ଅଫିସ୍‌ରେ ନିଜ ଇମେଜ ସୁଧାରନ୍ତୁ


ଅନେକ ସମୟରେ ଦେଖାଯାଏ, ଛୋଟ ଛୋଟ ଭୁଲ୍‌ ପାଇଁ ଅଫିସ୍‌ରେ ଆପଣଙ୍କୁ ନେଇ ନାନା ପ୍ରକାର ଆଲୋଚନା ହେଉଛି। ସହକର୍ମୀ ଆପଣଙ୍କୁ ଭିନ୍ନ ନଜରରେ ଦେଖୁଛନ୍ତି। ଯେତେ ଚେଷ୍ଟା କଲେ ବି ଆପଣଙ୍କ ବ୍ୟବହାର ସହକର୍ମୀଙ୍କୁ ଖୁସି କରିପାରୁନି। ତେବେ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତୁ। ଯାହା ଅଫିସ୍‌ରେ ଆପଣଙ୍କ ଇମେଜ୍‌ ସୁଧାରିବାରେ ସହାୟକ ହେବ।

  • ଅଫିସ୍‌ରେ ଚେୟାରରେ ବସିବାବେଳେ ଶିଷ୍ଟାଚାର ପୂର୍ବକ ବସନ୍ତୁ। ଚେୟାରରେ ସିଧା ହୋଇ ବସନ୍ତୁ। ଚେୟାରରେ ଶୋଇବା ଭଳି ବସନ୍ତୁ ନାହିଁ କିମ୍ବା ନଇଁକରି ବସନ୍ତୁ ନାହିଁ। ଏଭଳି କଲେ ଆପଣଙ୍କ ଆଡ଼କୁ ସମସ୍ତଙ୍କ ଧ୍ୟାନ ଆକର୍ଷିତ ହେବ।
  • ଯେତେବେଳେ ଅଫିସ୍‌ ମିଟିଂରେ ବସୁଛନ୍ତି ହାତ ନିଜ କୋଳରେ ରଖନ୍ତୁ କିମ୍ବା ଚେୟାରରେ ରଖନ୍ତୁ।
  • ଚେୟାରରେ ବସିବାବେଳେ ଦୁଇ ପାଦକୁ ସମାନ ଭାବେ ରଖନ୍ତୁ। ଯଦି ଗୋଡ଼ ଉପରେ ଗୋଡ଼ ରଖିଛନ୍ତି ତେବେ ପାଦ ହଲାନ୍ତୁ ନାହିଁ।
  • ମିଟିଂରେ ଠିଆ ହେବାକୁ ପଡ଼ିଲେ ସିଧା ଭାବେ ଠିଆ ହୁଅନ୍ତୁ। ଅଣ୍ଟାରେ ହାତ ଦିଅନ୍ତୁ ନାହିଁ।
  • ମିଟିଂ ସମୟରେ ବାରମ୍ବାର ଘଡ଼ି ଦେଖନ୍ତୁ ନାହିଁ କିମ୍ବା ନଖ କାମୁଡ଼ନ୍ତୁ ନାହିଁ। ହସ ହସ ମୁହଁ ରଖନ୍ତୁ। କାରଣ ଏହା ସମସ୍ତଙ୍କ ଧ୍ୟାନ ଆକର୍ଷିତ କରେ।
  • କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। କାରଣ କ୍ରୋଧ ଆପଣଙ୍କ ଅନ୍ୟ ସବୁ ଭଲ ଗୁଣକୁ ଲୁଚାଇ ଦିଏ। ଆପଣଙ୍କ ଇମେଜ ଉପରେ ନକାରାତ୍ମକ ପ୍ରଭାବ ପକାଏ।
  • ଅନ୍ୟଙ୍କୁ ସମ୍ମାନ ଦେବା ଶିଖନ୍ତୁ। ଅନ୍ୟକୁ ସମ୍ମାନ ଦେଲେ ହିଁ ଆପଣଙ୍କୁ ସମ୍ମାନ ମିଳିବ।
  • ଭଲ ଶ୍ରୋତା ହୁଅନ୍ତୁ। ସମସ୍ତଙ୍କ କଥା ଧ୍ୟାନର ସହ ଶୁଣନ୍ତୁ। ଅନ୍ୟମାନଙ୍କ କଥା ଶୁଣିବା ପରେ ହିଁ ନିଜ କଥା କୁହନ୍ତୁ।
  • ଯାହା ସାଙ୍ଗରେ କଥା ହେଉଛନ୍ତି, ଆଖିରେ ଆଖି ମିଶାଇ କଥା ହୁଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ