ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଲାଭକାରୀ ଭିଟାମିନ ଇ, ଜାଣନ୍ତୁ କାହା ପାଇଁ କେତେ ଜରୁରୀ


କୋରୋନା ଭାଇରସରୁ ରକ୍ଷା ପାଇବା ପାଇଁ ପ୍ରଥମେ ସମସ୍ତଙ୍କୁ ନିଜ ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରିବାକୁ ପଡ଼ିବ। ଏକ ଆମେରିକୀୟ ଗବେଷଣା ଅନୁସାରେ ଭାଇରସ ସହିତ ଲଢ଼ିବା ପାଇଁ ଯେ କୌଣସି ଚେଷ୍ଟା ଭିଟାମିନ ଇ ବିନା ଅଧୁରା। ଟି-ଲିସାଇଟ ନାମକ ପ୍ରତିରୋଧକ କୋଷିକାର ଉତ୍ପାଦନ ପାଇଁ ସବୁଠାରୁ ଦରକାରୀ। ଏହି ଭିଟାମିନ ଟ୍ରାଉଟ ଫିଶ, ଲାଲ କ୍ୟାପସିକମ ଓ ବାଦାମରେ ଭରପୂର ମାତ୍ରାରେ ରହିଛି। ଅନେକ ପ୍ରକାରର ରୋଗ ସହିତ ଲଢ଼ିବା ପାଇଁ ଭିଟାମିନ ଇ’ର ଆବଶ୍ୟକତା ରହିଛି। ଏହା କେଶ ସହିତ ଚର୍ମର ରିଙ୍କଲ୍ସ ଦୂର କରିବାରେ ମଧ୍ୟ ଲାଭଦାୟକ। ଭିଟାମିନ ଇ’ର ଆବଶ୍ୟକତା ଉପରେ ଗବେଷଣା କରିଥିବା ମୁଖ୍ୟ ଗବେଷକ ଏଲିଜାବେଥ ସୋମରଙ୍କ କହିବାନୁସାରେ ଟି-ଲିସାଇଟ ଦୁଇ ପ୍ରକାରର ହୋଇଥାଏ ଗୋଟିଏ ହେଉଛି ରେଗୁଲେଟୋରି ଓ ଅନ୍ୟଟି ହେଉଛି ସାଇଟକ୍ସିକ। ରେଗୁଲେଟୋରି ବାହାର ତତ୍ତ୍ବକୁ ଶରୀରରେ ପ୍ରବେଶ କରିବା ପରେ ଆଣ୍ଟିବଡିର ଉତ୍ପାଦନ କରିଥାଏ। ସେହିପରି ସାଇଟକ୍ସିକ ବ୍ୟାକ୍ଟେରିଆ ଓ ଭାଇରସରୁ ସଂକ୍ରମିତ କୋଷିକାକୁ ନଷ୍ଟ କରିଦିଏ। ବୟସ୍କ ଓ ମଧ୍ୟବୟସ୍କ ଲୋକ ଭିଟାମିନ ଇ’ଯୁକ୍ତ ଆହାର ସେବନ କରି ରୋଗ ପ୍ରତିରୋଧକ ତନ୍ତ୍ରକୁ ପୁଣି ଥରେ ଅଧିକ ମାତ୍ରାରେ କୋଷିକାଗୁଡ଼ିକୁ ଉତ୍ପାଦନ କରିବା ପାଇଁ ପ୍ରେରିତ କରିଥାଏ।

ଭିଟାମିନ ଇ’ ଅଭାବରେ ଦେଖାଦିଏ ଏହି ସମସ୍ୟା
ଭିଟାମିନ ଇ ଅଭାବରେ ଶରୀରରେ ଅମ୍ଳଜାନର ଅଭାବ, କୋଲେଷ୍ଟ୍ରଲ ନିୟନ୍ତ୍ରଣ ଓ ଚର୍ମ ସମସ୍ୟା, ମାନସିକ ବିକାର, ରୋଗ ପ୍ରତିରୋଧ ଶକ୍ତି ଦୁର୍ବଳ ହେବା ଭଳି ସମସ୍ୟା ଦେଖାଯାଇଥାଏ।

ସ୍ବାସ୍ଥ୍ୟକୁ ମିଳିବ ଏହି ଫାଇଦା
ଭିଟାମିନ ଇ ସେବନ କରିବା ଦ୍ବାରା ବାର୍ଦ୍ଧକ୍ୟ ଶୀଘ୍ର ଆସି ନ ଥାଏ। ଆଖି ପାଇଁ ଲାଭଦାୟକ ହେବା ସହିତ ମାନସିକ ରୋଗରୁ ରକ୍ଷା କରିଥାଏ। ଭିଟାମିନ ଇ ହାର୍ଟଆଟାକ ଓ ଷ୍ଟ୍ରୋକ ଆଶଙ୍କା କମ କରିଥାଏ।

କାହାକୁ କେତେ ଦରକାର

୦ରୁ ୬ ମାସର ଶିଶୁଙ୍କୁ ୪ ମିଲିଗ୍ରାମ, ୭ରୁ ୧୨ ମାସର ପିଲାଙ୍କୁ ୫ ମିଲିଗ୍ରାମ, ୧ରୁ ୩ ବର୍ଷର ପିଲାଙ୍କୁ ୬ ମିଲିଗ୍ରାମ, ୪ରୁ ୮ ବର୍ଷର ପିଲାଙ୍କ ପାଇଁ ୭ ମିଲିଗ୍ରାମ, ୯ରୁ ୧୩ ବର୍ଷର କିଶୋରଙ୍କ ପାଇଁ ୧୧ମିଲିଗ୍ରାମ, ୧୪ ବର୍ଷରୁ ଅଧିକ ବୟସର ସମସ୍ତଙ୍କ ପାଇଁ ୧୫ ମିଲିଗ୍ରାମ ଓ ସ୍ତନପାନ କରାଉଥିବା ମହିଳାଙ୍କ ପାଇଁ ୧୯ ମିଲିଗ୍ରାମ ଭିଟାମିନ ଇ’ର ଆବଶ୍ୟକତା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ