ସ୍ମରଣ ଶକ୍ତି କମ୍ କରିଦେବ ଆଡଲ୍ଟ ଫିଲ୍ମ ଦେଖା ଅଭ୍ୟାସ


ଇଣ୍ଟରନେଟର ବ୍ୟବହାର ଆଜିକାଲି ଏତେ ମାତ୍ରାରେ ବଢ଼ିଗଲାଣି ଯେ ଲୋକେ ଛୋଟ ଛୋଟ କାମ କରିବା ଲାଗି ମଧ୍ୟ ଏହାର ସାହାରା ନେଉଛନ୍ତି। ଇଣ୍ଟରନେଟର କ୍ରେଜ୍ ବଡ଼ରୁ ଆରମ୍ଭ କରି ପିଲାଙ୍କଠାରେ ବହୁତ ମାତ୍ରାରେ ଦେଖିବାକୁ ମିଳୁଛି। ଯାହାଫଳରେ ଲୋକେ ଅନେକ ରୋଗର ଶିକାର ହେଉଛନ୍ତି। ଏମିତି କେତକ ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ବୋର୍ ନ ହେବା ଲାଗି ଆଡଲ୍ଟ ଫିଲ୍ମ ଦେଖିବାରେ ଲାଗିଥାନ୍ତି। ଯାହାଫଳରେ ଏହା ସେମାନଙ୍କର ଅଭ୍ୟାସରେ ପଡ଼ିଯାଏ। କିନ୍ତୁ ଏଭଳି ଫିଲ୍ମ ଦେଖିବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇପାରେ। ଚାଲନ୍ତୁ ଜାଣିବା ଆଡଲ୍ଟ ଫିଲ୍ମ କିଭଳି ଭାବେ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଏ।

୭୦ ପ୍ରତିଶତ ଯୁବପିଢ଼ି ଦେଖନ୍ତି ଆଡଲ୍ଟ ଫିଲ୍ମ

କେତେକ ଲୋକେ ବୋର୍ ନ ହେବା ଲାଗି ଚାଟିଂ ସହିତ ଆଡଲ୍ଟ ଫିଲ୍ମ ଦେଖିଥାନ୍ତି। ଗବେଷଣା ଅନୁସାରେ ବର୍ତ୍ତମାନ ସମୟରେ ପାଖାପାଖି ୭୦ ପ୍ରତିଶତ ଲୋକେ ଏଭଳି ଭିଡ଼ିଓ ଦେଖୁଛନ୍ତି, ଏମାନଙ୍କ ମଧ୍ୟରୁ ଅଧିକାଂଶ ଯୁବପିଢ଼ି। ତେବେ ଆଡଲ୍ଟ ଫିଲ୍ମ ଦେଖିବା ଫଳରେ କ’ଣ ସମସ୍ୟା ହୋଇଥାଏ ଚାଲନ୍ତୁ ଜାଣିବା।

ସ୍ମରଣ ଶକ୍ତି ଦୁର୍ବଳ ହୋଇଥାଏ

ଏଭଳି ଫିଲ୍ମ ଦେଖିବା ଫଳରେ ମସ୍ତିଷ୍କର ବିକାଶ ଧାରା ବ୍ୟାହତ ହୁଏ। ଯାହାଫଳରେ କମ୍ ବୟସରେ ହିଁ ସ୍ମରଣଶକ୍ତି ଦୁର୍ବଳ ଓ ଆଲଝାଇମର ସମସ୍ୟା ହୋଇପାରେ। ଗବେଷଣାରେ ଆହୁରି ମଧ୍ୟ ପ୍ରମାଣିତ ହୋଇଛି ଯେ ଯେଉଁ ଲୋକ ଅଧିକ ମାତ୍ରାରେ ଆଡଲ୍ଟ ସିନେମା ଦେଖିଥାନ୍ତି, ସେମାନଙ୍କ ମସ୍ତିଷ୍କ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗେ। ଯାହାଫଳରେ ଆପଣ ଛୋଟ ଛୋଟ କଥା ମଧ୍ୟ ଭୁଲିବାରେ ଲାଗନ୍ତି।

ଚାପର କାରଣ
ଅଧିକାଂଶ ଲୋକ ଚାପ ଦୂର କରିବା ଲାଗି ଏଭଳି ଭିଡ଼ିଓ ଦେଖିଥାନ୍ତି। ମାତ୍ର ଏହାଦ୍ବାରା ଚାପ କମ୍ ହେବା ପରିବର୍ତ୍ତେ ଆହୁରି ବଢ଼ିଯାଏ। ଏପରି ଭିଡ଼ିଓ ଦେଖିବା ଫଳରେ ଧୀରେ ଧୀରେ ଏହା ଆପଣଙ୍କ ଅଭ୍ୟାସରେ ପଡ଼ିଯାଏ ଓ ସବୁବେଳେ ଆପଣ ଏ ସମ୍ପର୍କରେ ଭାବିଥାନ୍ତି। ଯାହା ଆପଣଙ୍କ ଚାପକୁ ଆହୁରି ବଢ଼ାଇଦିଏ।

ଅନିଦ୍ରା ସମସ୍ୟା
ଗବେଷଣା ଅନୁସାରେ ଆଡଲ୍ଟ ଭିଡ଼ିଓ ଦେଖିବା ଫଳରେ ଆପଣ ଭିତରେ ଭିତରେ ଅସ୍ତବ୍ୟସ୍ତ ଅନୁଭବ କରନ୍ତି। ଯାହାଫଳରେ ଆପଣ ଶୋଇ ପାରନ୍ତି ନାହିଁ ଓ ଧୀରେ ଧୀରେ ଏହା ଅନିଦ୍ରା ସମସ୍ୟାରେ ପରିବର୍ତ୍ତିତ ହୋଇଥାଏ।

ଚିଡ଼ଚିଡ଼ା ସ୍ବଭାବ

ଅଧିକ ଆଡଲ୍ଟ ଫିଲ୍ମ ଦେଖୁଥିବା ଲୋକେ ସବୁବେଳେ ଚାପରେ ରହିଥାନ୍ତି। ତେଣୁ ସେମାନଙ୍କୁ ବହୁତ ଶୀଘ୍ର ରାଗ ଆସିଥାଏ ଓ ଚିଡ଼ଚିଡ଼ା ହେବାରେ ଲାଗିଥାନ୍ତି। ଏଭଳି ଲୋକଙ୍କୁ ଏକୁଟିଆ ରହିବା ଲାଗି ବେଶୀ ଭଲ ଲାଗିଥାଏ ଓ ସେମାନେ ପରିବାର ସହିତ ସମୟ ବିତାଇ ପାରନ୍ତି ନାହିଁ।

ମୋବାଇଲ୍ ହ୍ୟାକ୍ ହେବା ଡର
ସାଇବର ଆଇନ ମୁତାବକ ଆଡଲ୍ଟ ଭିଡ଼ିଓ କଣ୍ଟେଣ୍ଟ ସେମାନଙ୍କ ବିନା ଅନୁମତିରେ ପଠାଯାଇଥାଏ। ଯାହା ଅପରାଧ ଶ୍ରେଣୀରେ ଆସିଥାଏ। ଫଳରେ ଏଭଳି ଭିଡ଼ିଓ ଦେଖିବା ଫଳରେ ସ୍ମାର୍ଟଫୋନରୁ ଆପଣଙ୍କ ପ୍ରାଇଭେସି ହ୍ୟାକ୍ ହେବାର ଆଶଙ୍କା ସବୁବେଳେ ରହିଥାଏ। ଏହାବ୍ୟତୀତ ଏଭଳି ଭିଡ଼ିଓ ଦେଖିବା ଫଳରେ ଆପଣ ସାଇବର କ୍ରାଇମ ଶ୍ରେଣୀ ଅଧୀନକୁ ଆସିପାରନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ