ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ ୟାଗନିକଙ୍କୁ କୋରୋନା


ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ ଦିଶନ୍ତ ୟାଗନିକ କୋରୋନା ପଜିଟିଭ ହୋଇଛନ୍ତି। ଏହା ପରେ ଅନ୍ୟ ଖେଳାଳି ଓ କୋଚମାନେ ମଧ୍ୟ ଦ୍ବନ୍ଦ୍ବ ଦେଖା ଦେଇଛି। କାରଣ ଯେଉଁ ପର୍ଯ୍ୟନ୍ତ ଖେଳାଳିମାନେ କୋରୋନା ନେଗେଟିଭ ବୋଲି ଡକ୍ୟୁମେଣ୍ଟ ଦେଇ ନାହାନ୍ତି ସେମାନଙ୍କୁ ଉଡ଼ାଣ ନେଇ ଅନୁମତି ମିଳିବ ନାହିଁ। ତେଣୁ ଏବେ ଆଇପିଏଲ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିବା ସବୁ ଖେଳାଳି ସେମାନଙ୍କର କୋରୋନା ଟେଷ୍ଟ କରାଇବା ଆରମ୍ଭ କରିଛନ୍ତି। ଆସନ୍ତା ୧୮ରେ ମୁମ୍ବାଇରୁ ସମସ୍ତ ଫ୍ରାଞ୍ଚାଇଜିର ଖେଳାଳିମାନେ ସିଧା ୟୁଏଇ ଯାତ୍ରା କରିବା ନେଇ ସମୟ ଧାର୍ଯ୍ୟ ହୋଇଥିବାରୁ କାହାର ରିପୋର୍ଟ କ’ଣ ଆସୁଛି, ତାହାକୁ ଅପେକ୍ଷା ରହିଛି।

ଅନ୍ୟ ପକ୍ଷରେ  ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଫଳରେ ଶୁକ୍ରବାରଠାରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ଚେନ୍ନାଇ ସୁପରକିଙ୍ଗ୍ସ କ୍ୟାମ୍ପରେ ଯୋଗ ଦେବା ପାଇଁ ତାଙ୍କୁ ଗ୍ରୀନ ସିଗନାଲ ମିଳିଛି। ରାଞ୍ଚି ହସ୍ପିଟାଲ ପକ୍ଷରୁ ଏନେଇ ସ୍ପଷ୍ଟ କରାଯିବା ପରେ ଧୋନି ଚେନ୍ନାଇ ଯାତ୍ରା କରିବେ ବୋଲି ସ୍ପଷ୍ଟ ହୋଇଛି। କାରଣ ବର୍ତ୍ତମାନର ବିସିସିଆଇ ଗାଇଡଲାଇନ ଅନୁସାରେ କୌଣସି ଖେଳାଳିଙ୍କୁ କ୍ୟାମ୍ପରେ ସାମିଲ ହେବା ପାଇଁ ଗସ୍ତ କରିବା ପୂର୍ବରୁ ସେମାନେ ଯେଉଁଠି ଥିବେ ସେଠାରେ କୋରୋନା ଟେଷ୍ଟ କରିବେ। ଏହାପରେ ସେମାନେ କ୍ୟାମ୍ପରେ ଯୋଗ୍ ଦେବା ପାଇଁ ଆସି ପହଞ୍ଚିବା ପରେ ପୁଣି ଥରେ କୋରୋନା ଟେଷ୍ଟ କରିବାକୁ ନିୟମ ଧାର୍ଯ୍ୟ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ