ଉସେନ୍ ବୋଲ୍ଟ କୋରୋନା ପଜିଟିଭ୍, ଜନ୍ମଦିନ ପାର୍ଟିରେ ଥିଲେ ଗେଲ୍


ବିଶ୍ୱର ସବୁଠାରୁ ସଫଳ ଧାବକ ଭାବେ ପରିଚିତ ଜାମାଇକାର ଉସେନ୍ ବୋଲ୍ଟ କୋରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି। ୮ ଥର ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ପାଇଥିବା ଏହି ଧାବକ ଜଣକ ସୋମବାର ଟ୍ବିଟ୍ କରି ଏହି ଖବର ଦେଇଛନ୍ତି। ତେବେ ଗତ ୨୧ ତାରିଖରେ ନିଜର ୩୪ ତମ ଜନ୍ମଦିନ ପାଳନ କରିଥିବା ବୋଲ୍ଟଙ୍କ ପାର୍ଟିରେ ଇଂଲଣ୍ଡ ଓ ମାଞ୍ଚେଷ୍ଟର୍‌ ସିଟି ଫରଓ୍ୱାର୍ଡ ରହିମ୍ ଷ୍ଟର୍ଲିଂ, ଟି-୨୦ର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଓ ବାୟର୍ ଲେଭେରକୁସେନ୍ ଓ୍ୱିଙ୍ଗର୍ ଲିଓନ୍ ବେଲି ଯୋଗ ଦେଇଥିଲେ। ପାର୍ଟିରେ ଗେଲ୍ ଓ ଅନ୍ୟ ଦୁଇ ଖେଳାଳି ସାମାଜିକ ଦୂରତା ନ ମାନି ଓ ମାସ୍କ ନ ପିନ୍ଧି ବୋଲ୍ଟଙ୍କ ସହ ନାଚୁଥିବାର ଭିଡିଓ ସୋସାଲ୍ ମିଡିଆରେ ଭାଇରାଲ୍ ହୋଇଛି।

୩୪ ବର୍ଷୀୟ ବୋଲ୍ଟ ଟ୍ବିଟର୍ ହ୍ୟାଣ୍ଡଲରେ ଏକ ଭିଡିଓ ଅପଲୋଡ୍ କରି କିଛି ଦିନ ତଳେ କୋଭିଡ୍-୧୯ ଟେଷ୍ଟ୍ କରାଇଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଥିବା କହିଛନ୍ତି। ତେବେ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ। କିନ୍ତୁ ସେ ଆଇସୋଲେସନରେ ରହିଥିବା ଜଣାଇଛନ୍ତି। ଏଥିସହ ଏହି କିମ୍ବଦନ୍ତୀ ଧାବକ ଜଣକ ସମସ୍ତେ କୋରୋନା ଭୂତାଣୁଠାରୁ ରକ୍ଷା ପାଇବା ସକାଶେ ସମସ୍ତ ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ