ଚର୍ଚ୍ଚାରେ ବ୍ୟାଡମିଣ୍ଟନ ପତି-ପତ୍ନୀ: ‘ସ୍ବାମୀ ନ ଗଲେ ମୁଁ ଯିବିନି’


ଅଗଷ୍ଟ ୭ରୁ ଜାତୀୟ ବ୍ୟାଡମିଣ୍ଟନ ଏକାଡେମୀରେ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସକାଶେ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସଂସ୍ଥା (ସାଇ) ପକ୍ଷରୁ ଯେଉଁମାନଙ୍କୁ ଡକାଯାଇଛି ସେମାନଙ୍କୁ ନେଇ ପ୍ରଶିକ୍ଷଣ ସକାଶେ ବ୍ୟବସ୍ଥା ହୋଇଛି। ମୋଟ ୮ ଜଣ ଶ୍ରେଷ୍ଠ ମାନ୍ୟତାର ଖେଳାଳିଙ୍କୁ ନେଇ ପ୍ରଶିକ୍ଷଣ ଶିବିର ସକାଶେ ସାଇ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ମାତ୍ର ଏହାକୁ ନେଇ ଖପ୍ପା ହୋଇଛନ୍ତି ଲଣ୍ଡନ ଅଲିମ୍ପିକ୍ସ ପଦକ ବିଜେତା ତଥା ବିଶ୍ବର ପୂର୍ବତନ ୧ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ସାଇନା ନେହ୍ବାଲ। କାହିଁକି ନା ଯେଉଁ ୮ ଜଣ ଖେଳାଳିଙ୍କୁ ଜାତୀୟ କ୍ୟାମ୍ପ ପାଇଁ ଡକାଯାଇଛି, ସେମାନଙ୍କ ଭିତରେ ତାଙ୍କ ସ୍ବାମୀ ପରୁପଲ୍ଲୀ କାଶ୍ୟପଙ୍କ ନାଁ ନାହିଁ। ତେଣୁ ସେ ବ୍ୟକ୍ତିଗତ ଭାବେ ସାଇ କତ୍ତୃପକ୍ଷ ଓ ସଂଘର କର୍ମକର୍ତ୍ତାଙ୍କ ସହ ଏନେଇ କଥା ହୋଇଥିଲେ ବି କୌଣସି ସଫଳତା ପାଇ ନାହାନ୍ତି। ତେଣୁ ସେ ଏହାର ପ୍ରତିବାଦରେ ଜାତୀୟ ପ୍ରଶିକ୍ଷଣ ଶିବିରକୁ ନ ଯାଇ ଏକ ଘରୋଇ ଏକାଡେମୀରେ ଅଭ୍ୟାସ କରୁଛନ୍ତି। ତାଙ୍କର କହିବା କଥା ହେଲା ଏବେ ବି କଶ୍ୟପଙ୍କ ନିକଟରେ ଅଲିମ୍ପିକ୍ସ ଯୋଗ୍ୟତା ସକାଶେ ଦକ୍ଷତା ରହିଛି, ତେଣୁ ତାଙ୍କୁ ସୁଯୋଗ ମଳିବା ଦରକାର।

୨୦୧୪ ରାଜ୍ୟଗୋଷ୍ଟୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରି କ୍ୟାରିଅରର ଶ୍ରେଷ୍ଠ ସଫଳତା ପାଇଥିବା କଶ୍ୟପ ନିଜେ ମଧ୍ୟ ଏନେଇ ଉଦ୍ୟମ କରି ସଫଳ ହୋଇ ନାହାନ୍ତି। ତେଣୁ ଏବେ ପ୍ରଶ୍ନ ଉଠୁଛି ଯେ ସାଇ ଦ୍ବାରା ମନୋନୀତ ହୋଇଥିବା ସାଇନା ଜାତୀୟ କ୍ୟାମ୍ପକୁ ଆସିବେ ନା ନାହିଁ। ଅନ୍ୟପକ୍ଷରେ ପିଭି ସିନ୍ଧୁ, କିଦାମ୍ବୀ ଶ୍ରୀକାନ୍ତ, ସାଇ ପ୍ରଣୀତ ଓ ଏନ ସିକ୍କି ରେଡ୍ଡୀ କ୍ୟାମ୍ପରେ ଯୋଗ ଦେଇଥିଲା ବେଳେ ୧୦ ଜଣ କୋଚିଂ ଷ୍ଟାଫ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି। ରିଙ୍କି ରେଡ୍ଡୀ, ଚିରାଗ ସେଟ୍ଟୀ ଓ ଅଶ୍ବିନୀ ପୋନାପ୍ପା ମଧ୍ୟ ଏଯାବତ କ୍ୟାମ୍ପକୁ ଆସି ନାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ