ଅଦ୍ବିତୀୟ ଆଣ୍ଡରସନ: ୬୦୦ ଟେଷ୍ଟ ୱିକେଟ କ୍ଲବରେ ବିଶ୍ବର ପ୍ରଥମ ପେସ୍ ବୋଲର


ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ବିଶ୍ବର ପ୍ରଥମ ପେସ୍ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୬ ଶହ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ପୂର୍ବରୁ ୩ ଜଣ ବୋଲର ୬୦୦ ୱିକେଟ କ୍ଲବରେ ସାମିଲ ହୋଇଥିଲେ ବି ସେମାନେ ସମସ୍ତେ ସ୍ପିନର ହୋଇଥିଲା ବେଳେ ଆଣ୍ଡରସନ ହେଉଛନ୍ତି ପ୍ରଥମ ପେସ ବୋଲର। ରୋଜ ବାୱେଲରେ ଖେଳାଯାଇଥିବା ମ୍ୟାଚରେ ଆଣ୍ଡରସନ ପାକିସ୍ତାନ ଦଳର ଅଧିନାୟକ ଆଝାର ଅଲୀଙ୍କୁ ସ୍ଲିପ କରାଇ କ୍ୟାରିୟରର ଏହି ବହୁ ପ୍ରତିକ୍ଷୀତ ମାଇଲଷ୍ଟାନ ଛୁଇଁଥିଲେ। ଜଣେ ପେସ ବୋଲର ଭାବେ ଏତେ ବାଟ ଅଗ୍ରସର ହେବା କଠିନ ଥିଲେ ବି ୩୮ ବର୍ଷୀୟ ଆଣ୍ଡରସନ ନିଜକୁ ଫିଟ ରଖିପାରି ଶେଷରେ ଏହି ବଡ଼ ସଫଳତା ପାଇଛନ୍ତି। ସେ ୫୯୯ ୱିକେଟ ହାସଲ କରି ୬୦୦ ୱିକେଟ ହାସଲ କରିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲା ବେଳେ ଇଂଲଣ୍ଡ ଫିଲ୍ଡରମାନେ ତାଙ୍କ ବୋଲିଂରେ ଲଗାତର ୪ଟି କ୍ୟାଚ ହାତଛଡ଼ା କରି ତାଙ୍କୁ ନିରାଶ କରିଥିଲେ। ଆଉ ଶେଷରେ ସେ ପାକ୍ ଅଧିନାୟକ ଆଝାର ଅଲୀଙ୍କୁ ସ୍ଲିପରେ ଜୋ ରୁଟଙ୍କ ଦ୍ବରା କ୍ୟାଚ କରାଇ ଏହି ବିରଳ କୃତିତ୍ବର ଅଧିକାରୀ ହୋଇପାରି ଥିଲେ।

୨୦୦୩ରେ ଲର୍ଡ୍ସରେ ଜିମ୍ବାଓେ ବିପକ୍ଷରେ ଖେଳି କ୍ୟାରିଅର ଆରମ୍ଭ କରିଥିବା ଆଣ୍ଡରସନ ସେହି ମ୍ୟାଚରେ ହିଁ ୫/୭୩ ବୋଲିଂ ସଫଳତା ହାସଲ କରି ଆଗକୁ ବଢ଼ିବା ପାଇଁ ପ୍ରତିବଦ୍ଧତା ଦେଖାଇଥିଲେ। ଆଉ ସେ ଯେତେବେଳେ ୨୦୧୫ରେ ତାଙ୍କ କ୍ୟାରିଅରର ୧୦୦ତମ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଲେ ସେତେବେଳେ ନିଜ ଦେଶର ଇୟାନ ବୋଥାମଙ୍କ ନାଁରେ ଥିବା ୩୮୪ ୱିକେଟର ରେକର୍ଡ ଭାଙ୍ଗି ଦେଶର ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇପାରିଥିଲେ। ଆଉ ଏବେ ସେ ୬୦୦ ଟେଷ୍ଟ ୱିକେଟ କ୍ବବରେ ସାମିଲ ହେବାର ପ୍ରଥମ ପେସ ବୋଲର ହୋଇପାରିଥିଲା ବେଳେ ତାଙ୍କ ଉପରକୁ ୩ ଜଣ ସ୍ପିନର ରହିଛନ୍ତି। ମୁଥିଆ ମୁରଲୀଧରନ ୧୩୩ ଟେଷ୍ଟରୁ ୮୦୦, ସେନ ୱାର୍ଣ୍ଣ ୧୪୫ ଟେଷ୍ଟରୁ ୭୦୮ ଓ ଅନୀଲ କୁମ୍ବଲେ ୧୩୨ ଟେଷ୍ଟରୁ ୬୧୯ ୱିକେଟ ହାସଲ କରି ତାଲିକାରେ ଯଥାକ୍ରମେ ପ୍ରଥମରୁ ୩ୟ ସ୍ଥାନ ମଧ୍ୟରେ ରହିଛନ୍ତି। ଆଣ୍ଡରସନ ୧୫୪ଟି ଟେଷ୍ଟରୁ ୬୦୦ ୱିକେଟ ପୂରଣ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ