ସକାଳ ଜଳଖିଆ ପାଇଁ ତିଆରି କରନ୍ତୁ ବେକଡ ଏଗ ରୋଲ


ସକାଳ ଜଳଖିଆରେ ବେକଡ ଓ ହେଲଦି ବିକଳ୍ପ ମିଳିଗଲେ ବିନା ପରିଶ୍ରମରେ ମଧ୍ୟ ଫିଟ୍ ରହିପାରିବେ। ତେବେ ବିଳମ୍ବ କ’ଣ ପାଇଁ? ସକାଳ ଜଳଖିଆରେ ତିଆରି କରନ୍ତୁ ବେକଡ ଏଗ ରୋଲ୍। ଏହା ସହଜରେ ତିଆରି କରିପାରିବେ।

କ’ଣ ଦରକାର

୪ କପ୍ କଟା ବନ୍ଧାକୋବି, ଅଧ କପ୍ କଟା ଗାଜର, ଏକ ଚତୁର୍ଥାଂଶ କପ୍ କଟା ପିଆଜ, ଦେଢ଼ ଚାମଚ ସୋୟା ସସ୍, ୧ ଚାମଚ କଟା ରସୁଣ, ଏକ ଚତୁର୍ଥାଂଶ ଚାମଚ ଗୋଲମରିଚ ଗୁଣ୍ଡ, ୬ ଏଗ୍ ରୋଲ ରାପର୍ସ। ଯଦି ବଜାରରେ ରାପର ନ ମିଳେ, ତେବେ ଏହାକୁ ତିଆରି କରିବା ପାଇଁ ମଇଦାରେ ଲୁଣ ଓ ପାଣି ମିଶାଇ ଚକଟନ୍ତୁ ଏବଂ ପ୍ୟାନ୍ କେକ୍ ଭଳି ଏଥିରେ ରୁଟି ତିଆରି କରନ୍ତୁ। ଏହି ରୁଟି ଉପରେ ଫେଣ୍ଟା ଅଣ୍ଡା ଚାରିଆଡ଼କୁ ଲଗାଇ ରାପର୍ସ ତିଆରି କରିପାରିବେ।

ପ୍ରସ୍ତୁତି ପ୍ରଣାଳୀ

ମାଇକ୍ରୋ ୱେଭକୁ ୩୭୫ ଡିଗ୍ରୀରେ ପ୍ରି-ହିଟ୍ କରନ୍ତୁ। ଏକ ପାତ୍ରରେ ରାପର୍ସକୁ ଛାଡ଼ି ବାକି ସମସ୍ତ ଜିନିଷକୁ ଏକାଠି ମିଶାନ୍ତୁ। ରାପର୍ସ ଉପରେ ଉକ୍ତ ମିଶ୍ରଣ ଷ୍ଟଫିଙ୍ଗକୁ ଚାରିଆଡ଼କୁ କରନ୍ତୁ। ଏବେ ଏହାକୁ ରୋଲ୍ କରି ଅଏଲ ସ୍ପ୍ରେ କରନ୍ତୁ। ପାଖପାଖି ୨୦ରୁ ୩୦ ମିନିଟ୍ ଯାଏ ବେକ୍ କରନ୍ତୁ। ଏବେ ଏହାକୁ ବାହାର କରି ନିଜ ପସନ୍ଦର ଆକାରରେ କାଟି ଚଟଣୀ ସହିତ ପରଷନ୍ତୁ। ଏହି ବେକଡ ଏଗ୍ ରୋଲକୁ ଚିଲିସସ୍ ସହିତ ପରଷିବାକୁ ଭୁଲନ୍ତୁ ନାହିଁ। ଏହି ରୋଲକୁ ଚିକେନ୍ କିମା ଓ ପନୀର ସହିତ ମଧ୍ୟ ଷ୍ଟଫ୍ କରିପାରିବେ। ଏସବୁ ବ୍ୟବହାର କରିବା ଫଳରେ କ୍ୟାଲୋରୀ କିଛି ମାତ୍ରାରେ ବଢ଼ି ଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ