ଆତ୍ମନିର୍ଭର ଭାରତକୁ ସାକାର କରଛନ୍ତି ମହିଳା: ଗୋବରରେ ତିଆରି କରୁଛନ୍ତି ମୂର୍ତ୍ତି


ଭାରତରେ ଉତ୍ସବର ଋତୁ ଆରମ୍ଭ ହୋଇସାରିଛି। ପର୍ବପର୍ବାଣୀ କେତେକ ଲୋକଙ୍କ ପାଇଁ ଖୁସି ଆଣି ଆସୁଥିବାବେଳେ ଆଉ କେତେକ ଲୋକଙ୍କ ପାଇଁ ଜୀବିକା ଜୀବନର ମାଧ୍ୟମ ପାଲଟିଛି। କୋରୋନା ଭାଇରସ ମହାମାରୀ ହୋଇଥିବା ଲକଡାଉନ କାରଣରୁ ଅନେକ ଗରିବ ଲୋକ ରୋଜଗାରର ମଧ୍ୟମ ହରାଇଥିଲେ। ଏବେ ଲୋକଙ୍କୁ ଆୟର ମାଧ୍ୟମ ପାଇଁ ସୁଯୋଗ ମିଳିଛି। ମଧ୍ୟ ପ୍ରଦେଶର ମହିଳାମାନେ ଗୋବରରେ ଗଣେଶ ମୂର୍ତ୍ତି ତିଆରି କରି ବିକ୍ରି କରୁଥିବା ଦେଖିବାକୁ ମିଳୁଛି।

ଗୋବରରେ ତିଆରି କରୁଛନ୍ତି ଗଣେଶ ମୂର୍ତ୍ତି
ମଧ୍ୟ ପ୍ରଦେଶର ସତନା ଜିଲାରେ ଅବସ୍ଥିତ ବାନ୍ଧି ମେହାର ଗାଁର ମହିଳାମାନେ ଗୋବରରେ ମୂର୍ତ୍ତି ତିଆରି କରି ମାର୍କେଟରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ପାଖାପାଖି ୧୫ ଦିନ ହେଲାଣି ମହିଳାମାନେ ମିଳିମିଶି ଏହି କାମ କରିବାରେ ଲାଗିଛନ୍ତି। ମୂର୍ତ୍ତି ତିଆରି କରୁଥିବା ବିମଳା ଦାହିଆ ନାମକ ଜଣେ ମହିଳା କହିଛନ୍ତି ଯେ ପ୍ରଥମେ ସେ ଗୋବରକୁ ଶୁଖାଇ ପେଶି ଦେଉଛନ୍ତି। ଏହାପରେ ସେଥିରେ ପାଣି ଓ କିଛି ପାଉଡର ମିଶାଇ ମୂର୍ତ୍ତି, ଦୀପର ଆକାର ଦେଉଛନ୍ତି।

ଦୀପାବଳି ପାଇଁ ବି ତିଆରି କରୁଛନ୍ତି ଜିନିଷ
ସ୍ବୟଂସେବକ ଗୋଷ୍ଠୀ ସହିତ ଜଡ଼ିତ ଏହି ମହିଳାମାନେ କେବଳ ଗଣେଶ ପୂଜା ପାଇଁ ମୂର୍ତ୍ତି ତିଆରି କରୁ ନାହାନ୍ତି, ବରଂ ଦୀପାବଳୀ ପାଇଁ ଜିନିଷ ମଧ୍ୟ ତିଆରି କରୁଛନ୍ତି। ସେମାନେ ଗୋବରରେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି, ଦୀପ, ଶୁଭଲାଭ ଭଳି ଜିନିଷ ମଧ୍ୟ ତିଆରି କରୁଛନ୍ତି। ଏହି ମହିଳାମାନେ ଗୋବରରେ ’ଓଁ’ ମଧ୍ୟ ତିଆରି କରୁଛନ୍ତି।

ଦାମ ୨୫୦ ଟଙ୍କା
ମୂର୍ତ୍ତି ତିଆରି କରୁଥିବା ମହିଳାମାନେ ସତନା ଜିଲାରେ ଏକ ଦୋକାନ ଖୋଲିଛନ୍ତି। ଏଠାରେ ସେମାନେ ଗୋବରରେ ତିଆରି ଏହି ଜିନିଷ ସବୁ ବିକ୍ରି କରୁଛନ୍ତି। ଏସବୁ ସାମଗ୍ରୀର ମୂଲ୍ୟ ମାତ୍ର ୨୫୦ ଟଙ୍କା। ଗୋବରରେ ତିଆରି ଗମଲାର ଦାମ ୧୦୦ ଟଙ୍କା। ଏହି ମହିଳାମାନଙ୍କ ପାଖରେ ଚାଷବାସ କରିବାର କୌଣସି ସାଧନ ନାହିଁ। ତେଣୁ ଏହି କାମ ଆରମ୍ଭ କରିବା ପରେ କେବଳ ସତନା ନୁହେଁ, ଏହି ଗ୍ରୁପରେ ଇତିମଧ୍ୟରେ ୫୮,୦୧୨ ଜଣ ମହିଳା ଯୋଡ଼ି ହୋଇଗଲେଣି। କେବଳ ଏତିକି ନୁହେଁ ମହିଳାଙ୍କ ମୂର୍ତ୍ତି କିପରି ବିକ୍ରି ହେବ, ଏଥିପାଇଁ ପ୍ରଶାସନ ମଧ୍ୟ ସାହାଯ୍ୟ କରିବାରେ ଲାଗିଛି।

ଗୋବର ମୂର୍ତ୍ତିର ଫାଇଦା
ଧାର୍ମିକ ଦୃଷ୍ଟିରୁ ଗୋବରକୁ କେବଳ ଶୁଦ୍ଧ ବୋଲି କୁହାଯାଏ ନାହିଁ, ବରଂ ଏହା ପରିବେଶ ପ୍ରତି ମଧ୍ୟ କୌଣସି କ୍ଷତି ପହଞ୍ଚାଇ ନ ଥାଏ। ଆପଣ ଘରେ ମୂର୍ତ୍ତି ବିସଜନ କରିବା ପରେ ଏହାକୁ ଗଛରେ ସାର ଭାବେ ମଧ୍ୟ ବ୍ୟବହାର କରିପାରିବେ। କାରଣ ଏହି ମୂର୍ତ୍ତି ତିଆରି କରିବା ପାଇଁ କୌଣସି କେମିକାଲ ବ୍ୟବହାର ହୋଇ ନ ଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ