ।

ରୋଗୀଙ୍କ ପାଇଁ ମା’ କ୍ଷୀରର ଆଇସ କ୍ୟୁବ
ବୈଜ୍ଞାନିକମାନେ ମା’ କ୍ଷୀରର ବ୍ୟବହାର କରି ପ୍ଲାଜମା ଥେରାପି କରିବେ। ଯାହାଫଳରେ ପଜିଟିଭ ରୋଗୀଙ୍କ ରୋଗପ୍ରତିରୋଧକ ଶକ୍ତି ବଢ଼ି ସେମାନଙ୍କର ଜୀବନ ବଞ୍ଚାଯାଇ ପାରିବ। ତେଣୁ ଗବେଷକମାନେ ସଂକ୍ରମିତ ମା’ଙ୍କ ମା’ କ୍ଷୀରରେ ଏକ ସ୍ବତନ୍ତ୍ର ଆଇସ କ୍ୟୁବ ତିଆରି କରୁଛନ୍ତି ଯାହା ରୋଗୀଙ୍କୁ ଦିଆଯିବ।

କେମିତି କାମ କରିବ

ଗବେଷକଙ୍କ କହିବାନୁସାରେ ଆଣ୍ଟିବଡ଼ି ଆଇସକ୍ୟୁବ ଚୁଚୁମିବା ଦ୍ବାରା ରୋଗୀଙ୍କ ଶରୀରରେ ଥିବା ମ୍ୟୁକସ ମେମ୍ବରେନରେ ଆଣ୍ଟିବଡ଼ି ପହଞ୍ଚି ଯିବ। ମ୍ୟୁକସ ମେମ୍ବରେନ ଶରୀରର ଏକ ଜରୁରୀ ଅଙ୍ଗ ଓ ଶ୍ବସନ ପ୍ରଣାଳୀକୁ ବ୍ୟାକ୍ଟେରିଆଲ ଓ ଭାଇରସ ସଂକ୍ରମଣରୁ ଏହା ରକ୍ଷା କରିଥାଏ। ଏପରିସ୍ଥଳେ ଆଣ୍ଟିବଡି ପ୍ରୋଟିନ ମିଳିବା ଦ୍ବାରା ଶରୀରକୁ ଏହା ସହିତ ଲଢ଼ିବାରେ ସାହାଯ୍ୟ ମିଳିବ।

କାହା ପାଇଁ ଅଧିକ ଫାଇଦା
ଗବେଷକଙ୍କ କହିବାନୁସାରେ ବୟସ୍କ କୋରୋନା ରୋଗୀଙ୍କୁ ଏହି ଆଇସ କ୍ୟୁବ ଦ୍ବାରା ଅଧିକ ଫାଇଦା ମିଳିବ। ଏଥିସହିତ କୋରୋନାର ଗମ୍ଭୀର ଲକ୍ଷଣ ସହିତ ଲଢ଼ୁଥିବା ରୋଗୀଙ୍କୁ ମଧ୍ୟ ଏହା ବଞ୍ଚାଇପାରେ।

୫ ହଜାର ମହିଳା କରିବେ ମା’ କ୍ଷୀର ଦାନ
କୋରୋନାରୁ ସୁସ୍ଥ ହୋଇସାରିଥିବା ନୂଆ ମା’ମାନଙ୍କୁ ମା’ କ୍ଷୀର ଦାନ କରିବା ଲାଗି ବୈଜ୍ଞାନିକମାନେ ଅନୁରୋଧ କରିଛନ୍ତି। ପ୍ରତ୍ୟେକ ମା’ ୧୦୦ ମିଲିଗ୍ରାମ ଲେଖାଏ ମା’ କ୍ଷୀର ଦାନ କରିପାରିବେ। ଯାହାଫଳରେ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ କୌଣସି କ୍ଷତି ପହଞ୍ଚିବ ନାହିଁ। ଏହି କାମ ପାଇଁ ୫ ହଜାର ମହିଳା ଆଗେଇ ଆସିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ