ଦୁଇରୁ ତିନି ହେବେ ବିରାଟ-ଅନୁଷ୍କା


କ୍ରିକେଟ ଓ ବଲିଉଡ ପାଇଁ ଖୁସି ଖବର। ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଓ ତାଙ୍କ ବଲିଉଡ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ବାପା ମାଆ ହେବାକୁ ଯାଉଛନ୍ତି। ଅନୁଷ୍ମା ୪ ମାସର ଗର୍ଭବତୀ। ୨୦୨୧ରେ ଅନୁଷ୍ମା ମାଆ ଓ କୋହଲି ବାପା ହେବେ ବୋଲି ସୂଚନା ମିଳିଛି। ୟୁଏଇରେ ଆଇପିଏଲ ଖେଳିବା ପାଇଁ ପହଞ୍ଚିଥିବା କୋହଲି ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏହି ସୂଚନା ଦେଇଛନ୍ତି। କୋହଲି ତାଙ୍କ ଇନଷ୍ଟାଗ୍ରାମ ପେଜରେ ଦର୍ଶାଇଛନ୍ତି ଯେ ଆମେ ୨୦୨୧ ଜାନୁଆରୀରେ ୨ରୁ ୩ ହେବୁ।

ସୂଚନାଯୋଗ୍ୟ୨୦୧୭ରେ କୋହଲି-ଅନୁଷ୍ମା ବିବାହ ହୋଇଥିଲା ବେଳେ ସେମାନଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଛି। ସେଲିବ୍ରିଟି ଭାବେ କ୍ୟାରିଅର କରୁଥିବା ଅନୁଷ୍ମାଙ୍କୁ ଏଥିପାଇଁ ଅନେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଛି। ବାହା ହେଲେ ମାଆ ହେବା ଏକ ସ୍ବାଭାବିକ କଥା, ତେଣୁ ଏନେଇ ତାଙ୍କୁ କାହିଁକି ବିଭିନ୍ନ ଫୋରମରେ ପ୍ରଶ୍ନ କରାଯାଉଛି ବୋଲି ସେ ମଧ୍ୟ କହିବାର ନଜିର ରହିଛି। ମାତ୍ର ଶେଷରେ ଏହି କଳ୍ପନାଜଳ୍ପନାର ଅବସାନ ଘଟିଛି। କୋହଲି ଓ ଅନୁଷ୍କାଙ୍କ ପାଇଁ କ୍ରିକେଟ ଓ ବଲିଉଡରୁ ଶୁଭେଚ୍ଛାର ବାର୍ତ୍ତାମାନ ଛୁଟିବାରେ ଲାଗିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ