ଦିଶାଙ୍କ ବୋଲ୍ଡ ଫଟୋ ଭାଇରାଲ


ଅଭିନେତ୍ରୀ ଦିଶା ପଟାନୀ ଭଲ ଭାବେ ଜାଣିଛନ୍ତି ଯେ କିପରି ସ୍ପଟଲାଇଟରେ ରହିହେବ। ଏହି କାରଣରୁ ସବୁବେଳେ ସେ ସୋସାଲ ମିଡିଆରେ ଛାଇ ଯାଉଛନ୍ତି। ପୁଣିଥରେ ଏମିତି କିଛି ହୋଇଥିବା ଦେଖିବାକୁ ମିଳିଛି ସୋସାଲ ମିଡିଆରେ। ଦିଶା ଏକ ବୋଲ୍ଡ ଅନ୍ଦାଜରେ ଫଟୋ ଶେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି।

ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଫଟୋରେ ଦିଶା ଡେନିମ ଜିନ୍ସ ହଟ ପ୍ୟାଣ୍ଟ ସହିତ ଡେନିମ ଜ୍ୟାକେଟ ପିନ୍ଧିଛନ୍ତି। ଏହା ଏପରି ଏକ ଲୁକ ଯାହା କେବେ ବି ଫ୍ୟାଶନରୁ ବାହାର ହେବ ନାହିଁ। ଅନ୍ୟ ଏକ ପୋଷ୍ଟରେ ଦିଶା ଟପ ଓ ଶର୍ଟସରେ ନଜର ଆସୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଦିଶା ଏହି ଫଟୋ ଶୁଟ ପାଇଁ ନିଜେ ନିଜେ ମେକଅପ ନେଇଛନ୍ତି। ଏହି ବି-ଟାଉନ ଅଭିନେତ୍ରୀ ସୋସାଲ ମିଡିଆ କୁଇନ ଅଟନ୍ତି ଓ ସବୁବେଳେ ନିଜ ଇନଷ୍ଟାଗ୍ରାମ ଜରିଆରେ ପ୍ରଶଂସଙ୍କ ସହିତ ଲଗାତର ଯୋଡ଼ି ହୋଇ ରହିଥାନ୍ତି। ବିଶେଷକରି ହଟ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରି ସେ ନିଜ ପ୍ରଶଂସକ ଓ ଫଲୋଅର୍ସଙ୍କୁ ଆକର୍ଷିତ କରିବାରେ ଲାଗିଥାନ୍ତି। ସୂଚନାଯୋଗ୍ୟ ଯେ ଦିଶାଙ୍କୁ ଶେଷଥର ଲାଗି ମଲଙ୍ଗ ସିନେମାରେ ଦେଖିବାକୁ ମିଳିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ