କୋରୋନା ମାଡ଼ରେ ପର୍ଯ୍ୟଟନ ଶିଳ୍ପ ଘାଇଲା, କ୍ଷତି ଭରଣା ପାଇଁ ଲାଗିବ ସମୟ


କୋରୋନା ମହାମାରୀ ପର୍ଯ୍ୟଟନ କ୍ଷେତ୍ରକୁ ବଡ଼ ଧରଣର କ୍ଷତି ପହଞ୍ଚାଇଛି। ଏହାଦ୍ବାରା ଅନେକ ଲୋକଙ୍କ ରୋଜଗାର ମାଧ୍ୟମ ଉପରେ ମଧ୍ୟ ସଙ୍କଟ ମାଡ଼ି ବସିଛି। ଏହି ସଙ୍କଟ ଆହୁରି ବି ଗଭୀର ହୋଇପାରେ। କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରୀ (ସିଆଇଆଇ)ର ତଥ୍ୟକୁ ଭିତ୍ତି କରି ପର୍ଯ୍ୟଟନ ମନ୍ତ୍ରାଳୟ ସ୍ବୀକାର କରିଛି ଯେ କୋରୋନା ମହାମାରୀ ଭାରତରେ ପର୍ଯ୍ୟଟନ ଶିଳ୍ପ ଉପରେ ବଡ଼ ଧରଣର କ୍ଷତି ପହଞ୍ଚାଇଛି। କୁହାଯାଉଛି ପର୍ଯ୍ୟଟନ କ୍ଷେତ୍ରରେ ଦୁଇ କୋଟିରୁ ଅଧିକ ଚାକିରି ହରାଇପାରନ୍ତି।

ପର୍ଯ୍ୟଟନ ମନ୍ତ୍ରାଳୟର ୨୦୧୮-୧୯ ତଥ୍ୟ ଅନୁସାରେ ଭାରତର ମୋଟ ରୋଜଗାରରେ ପର୍ଯ୍ୟଟନ କ୍ଷେତ୍ରର ଅଂଶ ୧୨.୭୫ ପ୍ରତିଶତ ଥିଲା। ୨୦୧୮-୧୯ରେ ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ପରୋକ୍ଷ ରୂପରେ ୮.୭୫ କୋଟି ଲୋକଙ୍କୁ ରୋଜଗାର ମିଳିଥିଲା। ପର୍ଯ୍ୟଟନର ବଡ଼ ଅଂଶ ଅଣସଂଗଠିତ କ୍ଷେତ୍ରରୁ ଆସିଥାଏ। ଏଥିରୁ ୭୦ ପ୍ରତିଶତ ଅଂଶ ଛୋଟ ସୂକ୍ଷ୍ମ ୟୁନିଟର। ପରିବହନ, ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରାଳୟ ସହିତ ଜଡ଼ିତ ସଂସଦର ସ୍ଥାୟୀ ସମିତି ବୈଠକରେ ପର୍ଯ୍ୟଟନ ମନ୍ତ୍ରାଳୟର ଅଫିସରମାନେ ଉପସ୍ଥାପନ କରି କହିଛନ୍ତି ୨୦୧୯-୧୯ରେ ପର୍ଯ୍ୟଟନ କ୍ଷେତ୍ରର ମୋଟ ରାଜସ୍ବ ୨,୪୩, ୮୭୮ କୋଟି ଟଙ୍କା ଥିଲା। କୋରୋନା ମହାମାରୀ ପାଇଁ ୨୦୨୦ରେ ଏ ପର୍ଯ୍ୟନ୍ତ ମାତ୍ର ୭୨,୬୧୧ କୋଟି ଟଙ୍କା ରାଜସ୍ବ ମିଳିଛି। ତେବେ ଏଥିପାଇଁ ଅନ୍ୟୁନ ୧,୫୮,୯୫୩ କୋଟି ଟଙ୍କାର କ୍ଷତି ହୋଇପାରେ ବୋଲି ଅନୁମାନ କରାଯାଉଛି। ବଡ଼ ବଡ଼ ବ୍ରାଣ୍ଡେଡ ହୋଟେଲ ସର୍ବାଧିକ କ୍ଷତି ସହିବେ ବୋଲି ଅନୁମାନ କରାଯାଉଛି। ବ୍ରାଣ୍ଡେଡ ହୋଟେଲ ୫୦ ହଜାର କୋଟିରୁ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତିର ଆଶଙ୍କା ରହିଛି। ଏହାବ୍ୟତୀତ ଅନଲାଇନ ଟ୍ରାଭେଲ ଏଜେନ୍ସି, ଟୁର ଅପରେଟର, ଆଡଭେଞ୍ଚର ଟୁର ଅପରେଟର ଭଳି ୟୁନିଟ ମଧ୍ୟ ଅଧିକ କ୍ଷତି ସହିବ ବୋଲି ଆଶଙ୍କା ରହିଛି।

ସେହିପରି ଏୟାରଲାଇନ, ରେଳସେବା ସ୍ଥଗିତ ହେବା କାରଣରୁ ଘରୋଇ ଅନ୍ତରାଷ୍ଟ୍ରୀୟ ଯାତ୍ରା ସ୍ଥଗିତ କରିବାକୁ ପଡ଼ିଲା। ଏହାର ପ୍ରଭାବ ହୋଟେଲ ବୁକିଂ, ଟୁର ପ୍ୟାକେଜ ରଦ୍ଦ ହେବା ରୂପରେ ସାମ୍ନାକୁ ଆସିଛି। ଐତିହାସିକ ସ୍ମାରକୀ, ସିନେମା ହଲ, ମଲ, ରେସ୍ତୋରାଁ ବନ୍ଦ ହେବାର ପ୍ରଭାବ ମଧ୍ୟ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡ଼ିଛି। ତେବେ ପର୍ଯ୍ୟଟନ କ୍ଷେତ୍ରକୁ ପୁନର୍ଜୀବିତ କରିବା ଲାଗି ପ୍ରେଜେଣ୍ଟେସନରେ ଉପାୟ ଦିଆଯାଇଥିଲେ ମଧ୍ୟ ଏବେ ଏହାକୁ ନେଇ ଭିବିଷ୍ୟତ ସମ୍ପର୍କରେ କିଛି କହିହେବ ନାହିଁ ବୋଲି ପର୍ଯ୍ୟଟନ ମନ୍ତ୍ରାଳୟର ଅଫିସରମାନେ ମତବ୍ୟକ୍ତ କରିଛନ୍ତି।

ଜାତିସଂଘ ଅଧୀନରେ କାମ କରୁଥିବା ବିଶ୍ବ ପର୍ଯ୍ୟଟନ ସଙ୍ଗଠନ ଅନୁସାରେ କୋରୋନା ପୂର୍ବର ସ୍ଥିତି ଅକ୍ଷୁଣ୍ଣ ରଖିବା ଲାଗି ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। କୋରୋନା କାଳରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଆତଯାତରେ ୫୮ ପ୍ରତିଶତରୁ ୭୮ ପ୍ରତିଶତ ହ୍ରାସ ପାଇଥିବା କୁହାଯାଉଛି। ଭାରତର ଜିଡ଼ିପିରେ ପର୍ଯ୍ୟଟନ ଶିଳ୍ପର ମୋଟ ଅବଦାନ ୨୦୧୭-୧୮ରେ ୫.୦୭ ପ୍ରତିଶତ ଥିବା ଜଣାପଡ଼ିଥିଲା। ସେହି ସମୟରେ ପର୍ଯ୍ୟଟକ କ୍ଷେତ୍ରରୁ ୨.୧୧ ଲକ୍ଷ କୋଟି ଟଙ୍କା ବିଦେଶୀ ମୁଦ୍ରା ଆୟ ହୋଇଥିଲା ବୋଲି ବିଶ୍ବ ପର୍ଯ୍ୟଟନ ସଙ୍ଗଠନ ପକ୍ଷରୁ ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ